ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର ଆଉ ଦୁଇ ପୁରାତନ ମନ୍ଦିର ପାଇଁ ଚିଠା ବାଇ-ଲ’

0

ଭୁବନେଶ୍ବର: ଅନନ୍ତ ବାସୁଦେବ ଏବଂ ରାଜାରାଣୀ ମନ୍ଦିର ପରେ ଏବେ ଭୁବନେଶ୍ୱରର ଦୁଇ ପୁରାତନ ମନ୍ଦିର ମେଘେଶ୍ୱର ଓ ନାଗେଶ୍ୱର ମନ୍ଦିର ପାଇଁ କେନ୍ଦ୍ର ସଂସ୍କୁତି ମନ୍ତ୍ରଣାଳୟ ତରଫରରୁ ନୂଆ ଚିଠା ବାଇଲ ଆସିଛି। କେନ୍ଦ୍ର ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଏହି ଉଭୟ ପୁରାତନ ମନ୍ଦିର ଥିବାବେଳେ ମେଘେଶ୍ୱର ମନ୍ଦିର ୧୨ ସହ ଶତାବ୍ଦୀରେ ଓ ନାଗେଶ୍ୱର ମନ୍ଦିର ୧୩ ସହ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା | ପ୍ରସ୍ତାବିତ ନୂଆ ବାଇଲ ଅନୁସାରେ ଉଭୟ ମନ୍ଦିର ୧୦୦ ମିଟର ପରିଧିକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ଏଠାରେ କୌଣସି ନୂତନ ନିର୍ମାଣ କରାଯାଇ ପାରିବ ନାହିଁ |

ସେହିପରି ମନ୍ଦିର ୧୦୦ ମିଟରରୁ ୩୦୦ ମିଟର ପରିଧିକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏଠାରେ ରହିଥିବା ପୁରୁଣା କୀର୍ତ୍ତିକୁ ସଂରକ୍ଷଣ କରାଯାଇ ପାରିବ | ନୂଆକରି ପ୍ରସ୍ତୁତ କରାଯାଇଥିବା ଡ୍ରାପ୍ଟ ବାଇଲ ଅଧିନିୟମ ଅନୁସାରେ ପ୍ରସ୍ତୁତ କରାଯାଇଥିବା ବେଳେ କଟକଣା ଭିତରେ ମେଘେଶ୍ୱର ମନ୍ଦିର ପାଖରେ ଥିବା ବାସୁଆଘାଇ ବି ଆସୁଛି | ତେବେ ଯେଉଁସବୁ କୀର୍ତ୍ତିରାଜ ପାଇଁ ଅନୁମତି ମିଳିବ ସେସବୁ ୧୯୯୨ ପୂର୍ବରୁ ନିର୍ମାଣ ହୋଇଥିବା ଦରକାର ଓ ଏଥିରେ ଡିଜି ଏଏସଆଇ ମୋହର ମାରିବା ଦରକାର। ନିଷିଦ୍ଧ ଅଞ୍ଚଳ ମଧ୍ୟରେ ଅବସ୍ଥିତ ୧୯୯୨ ପୂର୍ବରୁ ନିର୍ମାଣ ହୋଇଥିବା ବିଲ୍ଡିଂ ଗୁଡିକ ମଧ୍ୟ ଏଏସଆଇଙ୍କ ଅନୁମୋଦନ କ୍ରମେ ନବୀକରଣ କିମ୍ବା ମରାମତି କରାଯାଇ ପାରିବ।

ବିଡିଏର ସିଡ଼ିପି ୨୦୩୦ଅନୁସାରେ ମେଘେଶ୍ବର ମନ୍ଦିରକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ରଖାଯାଇଛି। କେବଳ ସେତିକି ନୁହେଁ, ଏହା ଟ୍ରାଫିକ ଓ ପରିବେଶ ପ୍ରଦୂଷଣର ବି ସମ୍ମୁଖୀନ ହେଉଛି। ତେବେ ସମାନ ଭାବେ ନାଗେଶ୍ୱର ମନ୍ଦିର ବି ଚାରିପଟୁ ଜବର ଦଖଲ ପରିସର ଭିତରେ ରହିଥିବା ବେଳେ ଏହାର ଚାରି ପାଖେ ନୂତନ ନିର୍ମାଣ ମନ୍ଦିରର ଅସ୍ତିତ୍ୱକୁ ନଷ୍ଟ କରୁଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି |

ଜନସାଧାରଣ ଆଶା ପ୍ରକଟ କରୁଛନ୍ତି କି ନୂତନ ବାଇଲ ଉଭୟ ମନ୍ଦିରର ଦୀର୍ଘଦିନ ଧରି ରହିଥିବା ଅନେକ ସମସ୍ୟା ଯେପରିକି ଡ୍ରେନେଜ ବ୍ୟବସ୍ଥା,ମୌସୁମୀ ସମୟରେ ବନ୍ୟା ଭଳି ପରିସ୍ଥିତି ଅସୁବିଧାକୁ ସମାଧାନ କରିପାରିବ |

Leave A Reply

Your email address will not be published.