ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟିର ଦୁର୍ନୀତି

0
  • କଂଗ୍ରେସ ଦଳ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ
  • ବିଜେପିର ନିରବତା ନେଇ ପ୍ରଶ୍ନ କଲା ଦଳ, ସମୁଦାୟ କେଳେଙ୍କାରୀର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଲକ୍ଷାଧିକ ‘ବୋଗସ୍‌’ ବା ଭୂତ ହିତାଧିକାରୀଙ୍କ କାର୍ଡ ଜରିଆରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଚାଲିଥିବା ଖାଦ୍ୟଶସ୍ୟ ସାମଗ୍ରୀ ବଣ୍ଟନରେ ଏହି ଦୁର୍ନୀତି ଚଳାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ ଅଭିଯୋଗ କରି କହିଛନ୍ତି ଯେ ବିଗତ ବର୍ଷେ ମଧ୍ୟରେ ରାଜ୍ୟ ସରକାର ଶହଶହ କୋଟି ଟଙ୍କାର ରାସନ ସାମଗ୍ରୀ ଭୂତ ହିତାଧିକାରୀଙ୍କ ନାଁରେ ଉଠାଇଛନ୍ତି ଏବଂ ଲୁଟ କରିଛନ୍ତି।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟରୁ ୯୩ ଲକ୍ଷ ୬ ହଜାର ୨୦୨ ଜଣ ହିତାଧିକାରୀ ଥିବା ବେଳେ କୌଣସି ଗୋଟିଏ ମାସରେ ବି ୯୩ ଲକ୍ଷ ହିତାଧିକାରୀଙ୍କୁ ରାସନ ଚାଉଳ ବଣ୍ଟନ କରାଯାଇ ନାହିଁ । ଅଥଚ ପ୍ରତ୍ୟେକ ମାସ ହଜାର ହଜାର ମେଟ୍ରିକ ଟନ ଚାଉଳ ବଣ୍ଟା ନହୋଇ ରହିଯାଇଥିବା ବେଳେ ପରବର୍ତୀ ମାସମାନଙ୍କରେ କାହିଁକି ବଳକା ଚାଉଳ ପରିମାଣ କଟା ନଯାଇ କେନ୍ଦ୍ରରୁ ସଂପୂର୍ଣ୍ଣ କୋଟା ଚାଉଳ ଉଠାଯାଉଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।ପ୍ରତ୍ୟେକ ମାସରେ ରହିଯାଉଥିବା ହଜାର ହଜାର ମେଟ୍ରିକ ଟନ ଚାଉଳ କୁଆଡ଼େ ଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହା ବିଜେଡ଼ି ସରକାରର ଏକ ମାସିକ ଦୁର୍ନୀତି କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି।

କଂଗ୍ରେସ ଆହୁରି କହିଛି. ଗତ ୨ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାନ ନେସନ – ୱାନ ରାସନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଘୋଷଣା କଲେ ଯେ ମାଲକାନଗିରି ଜିଲ୍ଲାରେ ଭିଟାମିନ ଯୁକ୍ତ ଚାଉଳ ବଣ୍ଟନରେ ପୁଷ୍ଟିହୀନତା ଦୂର କରାଯିବ। ଏହା ହେଉଛି କେନ୍ଦ୍ରସରକାରଙ୍କ ଯୋଜନା । ସମଗ୍ର ଦେଶରେ ୧୫ ଟି ରାଜ୍ୟରୁ ୧୫ ଟି ଦୁର୍ବଳ ଜିଲ୍ଲାରେ ଏହି ପ୍ରକଳ୍ପକୁ ୨୦୧୯-୨୦ରୁ ଆରମ୍ଭ କରାଯାଇଛି ଅଥଚ ଦୁଇବର୍ଷ ବିଳମ୍ବରେ କାହିଁକି ନବୀନ ବାବୁ ଏ ପ୍ରକଳ୍ପକୁ ଆରମ୍ଭ କଲେ ତାର ଜବାବ ରଖନ୍ତୁ ବୋଲି ଶ୍ରୀ ନାୟକ ଦାବି ରଖିଛନ୍ତି। ଆଗକୁ ପଞ୍ଚାୟତ ଏବଂ ପୌରନିର୍ବାଚନକୁ ଆଖିରେ ରଖି ନବୀନ ବାବୁ ଭିଟାମିନ ଚାଉଳ ଯୋଜନାକୁ ଦୁଇବର୍ଷ ଚାପି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ସେହିପରି ଦେଶରେ ପ୍ରତ୍ୟେକ ରାଜ୍ୟ ବର୍ଷୱାରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିଠା ଅପଡେଟ କରୁଥିବା ବେଳେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ତାଗିଦ ସତ୍ୱେ ତିନିବର୍ଷ ହେଲା କାହିଁକି ତାଲିକା ଅପଡେଟ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ମହାମାରୀ ସମୟରେ ରାଜ୍ୟ ସରକାର କାର୍ଡ ହିତାଧିକାରୀମାନଙ୍କୁ ଏକ କାଳୀନ ୧ ହଜାର ଟଙ୍କା ଦେବାପାଇଁ ୯୫୫ କୋଟି ଟଙ୍କା ମଞ୍ଜୁର କଲେ । ଅଥଚ ଦୁଇଲକ୍ଷରୁ
ଅଧିକ ହିତାଧିକାରୀ ମିଳିଳେ ନାହିଁ ଯେଉଁଥିପାଇଁ ୨୦ କୋଟି ୭ଲକ୍ଷ ଟଙ୍କା ସରକାର ଫେରସ୍ତ ଆଣିଲେ। ଏହା ସ୍ପଷ୍ଟ କରୁଛି କି ପ୍ରାୟ ୨ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଚାଲିଛି ଶହ ଶହ କୋଟି ଟଙ୍କାର ରାସନ ଚାଉଳ ଘୋଟଲାର ମାସିକ ରିସାଇକ୍ଲି ଚାଲିଛି।

ଏକ କେନ୍ଦ୍ରୀୟ ଆଇନକୁ ଭାଙ୍ଗି ରାଜ୍ୟ ସରକାର ମାସିକିଆ ଦୁର୍ନୀତି ଚଳାଇଛନ୍ତି ଅଥଚ କେନ୍ଦ୍ରରେ ଥିବା ବିଜେପି ସରକାର କାହିଁକି ନିରବ କାହିଁକି ବୋଲି ପ୍ରଶ୍ନ କରିବା ସହିତ ଏହି ରାସନ ଘୋଟାଲାର ସିବିଆଇ ତଦନ୍ତ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପିସିସି ମୁଖପାତ୍ର ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.