ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଚିନ୍ତା ବଢ଼ାଇଲାଣି ଟ୍ବିନ୍ ସିଟି

0

ଆଜି ବି ମୃତ୍ୟୁ ସଂଖ୍ୟା ୫୦ ଉପରେ, ବୁଲୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଗତ ଦୁଇ ଦିନ ହେବ ୪ ପ୍ରତିଶତ ତଳକୁ ଖସିଛି। ଆଜି (ଗତ ୨୪ ଘଣ୍ଟା ରିପୋର୍ଟ ଆଧାରରେ) ସଂକ୍ରମଣ ହାର ରହିଛି ୩.୯୩%। ଦିନକରେ ୨୫ ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ (ପାଖାପାଖି ୧୧୧ ଦିନ ପରେ) ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ହେଲେ ଗତକାଲି ପରି ଆଜି ମଧ୍ୟ ମୃତ୍ୟୁ ସଂଖ୍ୟା ୫୦ ଉପରେ ରହିଛି । ଜୁଲାଇ ମାସର ୬ ଦିନରେ ୨୮୧ ମୁଣ୍ଡ ନେଲା ମହାମାରୀ । ସେହିପରି ଖୋର୍ଦ୍ଧା ଓ କଟକରୁ ମଧ୍ୟ ସଂକ୍ରମଣ କମିବାର ନାଁ ନେଉନି । କେଉଁଦିନ କଟକରୁ ସର୍ବାଧିକ ପଜଟିଭ ଚିହ୍ନଟ ହେଲେ, କେଉଁଦିନ ଖୋର୍ଦ୍ଧା । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ସଂକ୍ରମଣ ଖସୁଛି କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ଦିନକରେ ୫୧ ଜଣଙ୍କ କରୋନାରେ ଜୀବନ ଯାଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ହୋଇଛି। ବରଗଡ, ଢେଙ୍କାନାଳ, ମୟୂରଭଞ୍ଜରୁ ୫ ଜଣ ଲେଖାଁଏ ମୃତ୍ୟୁ ହୋଇଥିବା ବେଳେ କଟକ, ଯାଜପୁର, ନୟାଗଡ, ପୁରୀ, ସୁନ୍ଦରଗଡରୁ ୩ ଲେଖାଏଁ, ଭଦ୍ରକ, ଦେବଗଡ, ଗଞ୍ଜାମ, ଜଗତସିଂହପୁରରୁ ୨ ଜଣ ଲେଖାଏଁ, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ନବରଙ୍ଗପୁରରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୨୯୯ରେ ପହଞ୍ଚିଥିବା ବେଳେ ଭୟ ବଢାଇଛି ପ୍ରତିଦିନ ଏତେ ସଂଖ୍ୟାର ମୃତ୍ୟୁ।

ଗତ ୨୪ ଘଣ୍ଟାରେ ୬୩ ହଜାର ୧୮୪ କରୋନା ନମୁନା ପରୀକ୍ଷା ହୋଇଛି ଓ ୨୪ ଶହ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ସର୍ବାଧିକ ୪୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୫୭, ମୟୂରଭଞ୍ଜରୁ ୧୦୩, ପୁରୀରୁ ୧୫୪, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୨୦୨, ବରଗଡ଼ରୁ ୨୨, ଭଦ୍ରକରୁ ୧୧୩, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୧୨, ଦେବଗଡ଼ରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬ରେ ପହଞ୍ଚିଛି।

ସେପଟେ କରୋନା ସ୍ଥିତି ସମୀକ୍ଷା ନେଇ ଗତକାଲିଠୁ ଓଡିଶାରେ ପହଞ୍ଚିସାରିଛି କେନ୍ଦ୍ରୀୟ ଟିମ । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଏହି ଟିମ ପରିଦର୍ଶନ କରିବ। କୋଭିଡ ପରିଚାଳନା କିପରି ହେଉଛି,ଦୈନିକ କେତେ ନମୁନା ପରୀକ୍ଷା ହେଉଛି,ବାସ୍ତବରେ କେତେ ମୃତ୍ୟୁ ହେଉଛି , ସେ ସବୁର ଟିକିନିଖି ତଦାରଖ କରିବ ଏହି ଟିମ୍।

Leave A Reply

Your email address will not be published.