ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସଂକ୍ରମଣ ରୋକୁଛି ମିଶ୍ରିତ ଡୋଜ

0

ମହାମାରୀ କରୋନା ସଂକ୍ରମଣକୁ ମାତ ଦେବାକୁ ହେଲେ ଟିକା ହିଁ ଏକମାତ୍ର ବିକଳ୍ପ । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏଯାଏଁ ଥମି ନଥିବା ବେଳେ ଆଗକୁ ତୃତୀୟଲହର ଆସିବ ବୋଲି ଅନୁମାନ କରାଯାଉଛି ।ଏହା ସହ କରୋନାର ନୂଆ ଭ୍ୟାରିଏଣ୍ଟ ମଧ୍ୟ ବିଶେଷଜ୍ଞ ମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦେଶରେ ଟିକାକରଣ ଦ୍ରୁତଗତିରେ ଚାଲୁଥିବା ବେଳେ ୫୦ କୋଟି ଟପିସାରିଛି । ଏହାରି ମଧ୍ୟରେ ଆସିଛି ଭଲ ଖବର । ଆଇସିଏମଆର( ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ) ଏକ ନୂଆ ଦାବି କରିଛି । ଆଇସିଏମଆର ଦାବି ଅନୁସାରେ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ବେଶ ଫଳପ୍ରଦ ହେଉଛି । ଆଇସିଏମଆର ଦାବି କରିଛି ଯେ, କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ନେଉଥିବାଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଛି । ଏବଂ ଏହା ଶରୀରରେ ଅଧିକ ପ୍ରତିରୋଧକ ଶକ୍ତ ସୃଷ୍ଟି କରିଥାଏ ।ଦୁଇଟି ଟିକାର ମିଶ୍ରଣ ଫଳରେ ବହୁତ ଭଲଫଳାଫଳ ଦେଖାଯାଇଥିବା ଆଇସିଏମଆର ପକ୍ଷରୁ କରାଯାଇଥିବ ।

Leave A Reply

Your email address will not be published.