ପୁଣି ଜୋର ଧରିଲା ଖରସ୍ରୋତା ଆନ୍ଦୋଳନ । କାର୍ଯ୍ୟକୁ ତ୍ୱରାନିତ କରିବାକୁ ପ୍ରଶାସନ ପକ୍ଷରୁ ଗତ ରାତିରୁ ୨ ମାସ ପାଇଁ ୧୪୪ ଧାରା ଲଗାଯାଇଛି । ପ୍ରକଳ୍ପକୁ ଲାଗି ରହିଥିବା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ନିକଟସ୍ଥ ଭାରିଗଦା, ବାଳକାଟି ଓ ବରୁଣାଡିଆ ପ ।ୟତରେ ୧୪୪ ଧାରା ଜାରି କରାଯାଇଛି । ୧୦ ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ଥିବା ବେଳେ ୩୦ ପ୍ଲ ।ଟୁନ ଫୋର୍ସ ମୁତୟନ କରାଯାଇଛି ା ପ୍ରଶାସନ ପକ୍ଷରୁ କାମ ଆରମ୍ଭ ଲାଗି ଆଳି ଓ ରାଜକନିକା ବ୍ଲକରେ ଫୋର୍ସ ମୁତୟନ ପରେ ଏବେ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଖରସ୍ରୋତା ବ ।ଅ ସଂଗ୍ରାମ ସମିତି ।ଏପଟେ ଖରସ୍ରୋତା ନଦୀ ପଠାରେ ଆଳି ଓ ରାଜକନିକା ବ୍ଲକର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇଛନ୍ତି । ଆନ୍ଦୋଳନକାରୀମାନେ ମରିଯିବୁ ପଛେ ପାଣି ଦେବୁ ନାହିଁ ବୋଲି ଧମକ ଦେଇଛନ୍ତି । ସୋମବାର ଆନ୍ଦୋଳନକାରୀ ନିଆରା ଢଙ୍ଗରେ ନଦୀକୁ ବନ୍ଦପନା କରି ପ୍ରତିବାଦ କରିବା ସହ ମଶାଲ ଶୋଭାଯାତ୍ରା କରିଥିଲେ । ହେେଏ ପ୍ରତିବାଦ ସତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ରାଜକନିକାର ଭରିଗଦାରେ ୮୯୨ କୋଟି ଟ୍ଙ୍କାର ମେଗା ପ୍ରକଳ୍ପ କରିବାକୁ ସରକାର ପୂର୍ବରୁ ଘୋଷଣା କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ଟି ବ୍ଲକକୁ ପାନୀୟ ଜଳ ଯୋଗାଇଦିଆଯିବ । ହେଲେ ଆରମ୍ଭରୁ ଖରସ୍ରୋତା ବ ।ଅ ସମିତି ଏହାକୁ ବିରୋଧ କରିଆସୁଅଛି । କିଛି ସ୍ଥାନୀୟ ଅଂଚଳରେ ପାଣି ଲୁଣା ହୋଇଯିବା ସହ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ । କୃଷି, କୃଷକ ଓ ଜୈବ ବିବଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ଖରସ୍ରୋତାରୁ ବୁନ୍ଦାଏ ବି ପାଣି ଦେବ ନାହିଁ ବୋଲି ଆନ୍ଦୋଳନକାରୀ ଅଡି ବସିଛନ୍ତି । ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।
ପ୍ରମୁଖ ଖବର
ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ