ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ହାଇଦର ପୁଅକୁ କାହିଁକି ମିଳିଲାନି ପାରୋଲ?

0

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦର ପୁଅକୁ ମିଳିଳାନି ପାରୋଲ। ବାପାର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ପାରୋଲ ଆବେଦନ କରଥିଲା ହାଇଦରର ବଡ଼ ପୁଅ ସେକ ମୁନା। କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ ମୁନାର ଅନ୍ତରୀଣ ଜାମିନ ଆବଦେନକୁ ଖାରଜ କରିଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜଙ୍କ ନିକଟରେ ୪୦ ଦିନିଆ ପାରୋଲ ପାଇଁ ଆବେଦନ କରିଥିଲା ସେକ ମୁନା । ତେବେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ଓ ମୁନାର ଜୀବନ ପ୍ରତି ବିପଦ ଦର୍ଶାଇ ଜଜ୍ ଏହାକୁ ଖାରଜ କରିଦେଇଛନ୍ତି।

ହାଇଦରର ପୁଅ ମୁନା ୨୦୧୧ରୁ ଗିରଫ ହୋଇ ଜେଲରେ ଅଛି। ତା ନାଁରେ ୧୮ଟି ବିଚାରଧୀନ ମାମଲା ରହିଛି। ଭୁବନେଶ୍ୱରରେ ମୁନା ନାଁରେ ଗୋଟିଏ ମାମଲା ରହିଛି । ଗତ ୧୨ ବର୍ଷ ହେଲା ଜେଲରେ ରହିଛି ହାଇଦରର ପୁଅ ମୁନା । ଆଳିର ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିଲା ମୁନା । ସେ ଜେଲରୁ ମୁକୁଳିଲେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା କରୁଛି ପ୍ରଶାସନ ।

ଆଇନଶୃଙ୍ଖଳା ଦୃଷ୍ଟିରେ ରଖି ପାରୋଲକୁ ବିରୋଧ କରିଥିଲା ପ୍ରଶାସନ। ଗତ ଶନିବାର ଦିନ ଚୌଦ୍ୱାର ଜେଲରୁ ସ୍ଥାନାନ୍ତର ବେଳେ ବାଲେଶ୍ୱର ସିମୁଳିଆ ନିକଟରେ ପରିସ୍ରା ଯିବା ବାହାନାରେ ବନ୍ଧୁକ ଛଡାଇ ଖସିଯିବାକୁ ଉଦ୍ୟ କରିଥିଲା ହାଇଦର । ଏହା ପରେ ପୁଲିସ ପକ୍ଷରୁ ଏନକାଉଂଟର କରାଯାଇଥିଲା । ହାଇଦରର ପେଟ ଓ ଛାତିରେ ଗୁଳି ବାଜିଥିଲା । ତାକୁ ସେଠାରୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.