ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କୋହଳ କରି ବିପଦ ବଢ଼ାଇଲେ

0
  • ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ, ସିଂହଭାଗ ସଂକ୍ରମିତ ଏହି ଅଞ୍ଚଳର
  • ସରକାରଙ୍କ ନାକ ନିଶ ତଳେ ଖୋଲାଖୋଲି ଚାଲିଛି ଆଇନ ଉଲ୍ଲଂଘନ
  • ଭୁବନେଶ୍ବରରେ ସମସ୍ତେ ବେଫିକର, ସହରବଜାର ସ୍ବାଭାବିକ, ଖଟି ବି ଚାଲିଛି
  • ଲକ୍‌ଡାଉନ ନିର୍ଦେଶ ଶୁଣାଇ ଦେଇ ଦାୟିତ୍ବ ଝାଡି ଦେଉଛନ୍ତି ମୁଖ୍ୟ ସଚିବ
  • ପ୍ରଶାସନିକ ତନାଘନା ନାହିଁ, ଆଉ କେତେ ଦିନ ଲକଡାଉନ୍ ବଢାଉଥିବେ?

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ନୂଆ ଲକଡାଉନ କଟକଣା ଲାଗୁହୋଇଛି। ପୂର୍ବ ଅପେକ୍ଷା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି। କିନ୍ତୁ ପ୍ରାୟ ଅଢେଇ ମାସ କାଳ ଲକଡାଉନ, ସଟଡାଉନ ପରେ ଖୋର୍ଦ୍ଧା, ଓ କଟକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନି। ପଜିିଟିିଭ ହାର ୪ରୁ ୫ ପ୍ରତିଶତ ଉପରେ ରହୁଛି। ପାଖାପାଖି ୪୦ ପ୍ରତିଶତ ରୋଗୀ ଏହି ଅଞ୍ଚଳର। ତେଣୁ ସଂକ୍ରମଣ ଏଠାରେ ନିୟନ୍ତ୍ରଣକୁ ନ ଆସିବା ଚିନ୍ତାଜନକ । ସେହପରି ତିନି ହେବ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପୁଣି ୨ ହଜାର ଉପରେ ରହୁଛି । ସରକାର ଦେଉଥିବା ମୃତ୍ୟୁସଂଖ୍ୟାର ହିସାବ ମଧ୍ୟ ମନରେ ଭୟ ସୃଷ୍ଟି କରିଛି । ଦୈନିକ ୬୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା।

କିଛି ବିଶେଷଜ୍ଞ ମତ ରଖୁଛନ୍ତି ଯେ ଅନ୍ୟ ଅଞ୍ଚଳରୁ କଟକ ଓ ଖୋର୍ଧା ଜିଲ୍ଲାକୁ ଅଧିକ ଲୋକ ଆସୁଛନ୍ତି। ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଅଞ୍ଚଳରେ ଅମାନିଆଙ୍କ ସଂଖ୍ୟା ଟିକିଏ ଅଧିକ ପରିଲକ୍ଷିତ ହେଉଛନ୍ତି। ସବୁଠାରୁ ବଡ କଥା ହେଲା, ଏଠାରେ ଯାଞ୍ଚ, ଆଇନ ଅନୁପାଳନ ଆଦି ପ୍ରକ୍ରିୟାକୁ ପୁଲିସ ପ୍ରଶାସନ ଏତେ କୋହଳ କରିଦେଇଛି ଯେ ଲକଡାଉନ୍ ଅଛି କି ନାହିଁ, କଟକଣା ଜାରି ହୋଇଛି କି ନ ହୋଇଛି ତାହା ବୁଝାପଡୁନାହିଁ। କମିସନରେଟ୍ ପୁଲିସର ଏଭଳି ଆଭିମୁଖ୍ୟ ମଧ୍ୟ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣକୁ ନ ଆଣିବାରେ ଏକ ବଡ଼ କାରଣ ଭାବେ ଉଭା ହୋଇଛି। କିନ୍ତୁ ବଡ଼ କଥାଟି ହେଉଛି, ଏମିତି ସ୍ଥିତି ଜାରି ରହିଲେ, ଖୋର୍ଧା-କଟକ ଲକଡାଉନ୍ କବଳରୁ ମୁକ୍ତି ପାଇବାରେ ବିଳମ୍ବ ଘଟିବ ଏବଂ ଲୋକଙ୍କ ଯନ୍ତ୍ରଣା ମଧ୍ୟ ବହୁଗୁଣିତ ହୋଇପାରେ। ରାଜ୍ୟ ସରକାରଙ୍କ ନାକ ନିଶ ତଳେ ଏସବୁ ଘଟଣା ଘଟୁଥିଲେ ହେଁ, ଏ ଦିଗଟିକୁ ଏଯାଏ କେହି ଗୁରୁତ୍ବ ଦେବା ସ୍ଥିତିରେ ନାହାନ୍ତି।

ଖୋର୍ଦ୍ଧା,କଟକ,ବାଲେଶ୍ୱର, ପୁରୀ, ମୟୂରଭଂଜରେ ବଢୁଥିବା ସଂକ୍ରମଣ ହାର ଚିନ୍ତାଜନକ। ରାଜ୍ୟର ଅନ୍ୟ ୨୬ଟି ଜିଲ୍ଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଏହି ୪ ଜିଲ୍ଲାରେ ସଂକ୍ରମଣ କମୁନି । ରାଜ୍ୟରେ ଗତ ୨୪ ଘଣ୍ଚାରେ ୭୦ ହଜାର ୨୪୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨ ହଜାର ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନି ଦିନ ହେବ କ୍ରମାଗତ ଭାବେ ସଂକ୍ରମଣ ୩ ହଜାର ଉପରେ ରହୁଛି । ସଂକ୍ରମଣ ହାର ରହିଛି ୨.୯୪%।

ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୩୧୯, ବାଲେଶ୍ୱରରୁ ୧୭୬,ଯାଜପୁରରୁ ୧୩୬,ପୁରୀରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ । ସେହିପରି ଜଗତସିଂହପୁରରୁ ୯୭,ମୟୂରଭଂଜରୁ ୮୧,ନୟାଗଡରୁ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯ ଲକ୍ଷ ୪୯ ହଜାର ୯୨୯ରେ ପହଞ୍ଚିଛି।

ସେହିପରି ଆଉ ୬୪ ମୃତ୍ୟୁର ହିସାବ ଦିଆଯାଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୨, ବରଗଡରୁ ୧୦, ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭, ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, କଳାହାଣ୍ଡି, କେନ୍ଦ୍ରାପଡା, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.