ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବିଜେପିର ଚାଷୀ ପ୍ରସଙ୍ଗର କଡ଼ା ପ୍ରତିଜବାବ ଦେଲା ବିଜେଡି

0
  • ଧାନ କିଣା ପରେ ସାର ପ୍ରସଙ୍ଗରେ ଚାପ କୌଶଳ ପ୍ରୟୋଗ କଲା ଦଳ
  • ମୁଖ୍ୟମନ୍ତ୍ରୀ ଚିଠି ଲେଖିବାର ଅଳ୍ପ କିଛି କ୍ଷଣ ପରେ ବିଜେଡି ସାଂସଦ ଭେଟିଲେ
  • ପୂର୍ବରୁ ଧାନ କିଣା ପ୍ରସଙ୍ଗରେ ଏଫସିଆଇ ଗୋଦାମ ଆଗରେ ବିକ୍ଷୋଭ ହୋଇଥିଲା

ଭୁବନେଶ୍ବର: ଚାଷୀ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ଦ୍ବିତୀୟ କାର୍ଡ ଖେଳିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ଲାଗି ଚିଠି ଲେଖିବାର କିଛି କ୍ଷଣ ପରେ ବିଜେଡି ସାଂସଦମାନେ ମନ୍ତ୍ରୀଙ୍କୁ ଭେଟିଛନ୍ତି। ବିଜେଡିର ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦମାନେ ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ମାତ୍ର ଦୁଇ ଘଣ୍ଟା ଅନ୍ତରରେ ଏଭଳି ପଦକ୍ଷେପକୁ ରାଜନୈତିକ ମହଲ ଗମ୍ଭୀରତାର ସହିତ ନେଉଛନ୍ତି। ଏହା ଚାଷୀ ପ୍ରସଙ୍ଗରେ ବିଜେଡିର ଚାପ କୌଶଳ ବୋଲି ମଧ୍ୟ କୁହାଯାଉଛି।

ପୂର୍ବରୁ ଯେବେ ଧାନ କିଣା ପ୍ରସଙ୍ଗରେ ବିଜେଡିକୁ ବିଜେପି ଘେରିଥିଲା, ସେବେ ଶାସକ ଦଳର ଏହାର ମୁହଁତୋଡ ଜବାବ ଦେଇଥିଲା। ଏଫସିଆଇ ବିରୋଧରେ ଅଭିଯୋଗ ପାହାଡ ଛିଡ କରି ନେତାମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଏବେ ସାର ପ୍ରସଙ୍ଗରେ ବିଜେଡିର ଭୂମିକା ସୂଚାଇ ଦେଉଛି ଯେ ବିଜେଡି ଲୋକଙ୍କ ପ୍ରସଙ୍ଗ ସହିତ ରହି ବିଜେପିକୁ ଘେରିବା ଉଦ୍ୟମ ଜାରି ରଖିଛି।

ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ବେଲେ ସାଂସଦମାନେ ଦୋହରାଇଛନ୍ତି କି ଓଡ଼ିଶାରେ ଖରିଫ୍ ଋତୁରେ ସାର ଅଭାବ ଉତ୍କଟ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ର ସରକାର ସାର ଯୋଗାଣକୁ ସୁନିଶ୍ଚିତ କରିବାକୁ ହେବ। ଲକ୍ଷ ଲକ୍ଷ କୃଷକ ସାରକୁ ଅପେକ୍ଷା କରିଛନ୍ତି। ଏବେ ମୌସୁମୀ ସକ୍ରିୟ ହେବା ଫଳରେ ଚାଷ କାର୍ଯ୍ୟ ଜୋର ଧରିଛି।ଏହି ସମୟରେ ସାର ଚାଷୀ ପାଇଁ ସର୍ବାଦୌ ଆବଶ୍ୟକ। ଅନ୍ୟଥା ଚାଷ କାର୍ଯ୍ୟ ପ୍ରଭାବିତ ହେବ।

କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର ଅଛନ୍ତି। କୃଷି ଓ କୃଷକର ବିକାଶ ପାଇଁ ସାର ଯୋଗାଣ କରାଯିବା ସଂପର୍କରେ କେନ୍ଦ୍ର ସରକାର ପଦକ୍ଷେପ ନେବେ। ଏ ପ୍ରସଙ୍ଗକୁ ସେ ନିଜେ ଅନୁଧ୍ୟାନ କରିବେ।

Leave A Reply

Your email address will not be published.