ପ୍ରମୁଖ ଖବର

ଖୁବ ଶୀଘ୍ର ୧୦ ଓ ୫୦୦ ଟଙ୍କା ନୂଆ ନୋଟ୍ ଆଣିବ ଆରବିଆଇ
ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି
ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ
ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର
ଭେଟେରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

ପୂଜାକୁ ହଁ..ଶ୍ରଦ୍ଧାଳୁଙ୍କୁ ନା

0

ମୂର୍ତ୍ତିମହାମାରୀ କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ହେବ ପାର୍ବଣ । ପୂଜାକୁ ଅନୁମତି ମିଳିଛି, କିନ୍ତୁ ଶ୍ରଦ୍ଧାଳି ଆସିପାରିବେନି । ପାର୍ବଣ ପାଇଁ ଆଜି ଏସଆରସିଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାର କରାଯାଇଛି । ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା , ଲକ୍ଷ୍ମୀ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଆସିଛି । ପାର୍ବଣ ଋତୁ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛିା କଟକଣା ସହ ପୂଜା ଆୟୋଜନ ପାଇଁ କମିଟିଗୁଡିକୁ ଅନୁମତି ଦିଆଯାଇଛି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନସିଟିରେ ସିପିଙ୍କ ଅନୁମତି ଆବଶ୍ୟକ । କେବଳ ପରମ୍ପରା ରକ୍ଷା ପାଇଁ ନିରାଡମ୍ବର ଭାବେ ପୂଜା ହେବ । ମଣ୍ଡପରେ ମୂର୍ତ୍ତିର୍ ଉଚ୍ଚତା ୪ ଫୁଟରୁ କମ ରହିବ । କୌଣସି ସାଜସଜ୍ୱା କରିବାକୁ ମନା କରାଯାଇଛି ।

ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆସିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ମଣ୍ଡପକୁ ୩ ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । କେବେଳ ଗୋଟିଏ ପାଶ୍ୱର୍ରେ ସାମାନ୍ୟ ଖୋଲା ରହିବା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ରହିପାରିବେ ନାହିଁ । ପୂଜକ, ଆୟୋଜକ , କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେନି । ଭଷାଣୀ ଶୋଭାଯାତ୍ରା ଉପରେ ମଧ୍ୟ
କଟକଣା ଲଗାଯାଇଛି । ଅସ୍ଥାୟୀ ପୋଖରୀରେ ହେବ ମୂର୍ତ୍ତିର୍ ବିସର୍ଜନ । କୌଣସି ମନୋରଂଜନ କାର୍ଯ୍ୟକ୍ରମ ମଧ୍ୟ ହେବ ନାହିଁ । ଭୋଜିଭାତ ପାଇଁ ମଧ୍ୟ ଅନୁମତି ମିଳିନି ।
ସେହିପରି ଗାଇଡଲାଇନ ଉଂଲଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ମିଳିଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା କରିବାକୁ ସରକାର ଅନୁମତି ଦେଇଛନ୍ତି । ସମସ୍ତ କୋଭିଡ ନିୟମ ମାନି ଗଣେଶ ପୂଜା କରିବାକୁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.