ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ମୋଦୀ ଡାକିଲେ ଜରୁରୀ ବୈଠକ

0

ନୂଆଦିଲ୍ଲୀ: ଆସନ୍ତାକାଲି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବାହ୍ନ ୧୧ଟାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଲାଗି ଆପାତତଃ ସମୟ ସ୍ଥିର ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ମୋଦୀଙ୍କ ବାସଭବନରେ ଏହି ବୈଠକ ହେବ। ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଆଉ କିଛି ବରିଷ୍ଠ ନେତାଙ୍କୁ ଏହି ବୈଠକକୁ ଡକାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକକୁ ନେଇ ରାଜନୈତିକ ମହଲରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଲେଣି। କାହିଁକି ଏହି ଜରୁରୀ ବୈଠକ ଡକାଗଲା, ଏଥିରେ ପ୍ରଧାନମନ୍ତ୍ରୀ କଣ କହିବାକୁ ଚାହିଁବେ ତାକୁ ନେଇ ବିଜେପି ସାଂସଦ ଓ ଆଶାୟୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ଏକଥା ସତ ଯେ ମୋଦୀ ଏବେ ଭୀଷଣ ଚାପରେ ଅଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ତାଙ୍କୁ ଢେର୍ ଆଘାତ ଦେଇଛି। ଆସନ୍ତାବର୍ଷ ଗୁରୁତ୍ବପୂର୍ଣ୍ଣ ଉତ୍ତପ୍ରଦେଶ ନିର୍ବାଚନ ହେବ। ଏହା ଆଗରୁ ସେ ଏମିତି ପଦକ୍ଷେପ ନେବାକୁ ଚାହାନ୍ତି, ଯେଉଁଥିରେ ସରକାର ଓ ତାଙ୍କର ଭାବମୂର୍ତ୍ତି ଉଜ୍ଜ୍ବଳ ହେବ। ଏଣୁ ସେ କେଉଁମାନଙ୍କୁ ବାଦ୍ ଦେବେ ଓ କଣ ଏଥିରେ କହିବେ, ତାହା ଉପରେ ଲକ୍ଷ୍ୟ ରହିଛି।

ଗୋଟିଏ ମହଲ ମତ ରଖୁଛନ୍ତି ଯେ ପ୍ରଧାନମନ୍ତ୍ରୀ ଗୋଟିଏ ନୂଆ ଫର୍ମୁଲା ସଂପର୍କରେ ଚିନ୍ତା କରୁଛନ୍ତି। ସବୁ ମନ୍ତ୍ରୀ ଗୋଟିଏ ଲେଖାଏ ବିଭାଗ ରଖିବେ। ଏହାକୁ ନେଇ ବି ରାଜନୀତି ଗରମ ରହିଛି।

ପୂର୍ବରୁ ମୋଦୀ ଅନେକ ବୈଠକ କରି ସାରିଲେଣି। ଏପରିକି ଜୁନ ୩୦ ତାରିଖରେ ମନ୍ତ୍ରୀମାନଙ୍କୁ ଡାକି ସେମାନଙ୍କ ପ୍ରଦର୍ଶନ ସଂପର୍କରେ ବି ଆଲୋଚନା କରିଥିଲେ।

Leave A Reply

Your email address will not be published.