ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ରାଜଧାନୀ ରାଜରାସ୍ତାରେ ଯାତ୍ରା କଳାକାର

0

କଳାକାରଙ୍କୁ ଭୂଆଁ ବୁଲାଉଛନନ୍ତି ସରକାର

ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯାତ୍ରା କଳାକାର । ବିଭିନ୍ନ ଦାବି ନେଇ ଯାତ୍ରା କଳାକାର ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ମହାମାରୀ କରୋନା ପାଇଁ ଅନେକ ଦିନ ଧରି ଯାତ୍ରା ବନ୍ଦ ରହିଥିଲା । ଏବେ ଅଗଷ୍ଟଗାଇଡଲାଇନରେ କଟକଣା କୋହଳ ପରେ ଯାତ୍ରା ପାଇଁ ସରକାର ଅନୁମତି ଦେଇଛନ୍ତି । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ମିଳିଛି । ହେଲେ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ବଳବତର ଥିବା ବେଳେ ରାତିରେ ଯାତ୍ରା ପରିବେଷଣ କିଭଳି ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ସରକାର କଳାକାରଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଯାତ୍ରା କଳାକାର ଦାବି କରିଛନ୍ତି । ମହାମାରୀ କରୋନା ପାଇଁ ଲକଡାଉନ ବେଳେ ଅନେକ କଳାକାର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଲକଡାଉନ ସମୟରେ ଆର୍ଥିକ ଦୂରାବସ୍ଥାର ଶିକାର ହୋଇଛନ୍ତି ଯାତ୍ରା କଳାକାର । ଲକଡାଉନରେ ଯାତ୍ରା ବନ୍ଦ ଥିବାରୁ ଟଙ୍କା ରୋଜଗାର କରିବା ବନ୍ଦ ହୋଇପଡିଛି । ତେଣୁ ଏବେ ସରକାର ତାଙ୍କୁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି । ୬ ମାସ ପାଇଁ ମାସକୁ ୫ ହଜାର ଲେଖାଁଏ ପ୍ୟାକେଜ ଘୋଷଣା ପାଇଁ ଦାବି କରିଛନ୍ତି । ଏହା ସହ ନାଇଟ କର୍ଫ୍ୟୁ ରଖି କିଭଳି ଯାତ୍ରା ପାଇଁ ଅନୁମତି ଦେଲେ ସେ ନେଇ କିଛି ବିଚାର କରିବାକୁ ଯାତ୍ରା କଳାକାର ସଂଘ ଦାବି କରିଛି ।

Leave A Reply

Your email address will not be published.