ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ବଢୁଛି ପଦକ ଆଶା । ଆଜି ଜାଭଲିନ ଥ୍ରୋରେ ରୋମାଞ୍ଚକ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି । ଫାଇନାଲରେ ପହ ିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ । ସେ ପୂର୍ବରୁ ଏସଆନ ଗେମ୍ସ, କମନୱେଲ୍ଥ ଗେମ୍ସ, ୱାଲ୍ଡ ଜୁନିୟର ଚାମ୍ପିଅନସିପ, ସାଉଥ ଏସିଆନ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ତେଣୁ ତାଙ୍କଠାରୁ ଭାରତ ପଦକ ଆଶା କରୁଛି ।ସେପଟେ ଆଜି ହକିର ହାଇଭୋଲଟେଜ ମ୍ୟାଚ ଅଛି । ଭାରତୀୟ ମହିଳା ହକି ଦଳର ଭାଗ୍ୟ ପରୀକ୍ଷା । ଅପରାହ୍ନରେ ଭାରତୀ ମହିଳା ହକି ଦଳ ଓ ଆର୍ଜେଟିଂନା ମଧ୍ୟରେ ସେମିଫାଇନାଲ ଟକ୍କର ହେବ । ସେହିପରି ଆଜି ବକ୍ସିଂ ରିଙ୍ଗକୁ ଓହ୍ଲାଇବେ ଭାରତୀୟ ମହିଳା ବକ୍ସର ଲଭଲିନା । ସେମିଫାଇନାଲ ମୁକାବିଲାରେ ତୁର୍କୀର ବୁସେନାଜଙ୍କୁ ଭେଟିବେ ।
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍