ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

କ୍ରିଷନ ଜଣାଇଲେ ରଥ ପ୍ରସ୍ତୁତି

0

ପୁରୀ: ମହାମାରୀ କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ବିନା ଭକ୍ତରେ ହେଉଥିବା ବେଳେ କେବେଳ ସେବାୟତ ଟାଣିବେ ମହାପ୍ରଭୁଙ୍କ ତିନି ରଥ । ଛତିଶା ନିଯୋଗ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ କୁମାର । ଗତବର୍ଷ ଭଳି କେବଳ ସେବାୟତ ମାନେ ହିଁ ଟାଣିବେ ରଥ । ଏଥିପାଇଁ ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ଟିକାକରଣ କରାଯିବା ସହିତ ସେମାନଙ୍କୁ ମାସ୍କ, ସାନିଟାଇଜର ଏବଂ ଗାମୁଛା ଯୋଗାଇ ଦିଆଯିବ ।

ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀମାନେ ରଥ ଟାଣିବେ ନାହିଁ। ସେହିପରି ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ ଓ କ୍ୟାମେରା ଧରିବା ମନା। ରଥଯାତ୍ରା ବେଳେ ସେବାୟତମାନେ ଫଟୋ ଉଠାଇ ପାରିବେ ନାହିଁ । ବଡଦାଣ୍ଡ ଓ ସିଂହଦ୍ବାରରେ ସେବାୟତଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯିବ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ । କୋଭିଡ୍ କଟକଣା ମଧ୍ୟରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି ।

ରଥଯାତ୍ରା ପାଇଁ ପୁରୀ ସହରକୁ ୧୨ଟି ଜୋନ ଓ ବଡ଼ଦାଣ୍ଡକୁ ତିନିଟି ଜୋନରେ ବିଭକ୍ତ କରାଯିବ ବୋଲି ପୁରୀ ଏସପି କେ ବିଶାଳ ସିଂ ସୂଚନା ଦେଇଛନ୍ତି। ଏଥିସହ ପ୍ରାୟ ୭୦ ପ୍ଲାଟୁନ୍ ଫୋର୍ସ ଏଥର ମୁତୟନ ହେବେ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଘର, ଲଜ୍ ଏବଂ ହୋଟେଲ ଛାତରେ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗିଛି । ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଲୋକେ । ଆଜି ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସ୍ପଷ୍ଟ କରିଥିଲେ।

Leave A Reply

Your email address will not be published.