ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

କଟକଣା ଭିତରେ ବସ ଚାଲିଲା

0

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହୋଇଛି। ବସ ମାଲିକ ସଂଘର ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି ପରେ ସାରା ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇଛି। ପ୍ରାୟ ୩ ମାସ ପରେ ଜିଲ୍ଲା ସ୍ତରକୁ ବସ ଗଡିଛି। କରୋନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏପ୍ରିଲ ୧୦ ରାଜ୍ୟ ବାହାରକୁ ଓ ମେ ୫ରୁ ରାଜ୍ୟ ଭିତରେ ବସ ଚଳାଚଳ ବନ୍ଦ ରହିଥିଲା।

ଜୁଲାଇ ୧ରୁ କାଟାଗୋରି ଏରେ ୨୦ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ମିଳିଥିଲା । ଆଜିଠୁ ବାକି ୧୦ ଜିଲ୍ଲାରେ ବସ ଚାଲିବା ଆରମ୍ଭ ହୋଇଛି । ବସ ଚଳାଚଳ ନେଇ ସରକାରଙ୍କ ଅନୁମତି ସତ୍ୱେ ମାତ୍ର ୧୦ରୁ ୧୫ ପ୍ରତିଶତ ରାସ୍ତାକୁ ଓହ୍ଲାଇଛି। ରାଜ୍ୟରେ ପ୍ରାୟ ୧୬ ହଜାରରୁ ଅଧି ବସ ଦୀର୍ଘଦିନ ହେବ ଛିଡା ହୋଇରହିଥିଲା । ବସ ଗୁଡିକ ଦୀର୍ଘଦିନ ଧରି ଚଳାଚଳ କରୁନଥିବାରୁ ବସ ଗୁଡିକର ମରାମତି ଆବଶ୍ୟକ ପଡୁଛି। ତେଣୁ ଅଳ୍ପ କିଛି ବସ ଚାଲୁଛି । ତେବେ ବସରେ ଛିଡା ହୋଇ ଯାତ୍ରା କରିବାକୁ ମନା କରାଯାଇଛି। ଉପଲବ୍ଧ ସିଟ ଅନୁଯାୟୀ ଯାତ୍ରୀ ବସରେ ଯିବେ।

Leave A Reply

Your email address will not be published.