ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆମ ଜୀବିକା ଫେରାଇ ଦିଅ..

0

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ସରକାର କରୋନା କଟକଣା କୋହଳ କରିଛନ୍ତି । ଅଗଷ୍ଟ ପହିଲାରୁ କଟକଣା କୋହଳ ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି । । ଦୋକାନ ବଜାର, ମଲ, ମନ୍ଦିର, ପାର୍କ, ପାର୍ଲର, ସିନେମା ହଲ, ଶିକ୍ଷାନୁଷ୍ଠାନ ଧୀରେ ଧୀରେ ଖୋଲୁଛି । ହେଲେ ସରକାର ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତର ରଖିଛନ୍ତି । ବିବାହ,ବ୍ରତଘର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଭୋଜିଭାତ ଉପରେ କଟକଣା ଲାଗିଛି । ଫଳରେ ଅନେକ ଟେ ହାଉସ, କ୍ୟାଟରିଂ ଓ ସାଉଣ୍ଡ ବ୍ୟବସାୟୀ ମାନେ କାମ ଧନ୍ଦା ନପାଇ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ସାମାଜିକ କାର୍ଯ୍ୟକ୍ରମରେ କଟକଣା କୋହଳ ଦାବିରେ ଭୁବନେଶ୍ୱରରେ ଟେ ହାଉସ,କ୍ୟାଟରିଂ,ସାଉଣ୍ଡ ବ୍ୟବସାୟୀ ଧାରଣା ଦେଇଛନ୍ତି । ଲୋୟର ପିଏମଜିରେ ଶତାଧିକ ବ୍ୟବସାୟୀ ଧାରଣା ଦେଇଛନ୍ତି । ସାମାଜିକ କାର୍ଯ୍ୟକ୍ରମରେ କଟକଣା କୋହଳ କରିବାକୁ ଦାବି କରିଛନ୍ତି । ସରକାର
ଆମକୁ ଜୀବିକା ଦିଅ ନହେଲେ ଆମ ଜିନିଷ କିଣି ନିଅ ବୋଲି କହିଛନ୍ତି । ଯାତ୍ରା ଥିଏଟରକୁ ସରକାର ଅନୁମତି ଦେଲେ କିନ୍ତୁ ଆମ ପାଇଁ କାହିଁକି କଟକଣା କୋହଳ କଲେନି ବୋଲି ପ୍ରଶ୍ନ କରିଛନ୍ତି । ହାଉସ,କ୍ୟାଟରିଂ,ସାଉଣ୍ଡ ବ୍ୟବସାୟୀ ମିଶାଇ ୨୦ ଲକ୍ଷ ପରିବାର ଅଛନ୍ତି । ମହାମାରୀ କରୋନା ପାଇଁ ବ୍ୟବସାୟ ବନ୍ଦ ଥିବାରୁ ଅନେକଙ୍କୁ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡିଛି । ସେମାନଙ୍କର ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ତେଣୁ ସରକାର ସେମାନଙ୍କ ଉପରେ ଦୃଷ୍ଟି ଦେଇ ସାମାଜିକ କାର୍ଯ୍ୟକ୍ରମରେ କଟକଣା କୋହଳ କରିବାକୁ ଦାବି କରି ଧାରଣା ଦେଇଛନ୍ତି ବ୍ୟବସାୟୀ ।

Leave A Reply

Your email address will not be published.