ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମରିଯିବୁ ପଛେ ପାଣି ଦେବୁ ନାହିଁ…..

0

ପୁଣି ଜୋର ଧରିଲା ଖରସ୍ରୋତା ଆନ୍ଦୋଳନ । କାର୍ଯ୍ୟକୁ ତ୍ୱରାନିତ କରିବାକୁ ପ୍ରଶାସନ ପକ୍ଷରୁ ଗତ ରାତିରୁ ୨ ମାସ ପାଇଁ ୧୪୪ ଧାରା ଲଗାଯାଇଛି । ପ୍ରକଳ୍ପକୁ ଲାଗି ରହିଥିବା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ନିକଟସ୍ଥ ଭାରିଗଦା, ବାଳକାଟି ଓ ବରୁଣାଡିଆ ପ ।ୟତରେ ୧୪୪ ଧାରା ଜାରି କରାଯାଇଛି । ୧୦ ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ଥିବା ବେଳେ ୩୦ ପ୍ଲ ।ଟୁନ ଫୋର୍ସ ମୁତୟନ କରାଯାଇଛି ା ପ୍ରଶାସନ ପକ୍ଷରୁ କାମ ଆରମ୍ଭ ଲାଗି ଆଳି ଓ ରାଜକନିକା ବ୍ଲକରେ ଫୋର୍ସ ମୁତୟନ ପରେ ଏବେ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଖରସ୍ରୋତା ବ ।ଅ ସଂଗ୍ରାମ ସମିତି ।ଏପଟେ ଖରସ୍ରୋତା ନଦୀ ପଠାରେ ଆଳି ଓ ରାଜକନିକା ବ୍ଲକର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇଛନ୍ତି । ଆନ୍ଦୋଳନକାରୀମାନେ ମରିଯିବୁ ପଛେ ପାଣି ଦେବୁ ନାହିଁ ବୋଲି ଧମକ ଦେଇଛନ୍ତି । ସୋମବାର ଆନ୍ଦୋଳନକାରୀ ନିଆରା ଢଙ୍ଗରେ ନଦୀକୁ ବନ୍ଦପନା କରି ପ୍ରତିବାଦ କରିବା ସହ ମଶାଲ ଶୋଭାଯାତ୍ରା କରିଥିଲେ । ହେେଏ ପ୍ରତିବାଦ ସତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ରାଜକନିକାର ଭରିଗଦାରେ ୮୯୨ କୋଟି ଟ୍‌ଙ୍କାର ମେଗା ପ୍ରକଳ୍ପ କରିବାକୁ ସରକାର ପୂର୍ବରୁ ଘୋଷଣା କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ଟି ବ୍ଲକକୁ ପାନୀୟ ଜଳ ଯୋଗାଇଦିଆଯିବ । ହେଲେ ଆରମ୍ଭରୁ ଖରସ୍ରୋତା ବ ।ଅ ସମିତି ଏହାକୁ ବିରୋଧ କରିଆସୁଅଛି । କିଛି ସ୍ଥାନୀୟ ଅଂଚଳରେ ପାଣି ଲୁଣା ହୋଇଯିବା ସହ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ । କୃଷି, କୃଷକ ଓ ଜୈବ ବିବଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ଖରସ୍ରୋତାରୁ ବୁନ୍ଦାଏ ବି ପାଣି ଦେବ ନାହିଁ ବୋଲି ଆନ୍ଦୋଳନକାରୀ ଅଡି ବସିଛନ୍ତି । ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

Leave A Reply

Your email address will not be published.