ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଚାଷୀ ବିଲ ମୁଣ୍ଡରେ; ସାର କୁଆଡେ ଗଲା?

0

କେନ୍ଦ୍ର ସରକାରଙ୍କୁ କଡା ଚିଠି ଲେଖି ଅସନ୍ତୋଷ ଜଣାଇଲେ ନବୀନ

ଭୁବନେଶ୍ବର: ତିରୋଟ ସମୟରେ ସାର ନାହିଁ। ଆଉ କେବେ ମିଳିବ? ଚାଷ ଉପରେ ପ୍ରଭାବ ପଡିଲାଣି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିିତ ସୃଷ୍ଟି ହେଲାଣି। ଚାଷୀ ସ୍ଥିତି ବେହାଲ୍।

ଏଭଳି ଢଙ୍ଗରେ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସରକାର ମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କୁ ଏକ କଡା ଚିଠି ଲେଖିଛନ୍ତି। ରାଜ୍ୟରେ ଖରିଫ୍ ଋତୁରେ ସାର ଅଭାବ ଏବେ ସଙ୍ଗିନ ପରିସ୍ଥିତିରେ ପହଞ୍ଚିଥିବା ପରିପ୍ରେକ୍ଷୀରେ ଏହି ଚିଠି ଅନେକ ଗୁରୁତ୍ବ ରଖେ। ପୂର୍ବରୁ କୃଷି ମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ର ନିକଟରେ ଅସନ୍ତୋଷ ରଖିଥିଲେ ହେଁ, ଏହାର କୌଣସି ପ୍ରଭାବ ପଡିନଥିଲା। କୌତୂହଳ କଥା ହେଉଛି, ପୂର୍ବତନ ମନ୍ତ୍ରୀ ଅତ୍ୟନ୍ତ ବେଫିକର ଉତ୍ତର ଦେବାକୁ ପଛଘୁଞ୍ଚା ଦେଇନଥିଲେ।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ଚାହିଦାକୁ ଦେଖି କେନ୍ଦ୍ର ସରକାରଙ୍କର ସାର ମନ୍ତ୍ରାଳୟ ଯୋଗାଣ ଖସଡା ପ୍ରସ୍ତୁତ କରିଛନ୍ତି। ସେ ଅନୁସାରେ, ଏପ୍ରିଲ ମାସରେ ସାର ଆସିଥିଲା। ହେଲେ ମେ’, ଜୁନ୍ ଏବଂ ଜୁଲାଇରେ ରାଜ୍ୟରେ ସାର ଅଭାବ ଉତ୍କଟ ହୋଇଛି। ଖରିଫ ଋତୁରୁ ଆଜି ଯାଏ ରାଜ୍ୟ ସରକାର ମୋଟ ୧ଲକ୍ଷ ୪୫ ହଜାର ୧୪୫ ମେଟ୍ରିକ୍ ଟନ୍ ୟୁରିଆ ସାର ପାଇଛନ୍ତି, ଯେତେବେଳେ କି ୨ଲକ୍ଷ ୩୧ ହଜାର ୫୩୦ ମେଟ୍ରିକ୍ ଟନ୍ ରାଜ୍ୟର ପ୍ରାପ୍ୟ ରହିଛି। କେନ୍ଦ୍ର ସରକାର ୨ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଦେବା ପାଇଁ ସମ୍ମତି ଦେଇଥିଲେ ବି ତାହା କରିନାହାନ୍ତି।

ତଥ୍ୟ ରଖି ନବୀନ କହିଛନ୍ତି, ଏବେ ସୁଦ୍ଧା ଓଡ଼ିଶା ୯୭ ହଜାର ୭୬୩ ମେଟ୍ରିକ୍ ଟନ୍ ଡିଏପି ପାଇଛି। ରାଜ୍ୟର ପ୍ରାପ୍ୟ ୧ଲକ୍ଷ ୫୨ ହଜାର ମେଟ୍ରିକ୍ ଟନ୍। କେନ୍ଦ୍ର ସରକାର ୧ଲକ୍ଷ ୪୫ ହଜାର ମେଟ୍ରିକ୍ ଟନ୍ ଦେବେ ବୋଲି ସମ୍ମତି ଜଣାଇଥିଲେ ହେଁ ଯୋଗାଣ କ୍ଷେତ୍ରରେ ବିଫଳ ହୋଇଛନ୍ତି। ସେହିଭଳି ୪୨ ହଜାର ୮୬୭ ମେଟ୍ରିକ୍ ଟନ୍ ଏମଓପି ଏବଂ ୧ଲକ୍ଷ ୫ ହଜାର ୭୯୮ ମେଟ୍ରିକ୍ ଟନ୍ ଏନପିକେଏସ୍ ପହଞ୍ଚିଛି। ମୋଟ ଉପରେ କହିବାକୁ ଗଲେ ୬୨ ପ୍ରତିଶତ ୟୁରିଆ ଓ ଅନ୍ୟ ସାର କ୍ଷେତ୍ରରେ ୬୦ ପ୍ରତିଶତ ଯୋଗାଣ ହୋଇଛି।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ନିକଟରେ ବାତ୍ୟା ୟାସ୍ ଲାଗି ରାଜ୍ୟର ଚାଷୀମାନଙ୍କର ବ୍ୟାପକ ଫସଲ ହାନି ହୋଇଛି। ଗତବର୍ଷ ମାନଙ୍କରେ ଓଡ଼ିଶା ବିପର୍ଯ୍ୟୟ ସାମ୍ନା କରିଛି। ଏଭଳି ସ୍ଥଳେ ସାର ଯୋଗାଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଜୁଲାଇ ମଧ୍ୟଭାଗରୁ ସେପ୍ଟେମ୍ବର ଯାଏ ଚାଷୀ ୟୁରିଆ ଆବଶ୍ୟକ କରିଥାଏ। ଜୁଲାଇ ଓ ଅଗଷ୍ଟ ସବୁଠାରୁ ଅଧିକ ଚାହିଦା ରହେ। ଏବେ ଅଭାବ ଚାଷ ଉପରେ ଗଭୀର ପ୍ରଭାବ ପକାଇଲାଣି। କିଛି ଜିଲ୍ଲାରେ ଏହା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ଏକ କାରଣ ହୋଇଯାଇଛି। ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ମନ୍ତ୍ରୀଙ୍କୁ ନବୀନ ଜଣାଇଛନ୍ତି।

Leave A Reply

Your email address will not be published.