ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଝଲସୁଛନ୍ତି ମହାପ୍ରଭୁ

0
  • ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ
  • ପନ୍ଦର ଦିନ ପରେ ପତିତପାବନଙ୍କୁ ଦେଖିବେ ଭକ୍ତ, ବାହୁଡା ବିଜେ କଲେ ପଟିଦିଅଁ

ପୁରୀ: ଅଣସର ଘର ଗୁପ୍ତ ସେବା ପାଇ ଜ୍ୱରରୁ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ ମହାପ୍ରଭୁ। ପନ୍ଦର ଦିନର ଅନବସରର ଗୁପ୍ତ ନୀତି ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ବିନା ଭକ୍ତରେ ଚଳିତ ବର୍ଷ ‌ନବଯୌବନ ବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ତିନି ଦିନ ଧରି ଚାଲିବ । ୨୦ ବର୍ଷ ପରେ ଏପରି ଏକ ଦୁର୍ଲଭ ସଂଯୋଗ ଆସିଛି । ବେଶ ଦର୍ଶନ ପାଇଁ ପ୍ରତିବର୍ଷ ପରିମାଣିକ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ କୋଭିଡ୍‌ କଟକଣା ପାଇଁ ଚଳିତବର୍ଷର ଏହି ଦର୍ଶନ ବନ୍ଦ ରଖାଯାଇଛି।

ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦିବ୍ୟ ପ୍ରଲେପ ଲାଗି ପରେ ଦତ୍ତମହାପାତ୍ର ଶ୍ରୀଅଙ୍ଗରେ ଖଡି ଲାଗି ନୀତି କରିଛନ୍ତି ।ଏଥିପାଇଁ ୩ଟି ପର୍ଯ୍ୟାୟରେ ଦତ୍ତମହାପାତ୍ର ଅଣସର ପିଣ୍ଡିରେ ବିଜେ ଶ୍ରୀବିଗ୍ରହଙ୍କ ସେବା କରୁଛନ୍ତି । ପ୍ରଥମ ସେବାରେ ଖଡି ଲାଗି କରିଛନ୍ତି । ଖଡ଼ି ଲାଗି ପରେ ଠାକୁରଙ୍କ ଶ୍ରୀମୁଖରେ ରେଖା ଅଙ୍କନ କରାଯାଇଥିଲା । ସେବା ଶେଷରେ ଦତ୍ତମହାପାତ୍ର ସେବକ ବିଳମ୍ବିତ ରାତିରେ ଶ୍ରୀମୁଖ ସିଙ୍ଗାର କରିଛନ୍ତି । ଶ୍ରୀମୁଖ ଶ୍ରୀଙ୍ଗାର ପରେ ଶ୍ରୀମୁଖ ଝଲସି ଉଠିଛି । ଖଡି ଲାଗି ନୀତି ପରେ ଶ୍ରୀମୁଖରେ ରେଖା ଟଣାଯାଇଥିଲା । ପ୍ରଭୁଙ୍କୁ ଖଡି ଲାଗି ଗୋପନ ସେବାରେ ଧଳା ରଙ୍ଗରେ କର୍ପୂର, କସ୍ତୁରୀ, ଚନ୍ଦନ ଆଦି ସାମଗ୍ରୀରେ ପ୍ରସ୍ତୁତି ସ୍ୱତନ୍ତ୍ର ଆବରଣର ପ୍ରଲେପ ଦେଇଥିଲେ । ଖଡ଼ି ଲାଗି ସେବା ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ସ୍ୱରୂପ ଫେରିଥିବା ନେଇ ଗଜପତି ମହାରାଜାଙ୍କୁ ଭେଟିଥିଲେ। ଏହି ବିଧିକୁ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେର ନାମକରଣ କରାଯାଇଛି। ପଟିଦିଅଁଙ୍କ ବାହୁଡ଼ା ବିଜେ ସରିବା ପରେ ଅଣସର ତାଟି ଖୋଲାଯାଇ ପ୍ରଭୁଙ୍କ ନବଯୌବନ ଦର୍ଶନ ବିଧି ପରେ ଠାକୁରଙ୍କ ନେତ୍ରୋତ୍ସବ ନୀତି ଅନୁପାଳନ ଆରମ୍ଭ ହୋଇଛି।

ସେପଟେ ଆଉ ରଥଯାତ୍ରାକୁ ୩ ଦିନ ଥିବା ବେଳେ ରଥ ପ୍ରସ୍ତୁତି କାମ ଚୂଡାନ୍ତ ପର୍ଯ୍ୟାୟରେ ପହଚିଂଛି । ତିନି ରଥର ଦ୍ୱାରବେଢ଼ାରେ କୋଠ ସୁଆଁସିଆ ସେବାୟତ ମାନେ କପଡ଼ା ଲଗାଇବା କାର୍ୟ୍ୟ ସମ୍ପାଦନ କରିଛନ୍ତି ।

Leave A Reply

Your email address will not be published.