ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆମ ଜୀବିକା ଫେରାଇ ଦିଅ..

0

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ସରକାର କରୋନା କଟକଣା କୋହଳ କରିଛନ୍ତି । ଅଗଷ୍ଟ ପହିଲାରୁ କଟକଣା କୋହଳ ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି । । ଦୋକାନ ବଜାର, ମଲ, ମନ୍ଦିର, ପାର୍କ, ପାର୍ଲର, ସିନେମା ହଲ, ଶିକ୍ଷାନୁଷ୍ଠାନ ଧୀରେ ଧୀରେ ଖୋଲୁଛି । ହେଲେ ସରକାର ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତର ରଖିଛନ୍ତି । ବିବାହ,ବ୍ରତଘର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଭୋଜିଭାତ ଉପରେ କଟକଣା ଲାଗିଛି । ଫଳରେ ଅନେକ ଟେ ହାଉସ, କ୍ୟାଟରିଂ ଓ ସାଉଣ୍ଡ ବ୍ୟବସାୟୀ ମାନେ କାମ ଧନ୍ଦା ନପାଇ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ସାମାଜିକ କାର୍ଯ୍ୟକ୍ରମରେ କଟକଣା କୋହଳ ଦାବିରେ ଭୁବନେଶ୍ୱରରେ ଟେ ହାଉସ,କ୍ୟାଟରିଂ,ସାଉଣ୍ଡ ବ୍ୟବସାୟୀ ଧାରଣା ଦେଇଛନ୍ତି । ଲୋୟର ପିଏମଜିରେ ଶତାଧିକ ବ୍ୟବସାୟୀ ଧାରଣା ଦେଇଛନ୍ତି । ସାମାଜିକ କାର୍ଯ୍ୟକ୍ରମରେ କଟକଣା କୋହଳ କରିବାକୁ ଦାବି କରିଛନ୍ତି । ସରକାର
ଆମକୁ ଜୀବିକା ଦିଅ ନହେଲେ ଆମ ଜିନିଷ କିଣି ନିଅ ବୋଲି କହିଛନ୍ତି । ଯାତ୍ରା ଥିଏଟରକୁ ସରକାର ଅନୁମତି ଦେଲେ କିନ୍ତୁ ଆମ ପାଇଁ କାହିଁକି କଟକଣା କୋହଳ କଲେନି ବୋଲି ପ୍ରଶ୍ନ କରିଛନ୍ତି । ହାଉସ,କ୍ୟାଟରିଂ,ସାଉଣ୍ଡ ବ୍ୟବସାୟୀ ମିଶାଇ ୨୦ ଲକ୍ଷ ପରିବାର ଅଛନ୍ତି । ମହାମାରୀ କରୋନା ପାଇଁ ବ୍ୟବସାୟ ବନ୍ଦ ଥିବାରୁ ଅନେକଙ୍କୁ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡିଛି । ସେମାନଙ୍କର ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ତେଣୁ ସରକାର ସେମାନଙ୍କ ଉପରେ ଦୃଷ୍ଟି ଦେଇ ସାମାଜିକ କାର୍ଯ୍ୟକ୍ରମରେ କଟକଣା କୋହଳ କରିବାକୁ ଦାବି କରି ଧାରଣା ଦେଇଛନ୍ତି ବ୍ୟବସାୟୀ ।

Leave A Reply

Your email address will not be published.