ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ହାଇଦର ପୁଅକୁ କାହିଁକି ମିଳିଲାନି ପାରୋଲ?

0

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦର ପୁଅକୁ ମିଳିଳାନି ପାରୋଲ। ବାପାର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ପାରୋଲ ଆବେଦନ କରଥିଲା ହାଇଦରର ବଡ଼ ପୁଅ ସେକ ମୁନା। କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ ମୁନାର ଅନ୍ତରୀଣ ଜାମିନ ଆବଦେନକୁ ଖାରଜ କରିଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜଙ୍କ ନିକଟରେ ୪୦ ଦିନିଆ ପାରୋଲ ପାଇଁ ଆବେଦନ କରିଥିଲା ସେକ ମୁନା । ତେବେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ଓ ମୁନାର ଜୀବନ ପ୍ରତି ବିପଦ ଦର୍ଶାଇ ଜଜ୍ ଏହାକୁ ଖାରଜ କରିଦେଇଛନ୍ତି।

ହାଇଦରର ପୁଅ ମୁନା ୨୦୧୧ରୁ ଗିରଫ ହୋଇ ଜେଲରେ ଅଛି। ତା ନାଁରେ ୧୮ଟି ବିଚାରଧୀନ ମାମଲା ରହିଛି। ଭୁବନେଶ୍ୱରରେ ମୁନା ନାଁରେ ଗୋଟିଏ ମାମଲା ରହିଛି । ଗତ ୧୨ ବର୍ଷ ହେଲା ଜେଲରେ ରହିଛି ହାଇଦରର ପୁଅ ମୁନା । ଆଳିର ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିଲା ମୁନା । ସେ ଜେଲରୁ ମୁକୁଳିଲେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା କରୁଛି ପ୍ରଶାସନ ।

ଆଇନଶୃଙ୍ଖଳା ଦୃଷ୍ଟିରେ ରଖି ପାରୋଲକୁ ବିରୋଧ କରିଥିଲା ପ୍ରଶାସନ। ଗତ ଶନିବାର ଦିନ ଚୌଦ୍ୱାର ଜେଲରୁ ସ୍ଥାନାନ୍ତର ବେଳେ ବାଲେଶ୍ୱର ସିମୁଳିଆ ନିକଟରେ ପରିସ୍ରା ଯିବା ବାହାନାରେ ବନ୍ଧୁକ ଛଡାଇ ଖସିଯିବାକୁ ଉଦ୍ୟ କରିଥିଲା ହାଇଦର । ଏହା ପରେ ପୁଲିସ ପକ୍ଷରୁ ଏନକାଉଂଟର କରାଯାଇଥିଲା । ହାଇଦରର ପେଟ ଓ ଛାତିରେ ଗୁଳି ବାଜିଥିଲା । ତାକୁ ସେଠାରୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.