ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ବଢୁଛି ପଦକ ଆଶା । ଆଜି ଜାଭଲିନ ଥ୍ରୋରେ ରୋମାଞ୍ଚକ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି । ଫାଇନାଲରେ ପହ ିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ । ସେ ପୂର୍ବରୁ ଏସଆନ ଗେମ୍ସ, କମନୱେଲ୍ଥ ଗେମ୍ସ, ୱାଲ୍ଡ ଜୁନିୟର ଚାମ୍ପିଅନସିପ, ସାଉଥ ଏସିଆନ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ତେଣୁ ତାଙ୍କଠାରୁ ଭାରତ ପଦକ ଆଶା କରୁଛି ।ସେପଟେ ଆଜି ହକିର ହାଇଭୋଲଟେଜ ମ୍ୟାଚ ଅଛି । ଭାରତୀୟ ମହିଳା ହକି ଦଳର ଭାଗ୍ୟ ପରୀକ୍ଷା । ଅପରାହ୍ନରେ ଭାରତୀ ମହିଳା ହକି ଦଳ ଓ ଆର୍ଜେଟିଂନା ମଧ୍ୟରେ ସେମିଫାଇନାଲ ଟକ୍କର ହେବ । ସେହିପରି ଆଜି ବକ୍ସିଂ ରିଙ୍ଗକୁ ଓହ୍ଲାଇବେ ଭାରତୀୟ ମହିଳା ବକ୍ସର ଲଭଲିନା । ସେମିଫାଇନାଲ ମୁକାବିଲାରେ ତୁର୍କୀର ବୁସେନାଜଙ୍କୁ ଭେଟିବେ ।
ପ୍ରମୁଖ ଖବର
କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ