ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

କୁସ୍ତିରେ କମାଲ

0

ଟୋକିଓ ଅଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ କରିଛି । ରେସଲିଂରେ ସେମିଫାଇନାଲକୁ ଗଲେ ରବି ଦାହିଆ ଓ ଦୀପକ ପୁନିଆ । କ୍ୱାର୍ଟର ଜିତି ସେମିଫାଇନାଲରେ ଏଂଟ୍ରି କରିଛନ୍ତି ଦୀପକ ପୁନିଆ ଓ ରବି ଦାହିଆ । ୮୬ କେଜି ଫ୍ରି ଷ୍ଟାଇଲରେ ଚାଇନା ପ୍ରତିଦ୍ୱନ୍ଦୀଙ୍କୁ ହରାଇଲେ ଦୀପକ । ୬-୩ରେ ସେ ଚାଇନ ଖେଳାଳିଙ୍କୁ ପରାସ୍ତ କରିଛନ୍ତି ।ସେମିଫାଇନାଲ ୟୁଏସ ପ୍ରତିଦ୍ୱନ୍ଦୀଙ୍କ ସହ ଦୀପକଙ୍କ କଡା ମୁକାବିଲା ହେବ । ସେହିପରି ୫୭ କେଜି ଫ୍ରି ଷ୍ଟାଇଲରେ ବୁଲଗେରିଆ ପ୍ରତିଦ୍ୱନ୍ଦୀଙ୍କୁ ହରାଇଲେ ରବି ଦାହିଆ ।
ବୁଲଗେରିଆ ଖେଳାଳିଙ୍କୁ ସେ ୧୪-୪ରେ ହରାଇ ସେମିରେ ପ୍ରବେଶ କରିଛନ୍ତି । ସେହିପରି କୁସ୍ତିରେ କମାଲ କରିଛି ଟିମ ଇଣ୍ଡିଆ ।ସେହିପରି ଆଜି ଜାଭଲିନ ଥ୍ରୋରେ ରୋମାଞ୍ଚକ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି । ଫାଇନାଲରେ ପହ ିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ।

Leave A Reply

Your email address will not be published.