ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଏଇ ମାସରେ ଖୋଲିବ ଶ୍ରୀମନ୍ଦିର?

0

ଅଗଷ୍ଟ ମାସରେ କଟକଣା କୋହଳ ହେବା ପରେ ଧିରେ ଧିରେ ସମସ୍ତ ଜିଲ୍ଲାର ଖୋଲୁଛି ଧର୍ମାନୁଷ୍ଠାନ । ତେବେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ ବଡ଼ ନିଷ୍ପତି ଆସିପାରେ ।ଶ୍ରୀମନ୍ଦିର କେବେ ଖାଲିବ ସେ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ବସିବ । ବୈଠକରେ ମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇପାରେ । ତେବେ ମିଳିଥିବା ସୂଚନା ଅୁନସାରେ ଅଗଷ୍ଟ ୧୬ ପରେ ଖୋଲାଯାଇପାରେ ମନ୍ଦିର । ମନ୍ଦିର ଖୋଲିବା ନେଇ ସରକାରଙ୍କ ସବୁଜ ସଂକେତ ମିଳିବା ପରେ ଏବେ କାଳିଆ ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ ହୋଇପଡିଛନ୍ତି । କେବେ ଖୋଲିବ ମନ୍ଦିର ଆଉ ଜଗାକୁ ଦର୍ଶନ କେବେ କରିବେ ସେ ନେଇ ଅନାଇବସିଛନ୍ତି । ତେବେ ଏଇମାସରେ ଶ୍ରୀମନ୍ଦିର ଖୋଲିବାର ସମ୍ଭାବନା ଥିବା ବେଳେ ସିଂହଦ୍ୱାର ଆଗରେ ଭକ୍ତଙ୍କ ପାଇଁ ଅସ୍ଥାୟୀ ସେଡ ବ୍ୟବସ୍ଥା ଆରମ୍ଭ ହୋଇଛି ।

ବିଶେଷ କରି କୋଭିଡ ପ୍ରଥମ ଲହରରେ ଯେପରି କଟକଣାରେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ ସେଭଳି ବ୍ୟବସ୍ଥା କରାଯାଇପାରେ । ସେପଟେ ଆଜିଠୁ କଟକ,କେନ୍ଦ୍ରାପଡା,କୋରାପୁଟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି । ଯାଜପୁର ବିରଜା ମନ୍ଦିର ବି ଖୋଲିଛି । କୋଭିଡ କଟକଣାରେ ଭକ୍ତ ମାନେ ଠାକୁର ଦର୍ଶନ କରିବେ । କିନ୍ତୁ ମନ୍ଦିର ଭିତରକୁ ଭୋଗ,ଫୁଲ , ଦୀପ ନେବା ଉପରେ କଟକଣା ରହିଛି ।

Leave A Reply

Your email address will not be published.