ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପୁଅ କହିଲା ବୋଲି ଆଉ ଥରେ ବିବାହ କଲେ ଅଭିନେତା

0

ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ପାଇଁ ୨୪ ଅଗଷ୍ଟ ଥିଲା ଖାସ୍ । କାରଣ ଏହି ଦିନ ଥିଲା ପ୍ରକାଶ ରାଜଙ୍କ ୧୧ ତମ ବିବାହ ବାର୍ଷିକ। ଏହି ଦିନଟି ତାଙ୍କ ପାଇଁ
ଅଧିକ ଖାସ ଏଥପାଇଁ ଥିଲା କାରଣ ସେ ବିବାହ ବାର୍ଷିକୀରେ ନିଜର ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତ।। ପୁଅ ବେଦାନ୍ତ ପାଇଁ ସେ ଆଉ ଥରେ ବିବାହ କରିଥିବା କହିଛନ୍ତି ।

ପ୍ରକାଶଙ୍କ ପୁଅ ବେଦାନ୍ତ ତାଙ୍କ ବାପା, ମାଆଙ୍କୁ ଆଉ ଥରେ ବିବାହ କରୁଥିବା ଦେଖିବାକୁ ଚାହୁଁଥିଲେ । ବେଦାନ୍ତଙ୍କ ଖୁସି କରିବାକୁ ଯାଇ ୧୧ ତମ ବିବାହ ବାର୍ଷିକୀର ଉଭୟ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ସମୟର କିଛି ଫଟୋ ମଧ୍ୟ ଇନଷ୍ଟାରେ ପ୍ରକାଶ ରାଜ ସେୟାର କରିଛନ୍ତି ।

ଗୋଟେ ଫଟୋରେ ପ୍ରକାଶ ନିଜ ପତ୍ନୀଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାଉଥିବାର ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ପ୍ରକାଶ ନିଜ ପତ୍ନୀ ଓ ପିଲାଙ୍କ ସହ
ବହୁତ ଖୁସି ଥିବା ନଜର ଆସୁଛନ୍ତି । ଫଟୋ ସେୟାର କରି ପ୍ରକାଶ ଲେଖିଛନ୍ତି ଯେ, ଆଜି ଆମେ ଦୁହେଁ ପୁଣି ବିବାହ କଲୁ । କାରଣ ଆମ ପୁଅ ଆମ ବିବାହ ଦେଖିବାକୁ ଚାହୁଁଥିଲା । ଏହି ସେଲିବ୍ରେସନରେ ବେଦାନ୍ତଙ୍କ ସହ ପ୍ରକାଶଙ୍କ ଝିଅ ମେଘନା ଏବଂ ପୂଜା ବି ସାମିଲ ହୋଇଥିଲେ ।

Leave A Reply

Your email address will not be published.