ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଟୋକିଓରେ ଟେକ ରଖ

0
  • ଖେଳାଳିଙ୍କ ମନୋବଳ ବଢାଇଲେ ମୋଦୀ
  • ଦୂତି ଅର୍ଥ ଚମକ, ଏଣୁ ଟୋକିଓରେ ତୁମେ ଚମକିବ

ନୂଆଦିଲ୍ଲୀ: ଟୋକିଓର ଅଲମ୍ପିକ୍ସ ପୋଡିୟମ ଏବେ ତୁମକୁ ଅପେକ୍ଷା କରିଛି। ଟୋକିଓରେ ଦେଶର ଗୌରବ ବଢାଅ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଯିବାକୁ ମନୋନୀତ ହୋଇଥିବା ଭାରତୀୟ ଖେଳାଳିଙ୍କ ମନୋବଳ ବଢାଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଲମ୍ପିକ୍ସ ଖେଳିବାକୁ ଥିବା ୧୫ ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି ମୋଦୀ। ପ୍ରତ୍ୟେକ ଖେଳାଳିଙ୍କ ସମସ୍ୟା ଓ ପ୍ରସ୍ତୁତି ସଂପର୍କରେ ଟିକିନିଖି ବୁଝିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ସମସ୍ତ ଅଲମ୍ପିକ୍ସ ଖେଳାଳିଙ୍କ ସହ ଦେଶ ରହିଛି । ନିର୍ଭୟର ସହ ଜାପାନରେ ଖେଳିବାକୁ କହିଲେ ମୋଦୀ । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଲମ୍ପିକ୍ସ ପାଇଁ ମନୋନୀତ ହୋଇଥିବା ୧୫ ଖେଳାଳି ସୁରଟ ସରଥ କମଲ, ମୋନିକା ବତ୍ରା, ଆଶିଷ କୁମାର,ମେରି କମ, ପି.ଭି ସିନ୍ଧୁ.ବଜରଙ୍ଗ ପୁନିଆ, ନୀରଜ,ମନୁଭାକର, ଅମିତ ପଙ୍ଗଲ,ବିନେଶ ଫୋଗଟଙ୍କ ସହ ଆଲୋଚନା କରି ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଓଡିଶା ଧାବିକା ଦୂତି ଚାନ୍ଦଙ୍କ ସହ ମଧ୍ୟ କଥାହୋଇ ପ୍ରସ୍ତୁତି ସଂପର୍କରେ ପଚାରିଲେ ମୋଦୀ । ଦୂତି ଅର୍ଥ ଚମକ । ତେଣୁ ଟୋକିଓରେ ଚମକ ଅପେକ୍ଷାରେ ଏବେ ଭାରତ ରହିଛି ବୋଲି ମୋଦୀ କହିଥିଲେ । ଦୂତି ମଧ୍ୟ ସକଳ ସଂଘର୍ଷ ସତ୍ୱେ ନିଜର ପ୍ରସ୍ତୁତି ନେଇ କହିଥିଲେ । ଦୂତିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.