ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

କୋହଳ କରି ବିପଦ ବଢ଼ାଇଲେ

0
  • ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ, ସିଂହଭାଗ ସଂକ୍ରମିତ ଏହି ଅଞ୍ଚଳର
  • ସରକାରଙ୍କ ନାକ ନିଶ ତଳେ ଖୋଲାଖୋଲି ଚାଲିଛି ଆଇନ ଉଲ୍ଲଂଘନ
  • ଭୁବନେଶ୍ବରରେ ସମସ୍ତେ ବେଫିକର, ସହରବଜାର ସ୍ବାଭାବିକ, ଖଟି ବି ଚାଲିଛି
  • ଲକ୍‌ଡାଉନ ନିର୍ଦେଶ ଶୁଣାଇ ଦେଇ ଦାୟିତ୍ବ ଝାଡି ଦେଉଛନ୍ତି ମୁଖ୍ୟ ସଚିବ
  • ପ୍ରଶାସନିକ ତନାଘନା ନାହିଁ, ଆଉ କେତେ ଦିନ ଲକଡାଉନ୍ ବଢାଉଥିବେ?

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ନୂଆ ଲକଡାଉନ କଟକଣା ଲାଗୁହୋଇଛି। ପୂର୍ବ ଅପେକ୍ଷା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି। କିନ୍ତୁ ପ୍ରାୟ ଅଢେଇ ମାସ କାଳ ଲକଡାଉନ, ସଟଡାଉନ ପରେ ଖୋର୍ଦ୍ଧା, ଓ କଟକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନି। ପଜିିଟିିଭ ହାର ୪ରୁ ୫ ପ୍ରତିଶତ ଉପରେ ରହୁଛି। ପାଖାପାଖି ୪୦ ପ୍ରତିଶତ ରୋଗୀ ଏହି ଅଞ୍ଚଳର। ତେଣୁ ସଂକ୍ରମଣ ଏଠାରେ ନିୟନ୍ତ୍ରଣକୁ ନ ଆସିବା ଚିନ୍ତାଜନକ । ସେହପରି ତିନି ହେବ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପୁଣି ୨ ହଜାର ଉପରେ ରହୁଛି । ସରକାର ଦେଉଥିବା ମୃତ୍ୟୁସଂଖ୍ୟାର ହିସାବ ମଧ୍ୟ ମନରେ ଭୟ ସୃଷ୍ଟି କରିଛି । ଦୈନିକ ୬୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା।

କିଛି ବିଶେଷଜ୍ଞ ମତ ରଖୁଛନ୍ତି ଯେ ଅନ୍ୟ ଅଞ୍ଚଳରୁ କଟକ ଓ ଖୋର୍ଧା ଜିଲ୍ଲାକୁ ଅଧିକ ଲୋକ ଆସୁଛନ୍ତି। ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଅଞ୍ଚଳରେ ଅମାନିଆଙ୍କ ସଂଖ୍ୟା ଟିକିଏ ଅଧିକ ପରିଲକ୍ଷିତ ହେଉଛନ୍ତି। ସବୁଠାରୁ ବଡ କଥା ହେଲା, ଏଠାରେ ଯାଞ୍ଚ, ଆଇନ ଅନୁପାଳନ ଆଦି ପ୍ରକ୍ରିୟାକୁ ପୁଲିସ ପ୍ରଶାସନ ଏତେ କୋହଳ କରିଦେଇଛି ଯେ ଲକଡାଉନ୍ ଅଛି କି ନାହିଁ, କଟକଣା ଜାରି ହୋଇଛି କି ନ ହୋଇଛି ତାହା ବୁଝାପଡୁନାହିଁ। କମିସନରେଟ୍ ପୁଲିସର ଏଭଳି ଆଭିମୁଖ୍ୟ ମଧ୍ୟ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣକୁ ନ ଆଣିବାରେ ଏକ ବଡ଼ କାରଣ ଭାବେ ଉଭା ହୋଇଛି। କିନ୍ତୁ ବଡ଼ କଥାଟି ହେଉଛି, ଏମିତି ସ୍ଥିତି ଜାରି ରହିଲେ, ଖୋର୍ଧା-କଟକ ଲକଡାଉନ୍ କବଳରୁ ମୁକ୍ତି ପାଇବାରେ ବିଳମ୍ବ ଘଟିବ ଏବଂ ଲୋକଙ୍କ ଯନ୍ତ୍ରଣା ମଧ୍ୟ ବହୁଗୁଣିତ ହୋଇପାରେ। ରାଜ୍ୟ ସରକାରଙ୍କ ନାକ ନିଶ ତଳେ ଏସବୁ ଘଟଣା ଘଟୁଥିଲେ ହେଁ, ଏ ଦିଗଟିକୁ ଏଯାଏ କେହି ଗୁରୁତ୍ବ ଦେବା ସ୍ଥିତିରେ ନାହାନ୍ତି।

ଖୋର୍ଦ୍ଧା,କଟକ,ବାଲେଶ୍ୱର, ପୁରୀ, ମୟୂରଭଂଜରେ ବଢୁଥିବା ସଂକ୍ରମଣ ହାର ଚିନ୍ତାଜନକ। ରାଜ୍ୟର ଅନ୍ୟ ୨୬ଟି ଜିଲ୍ଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଏହି ୪ ଜିଲ୍ଲାରେ ସଂକ୍ରମଣ କମୁନି । ରାଜ୍ୟରେ ଗତ ୨୪ ଘଣ୍ଚାରେ ୭୦ ହଜାର ୨୪୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨ ହଜାର ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନି ଦିନ ହେବ କ୍ରମାଗତ ଭାବେ ସଂକ୍ରମଣ ୩ ହଜାର ଉପରେ ରହୁଛି । ସଂକ୍ରମଣ ହାର ରହିଛି ୨.୯୪%।

ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୩୧୯, ବାଲେଶ୍ୱରରୁ ୧୭୬,ଯାଜପୁରରୁ ୧୩୬,ପୁରୀରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ । ସେହିପରି ଜଗତସିଂହପୁରରୁ ୯୭,ମୟୂରଭଂଜରୁ ୮୧,ନୟାଗଡରୁ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯ ଲକ୍ଷ ୪୯ ହଜାର ୯୨୯ରେ ପହଞ୍ଚିଛି।

ସେହିପରି ଆଉ ୬୪ ମୃତ୍ୟୁର ହିସାବ ଦିଆଯାଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୨, ବରଗଡରୁ ୧୦, ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭, ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, କଳାହାଣ୍ଡି, କେନ୍ଦ୍ରାପଡା, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.