ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବନି ଟିକା

0

ଭୁବନେଶ୍ବର: ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବନି ଟିକା> ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍ଓଙ୍କୁ ଚିଠି ଲେଖାଯାଇଛି । ରାଜ୍ୟ ସରକାର କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁବଶୀଘ୍ର କର୍ମଶାଳାର ଆୟୋଜନ କରିବ । ଏହା ପରେ ରାଜ୍ୟ ପକ୍ଷରୁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ>

ଗର୍ଭବତୀଙ୍କୁ ଟିକା ଦିଆଯିବା ନେଇ ଏହା ପୂର୍ବରୁ କେନ୍ଦ୍ରରୁ ମାର୍ଗଦର୍ଶିକା ଆସିଥିଲା । ଗାଇଡଲାଇନ ଅନୁସାରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କିନ୍ତୁ ଏବେ ଗର୍ଭବତୀମାନଙ୍କୁ ଟିକା ଦିଆଯିବାର ନାହିଁ । କିଛି ଦିନ ଅପେକ୍ଷା କରିବାକୁ ହେବ।

ଏଇଥିପାଇଁ ଯେ ଟିକା ଦେଉଥିବା କର୍ମଚାରୀଙ୍କୁ ପ୍ରଥମେ ତାଲିମ ଦିଆଯିବ। ଏହା ପରେ ଯାଇ ଟିକାକରଣ କାର୍ଯ୍ୟ କରାଯିବ। ମହାମାରୀ କରୋନାରେ ଅନେକ ଗର୍ଭବତୀ ମହିଳା ଆକ୍ରାନ୍ତ ହେଉଛନ୍ତି। ଗର୍ଭବତୀ ମହିଳା ଓ ନବଜାତକ ଶିଶୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଘଟଣା ଚିନ୍ତା ବଢାଇବାରୁ ଗର୍ଭବତୀ ମହିଳାଙ୍କୁ ଟିକାକରଣ ପାଇଁ କୁହାଯାଇଥିଲା।

Leave A Reply

Your email address will not be published.