ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ମାଟ୍ରିକ୍ ପରୀକ୍ଷାରେ କେଉଁ ବିଷୟ ପଡ଼ିବ, ମନ୍ତ୍ରୀ କହିଲେ

0

ଭୁବନେଶ୍ବର: କମ ମାର୍କ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଜୁଲାଇ ୩୦ରୁ ଦେଇପାରିବେ ଅଫଲାଇନ ମାଟ୍ରିକ୍‌ ପରୀକ୍ଷା । ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଛାତ୍ରଛାତ୍ରୀମାନେ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ଦେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ୩୦ ପ୍ରତିଶତ ସିଲାବସ୍‌ ହ୍ରାସ ହୋଇଥିବାରୁ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ହେବ। କୋଭିଡ ଗାଇଡ଼ଲାଇନ ଅନୁଯାୟୀ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ମାଟ୍ରିକ ଅଫ୍ ଲାଇନ ପରୀକ୍ଷା ହେବ। ପରୀକ୍ଷା ଦେବାର ୧୫ ଦିନ ମଧ୍ୟରେ ମାଟ୍ରିକ ଫଳାଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଉଦ୍ୟମ କରାଯିବ । ଫରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା କ୍ଷେତ୍ରରେ ମଧ୍ୟ ଏହି ନମ୍ବରକୁ ବିଚାରକୁ ନିଆଯିବ । ଯେଉଁ ଛାତ୍ରଛାତ୍ରୀ କମ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ପରୀକ୍ଷା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ଅନୁରୋଧ କରିଛନ୍ତି।

ମହାମାରୀ ପାଇଁ ଚଳିତ ବର୍ଷ ବିନା ପରୀକ୍ଷାରେ ରେଜଲ୍ଟ ବାହାରିଥିଲା। ମାଟ୍ରିକ ପରୀକ୍ଷାରେ ୯୭.୮୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମୋଟ୍ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ। ତେବେ ମାଟ୍ରିକରେ ନିଜ ଦକ୍ଷତା ଅନୁସାରେ ଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। କମ ମାର୍କକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Leave A Reply

Your email address will not be published.