ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସଂକ୍ରମଣ ରୋକୁଛି ମିଶ୍ରିତ ଡୋଜ

0

ମହାମାରୀ କରୋନା ସଂକ୍ରମଣକୁ ମାତ ଦେବାକୁ ହେଲେ ଟିକା ହିଁ ଏକମାତ୍ର ବିକଳ୍ପ । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏଯାଏଁ ଥମି ନଥିବା ବେଳେ ଆଗକୁ ତୃତୀୟଲହର ଆସିବ ବୋଲି ଅନୁମାନ କରାଯାଉଛି ।ଏହା ସହ କରୋନାର ନୂଆ ଭ୍ୟାରିଏଣ୍ଟ ମଧ୍ୟ ବିଶେଷଜ୍ଞ ମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦେଶରେ ଟିକାକରଣ ଦ୍ରୁତଗତିରେ ଚାଲୁଥିବା ବେଳେ ୫୦ କୋଟି ଟପିସାରିଛି । ଏହାରି ମଧ୍ୟରେ ଆସିଛି ଭଲ ଖବର । ଆଇସିଏମଆର( ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ) ଏକ ନୂଆ ଦାବି କରିଛି । ଆଇସିଏମଆର ଦାବି ଅନୁସାରେ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ବେଶ ଫଳପ୍ରଦ ହେଉଛି । ଆଇସିଏମଆର ଦାବି କରିଛି ଯେ, କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ନେଉଥିବାଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଛି । ଏବଂ ଏହା ଶରୀରରେ ଅଧିକ ପ୍ରତିରୋଧକ ଶକ୍ତ ସୃଷ୍ଟି କରିଥାଏ ।ଦୁଇଟି ଟିକାର ମିଶ୍ରଣ ଫଳରେ ବହୁତ ଭଲଫଳାଫଳ ଦେଖାଯାଇଥିବା ଆଇସିଏମଆର ପକ୍ଷରୁ କରାଯାଇଥିବ ।

Leave A Reply

Your email address will not be published.