ସେପଟେ ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମଣ । ସୋମବାର ହଠାତ ହଜାରକୁ ସଂକ୍ରମିତଙ୍କ ସଂଖ୍ୟା ଖସିଆସିଥିଲା । ଏହା ପରେ ଗତ ଦୁଇ ଦିନ ହେବ ପୁଣି ସଂକ୍ରମଣ ବଢିଛି ।ଦୁଇଟି ଜିଲ୍ଲା କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ଥିବା ବେଳେ ଖୋର୍ଦ୍ଧାରେ ପୁଣି ୪୦୦ ଟପିଛି । ତେବେ ସରକାର ଗୋଟେ ପଟେ କୋଭିଡ ଗାଇଡଲାଇନକୋହଳ କରିଚାଲିଥିବା ବେଳେ ଅନ୍ୟପଟେ ସଂକ୍ରମଣ ପୁଣି ଉପରମୁହାଁ ହେବା ଚିନ୍ତା ବଢାଇଛି।
୨୪ ଘଂଟାରେ ୧୩ ଶହ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୮୯, ପୁରୀରୁ ୭୬, ଅନୁଗୁଳରୁ ୫୨,ବାଲେଶ୍ୱରରୁ ୪୩,ଭଦ୍ରକରୁ୪୯,ଜଗତସିଂହପୁରରୁ ୫୩,ମୟୂରଭଂଜରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜା ୧୮୧ରେ ପହଁଚିଛି ।ସେହପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ହିସାବ ଦିଆଯାଇଛି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି । କଟକରୁ ୧୦,ପୁରୀରୁ୯,ମୟୂରଭଞ୍ଜରୁ ୬, ଅନୁଗୁଳରୁ ୫, ଯାଜପୁର ଓ ଝାରସୁଗୁଡାରୁ ୩ ଜଣ ଲେଖାଁଏ ,ଭଦ୍ରକ,ବଲାଙ୍ଗୀର, ନୟାଗଡରୁ ୨ ଜଣ ଲେଖାଁଏ,ଢେଙ୍କାନାଳ, ଗଞ୍ଜାମ ଓ କଳାହାଣ୍ଡି,କନ୍ଧମାଳ ,କେନ୍ଦ୍ରାପଡା, ସୁନ୍ଦରଗଡ଼ରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟମୃତ୍ୟୁ ସଂଖ୍ୟା ୬ ହଜାର ୧୬୮କୁ ବୃଦ୍ଧି ପାଇଛି ।
ପ୍ରମୁଖ ଖବର
ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍
ଇରାନୀ ଧମକ ପରେ ଟ୍ରକ୍ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ