ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଝଲସୁଛନ୍ତି ମହାପ୍ରଭୁ

0
  • ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ
  • ପନ୍ଦର ଦିନ ପରେ ପତିତପାବନଙ୍କୁ ଦେଖିବେ ଭକ୍ତ, ବାହୁଡା ବିଜେ କଲେ ପଟିଦିଅଁ

ପୁରୀ: ଅଣସର ଘର ଗୁପ୍ତ ସେବା ପାଇ ଜ୍ୱରରୁ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ ମହାପ୍ରଭୁ। ପନ୍ଦର ଦିନର ଅନବସରର ଗୁପ୍ତ ନୀତି ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ବିନା ଭକ୍ତରେ ଚଳିତ ବର୍ଷ ‌ନବଯୌବନ ବେଶ ଅନୁଷ୍ଠିତ ହେବ। ଚଳିତ ବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ତିନି ଦିନ ଧରି ଚାଲିବ । ୨୦ ବର୍ଷ ପରେ ଏପରି ଏକ ଦୁର୍ଲଭ ସଂଯୋଗ ଆସିଛି । ବେଶ ଦର୍ଶନ ପାଇଁ ପ୍ରତିବର୍ଷ ପରିମାଣିକ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ କୋଭିଡ୍‌ କଟକଣା ପାଇଁ ଚଳିତବର୍ଷର ଏହି ଦର୍ଶନ ବନ୍ଦ ରଖାଯାଇଛି।

ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦିବ୍ୟ ପ୍ରଲେପ ଲାଗି ପରେ ଦତ୍ତମହାପାତ୍ର ଶ୍ରୀଅଙ୍ଗରେ ଖଡି ଲାଗି ନୀତି କରିଛନ୍ତି ।ଏଥିପାଇଁ ୩ଟି ପର୍ଯ୍ୟାୟରେ ଦତ୍ତମହାପାତ୍ର ଅଣସର ପିଣ୍ଡିରେ ବିଜେ ଶ୍ରୀବିଗ୍ରହଙ୍କ ସେବା କରୁଛନ୍ତି । ପ୍ରଥମ ସେବାରେ ଖଡି ଲାଗି କରିଛନ୍ତି । ଖଡ଼ି ଲାଗି ପରେ ଠାକୁରଙ୍କ ଶ୍ରୀମୁଖରେ ରେଖା ଅଙ୍କନ କରାଯାଇଥିଲା । ସେବା ଶେଷରେ ଦତ୍ତମହାପାତ୍ର ସେବକ ବିଳମ୍ବିତ ରାତିରେ ଶ୍ରୀମୁଖ ସିଙ୍ଗାର କରିଛନ୍ତି । ଶ୍ରୀମୁଖ ଶ୍ରୀଙ୍ଗାର ପରେ ଶ୍ରୀମୁଖ ଝଲସି ଉଠିଛି । ଖଡି ଲାଗି ନୀତି ପରେ ଶ୍ରୀମୁଖରେ ରେଖା ଟଣାଯାଇଥିଲା । ପ୍ରଭୁଙ୍କୁ ଖଡି ଲାଗି ଗୋପନ ସେବାରେ ଧଳା ରଙ୍ଗରେ କର୍ପୂର, କସ୍ତୁରୀ, ଚନ୍ଦନ ଆଦି ସାମଗ୍ରୀରେ ପ୍ରସ୍ତୁତି ସ୍ୱତନ୍ତ୍ର ଆବରଣର ପ୍ରଲେପ ଦେଇଥିଲେ । ଖଡ଼ି ଲାଗି ସେବା ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ସ୍ୱରୂପ ଫେରିଥିବା ନେଇ ଗଜପତି ମହାରାଜାଙ୍କୁ ଭେଟିଥିଲେ। ଏହି ବିଧିକୁ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେର ନାମକରଣ କରାଯାଇଛି। ପଟିଦିଅଁଙ୍କ ବାହୁଡ଼ା ବିଜେ ସରିବା ପରେ ଅଣସର ତାଟି ଖୋଲାଯାଇ ପ୍ରଭୁଙ୍କ ନବଯୌବନ ଦର୍ଶନ ବିଧି ପରେ ଠାକୁରଙ୍କ ନେତ୍ରୋତ୍ସବ ନୀତି ଅନୁପାଳନ ଆରମ୍ଭ ହୋଇଛି।

ସେପଟେ ଆଉ ରଥଯାତ୍ରାକୁ ୩ ଦିନ ଥିବା ବେଳେ ରଥ ପ୍ରସ୍ତୁତି କାମ ଚୂଡାନ୍ତ ପର୍ଯ୍ୟାୟରେ ପହଚିଂଛି । ତିନି ରଥର ଦ୍ୱାରବେଢ଼ାରେ କୋଠ ସୁଆଁସିଆ ସେବାୟତ ମାନେ କପଡ଼ା ଲଗାଇବା କାର୍ୟ୍ୟ ସମ୍ପାଦନ କରିଛନ୍ତି ।

Leave A Reply

Your email address will not be published.