ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଦ୍ବିତୀୟ ଲହର ଭିତରେ ତୃତୀୟ ଲହର ଛୁଇଁବ କି?

0
  • ସଂକ୍ରମିତଙ୍କ ସଂଖ୍ୟା କମିଲା, ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛି
  • ଟ୍ବିନ୍ ସିଟିରେ ବିଶେଷଜ୍ଞ ଆକଳନ ଫେଲ୍ ମାରୁଛି, ତଥାପି ବେକାବୁ ସଂକ୍ରମଣ
  • ତୃତୀୟ ଲହର ପାଇଁ ପ୍ରସ୍ତୁତି ଚୂଡାନ୍ତ, ଆଜି ମୋହର ଲଗାଇବେ ଏସିଏସ (ସ୍ବାସ୍ଥ୍ୟ)

ଭୁବନେଶ୍ବର: ଅନେକ ଦିନର ବ୍ୟବଧାନ ପରେ ୨ ହଜାର ତଳକୁ ଖସିଛି ସଂକ୍ରମଣ। ଯାହା ସାମାନ୍ୟ ଆଶ୍ୱସ୍ତି ଆଣିଛି। ରାଜ୍ୟରେ ସଂକ୍ରମଣ ହାର ରହିିଛି ୨.୩୬%। କିନ୍ତୁ ଜୁଲାଇ ମାସ ଅଧା ହେଲାଣି । ଏଯାଏ ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ବିଶେଷଜ୍ଞଙ୍କ ପୂର୍ବାନୁମାନ ଭୁଲ ହେବା ଆରମ୍ଭ କରିଛି। ବିଶେଷକରି ଟ୍ବିନ୍ ସିଟି କ୍ଷେତ୍ରରେ ସେମାନଙ୍କ ଆକଳନ ଓ ଫର୍ମୁଲା ଯେମିତି କାମ ଦେଉନାହିଁ। କଟକ,ଖୋର୍ଦ୍ଧାରେ ସଂକ୍ରମଣ ଏବେ ବି ଉପରମୁହାଁ ହୋଇ ରହିଛି।

କରୋନାର ଦ୍ୱିତୀୟ ଲହର ଭିତରେ ତୃତୀୟ ଲହର ଆସିଯିବା ନେଇ ମଧ୍ୟ ଲୋକଙ୍କ ମନରେ ଭୟ ଘାରିଲାଣି। କିଛି ଜିଲ୍ଲାରେ ସଂକ୍ରମଣ କମୁନଥିବାରୁ ତୃତୀୟ ଲହର କାଳେ ଆରମ୍ଭ ହୋଇଯାଇଛି ସେ ନେଇ ମଧ୍ୟ ଭୟଭୀତ ହୋଇପଡିଛନ୍ତି ଲୋକେ। ଅନ୍ୟପକ୍ଷରେ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ଆକ୍ସନ ପ୍ଲାନ୍ ଚୂଡାନ୍ତ ହୋଇଛି। ଆଜି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହା ଉପରେ ମୋହର ଲଗାଇବା ପରେ ଆସନ୍ତାକାଲି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ। କେନ୍ଦ୍ର ସରକାର ତୃତୀୟ ଲହର ପରିପ୍ରେକ୍ଷୀରେ ସବୁ ରାଜ୍ୟକୁ ଆକ୍ସନ ପ୍ଲାନ୍ ମାଗିଥିଲେ।

କେବଳ ସେତିକି ନୁହେଁ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ କେନ୍ଦ୍ର ସରକାର ଯେଉଁ ୨୩ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ, ସେ ମଧ୍ୟରୁ ଓଡ଼ିଶାର ଭାଗ ୮୬୧ କୋଟି ଟଙ୍କା ପଡିଛି। ଏଥିରୁ ୬୦ ପ୍ରତିଶତ କେନ୍ଦ୍ର ସରକାର ଦେବେ ଓ ବାକି ୪୦ ପ୍ରତିଶତ ରାଜ୍ୟ ସରକାର ଦେବେ। ସେହିପରି ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜରେ ୯ଟି ଏକମୋ ମେସିନ୍ ଲୋକାର୍ପିତ ହେବ। ଆଜିଠାରୁ କର୍ମଚାରୀ ଓ ଅଧିକାରୀ ପ୍ରଶିକ୍ଷଣରେ ଯିବେ। ଏ କ୍ଷେତ୍ରରେ ଦେଶର ଦ୍ବିତୀୟ ସର୍ବବୃହତ୍ ଅନୁଷ୍ଠାନ ହେବ ଏସସିବି ମେଡିକାଲ କଲେଜ। କୋଲକାତା ପ୍ରଥମ ରହିଛି। ସେହିଦିନ ୩୦ଟି ଜିଲ୍ଲାରେ ଆରଟିପିସିଆର୍ ଲାବରେଟୋରି ବି ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ସୁଦ୍ଧା ସବୁ ଜିଲ୍ଲା ହେଡକ୍ବାଟର୍ସରେ ଅକ୍ସିଜେନ୍ ପ୍ଲାଣ୍ଟ ହୋଇଯିବ। ଏହାବ୍ୟତୀତ ୩୨ଶହ ଶିଶୁ ଶଯ୍ୟା ଓ ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ୍‌ଙ୍କୁ ବି ପ୍ରଶିକ୍ଷଣ ଦିଆଯାଉଛି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କୋଭିଡ୍ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ଦିଆଯାଉଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୬ ଶହ ୪୮ କରୋନା ଆକ୍ରାନ୍ତ। ୬୯ ହଜାର ୮୧୨ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୨.୩୬%। ତେବେ ଗତ ୨୪ ଘଣ୍ଟାରେ କଟକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୩୦,ବାଲେଶ୍ୱରରୁ ୮୩,ଜଗତସିଂହପୁରରୁ ୧୧୨,ମୟୂରଭଂଜରୁ ୭୭,ଯାଜପୁରରୁ ୧୧୩,ନୟାଗଡରୁ ୭୩,ପୁରୀରୁ ୬୭,ଭଦ୍ରକରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ରେ ପହିଂଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୦ ହଜାର ୩୮୭।

ସେହିପରି ମୃତ୍ୟୁସଂଖ୍ୟା ସାମାନ୍ୟ କମିଛି । ଆଜି ୫୮ ମୃତ୍ୟୁର ହିସାବ ଦିଆଯାଇଛି । ଖୋର୍ଦ୍ଧା ସର୍ବାଧିକ ୧୯ଜଣ ରହିଥିବା ବେଳେ ବରଗଡ଼ ଜିଲ୍ଲାରୁ ୭ଜଣ କରୋନାରେ ଆଖିବୁଜିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୫ଜଣ ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ୪ଜଣ ରହିଛନ୍ତି । ବାଲେଶ୍ୱର , କଟକ, ପୁରୀ, ସମ୍ବଲପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ, ଢେଙ୍କାନାଳ, ଯାଜପୁର , ଝାରସୁଗୁଡ଼ା, ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୧୬କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.