ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଚିକିତ୍ସା ବ୍ୟବସ୍ଥାରେ ପୁଣି ନୂଆ କଥା କଲା ସମ୍ ଅଲ୍‌ଟିମେଟ୍

0

ସମ ଅଲ୍‌ଟିମେଟ୍ ମେଡିକେୟାରରେ ପ୍ରଥମ ଥର ପାଇଁ ସିଆଲୋଏନ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ସମ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଚିକିତ୍ସା ଆରମ୍ଭ କରାଯାଇଛି।ଏହା ଏକ ଅଭିନଵ ଓ ଅତ୍ୟାଧୁନିକ ପଦ୍ଧତି ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର ସୁକ୍ଷ୍ମ ଏଣ୍ଡୋସ୍କୋପି ମାଧ୍ୟମରେ ପରୀକ୍ଷା, ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇପାରୁଛି।

ନିକଟରେ ଭୁବନେଶ୍ୱରର ଏକ ଯୁବକଙ୍କ ଲାଳ ଗ୍ରନ୍ଥି (ସବମାଣ୍ଡୁଲାର ଗ୍ଲାଣ୍ଡ ଡକ୍ଟ) ରେ ପଥର ସୃଷ୍ଟି ହୋଇଥିବା ବେଳେ ଏହି ସିଆଲୋଏଣ୍ଡୋସ୍କୋପିକ ପଦ୍ଧତି ରେ ତାହା ବାହାର କରିବାରେ ସଫଳ ହୋଇଛନ୍ତି ସମ ଅଲ୍ଲ୍ଟିମେଟ ମେଡିକେୟାରର ଇଏନଟି ଓ ସ୍କଲ ବେସ ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ। ପଥର ବାହାରିବା ପରେ ସୁସ୍ଥ ହୋଇଛନ୍ତି ଯୁବକ ଜଣକ।

ପୂର୍ବରୁ ସିଆଲାଡେନିଟିସ କୁହାଯାଉଥିବା ଏହି ସମସ୍ୟା ଦେଖାଦେଲେ ବେକର କିଛି ଅଂଶକୁ କାଟି ସମ୍ପୂର୍ଣ ସାଲାଇଭାରି ଗ୍ଲାଣ୍ଡ କୁ ବାହାର କରାଯାଉଥିଲା।ଯାହାଦ୍ୱାରା ବେକରେ ଏକ ବଡ ଦାଗ ମଧ୍ୟ ରହିଯାଉଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ସିଆଲାଡେନିଟିସ, ସିଆଲୋଲିଥିଆସିସ ଏବଂ ଅନ୍ୟାନ୍ୟ ଜଟିଳ ଲାଳ ଗ୍ରନ୍ଥୀ ଜନିତ ରୋଗର ପରୀକ୍ଷା, ଚିକିତ୍ସା ଓ ଅପରେସନ ଏବଂ ଅପରେସନ ପରବର୍ତୀ ପ୍ରକ୍ରିୟା ନିମନ୍ତେ ସିଆଲୋଏଣ୍ଡୋସ୍କୋପି ଏକ ଅତ୍ୟାଧୁନିକ ପ୍ରକ୍ରିୟା। ୧.୩ ମିଲିମିଟର ଆକାରର ଏକ ଛୋଟ ଏଣ୍ଡୋସ୍କୋପକୁ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ସାଲାଇଭାରୀ ଗ୍ଲାଣ୍ଡ ଡକ୍ଟ ଭିତରକୁ ଭର୍ତି କରାଯାଇ ପରୀକ୍ଷା ଓ ଚିକିତ୍ସା କରାଯାଇଥାଏ।

ଶରୀରରେ ଜଳୀୟ ଅଂଶ କମିବା ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ହେଲେ ଲାଳ ଗ୍ରନ୍ଥୀରେ ପଥର ସୃଷ୍ଟି ହୋଇଥାଏ। ପ୍ରଚୁର ପରିମାଣରେ ଜଳୀୟ ପଦାର୍ଥ ଗ୍ରହଣ ନ କଲେ ଲାଳ ଜମାଟ ବାନ୍ଧି ଥାଏ ଓ ଠିକ ଭାବେ ଖାଦ୍ୟ ନ ଖାଇଲେ ଲାଳ ସୃଷ୍ଟି ନହୋଇ ସାଲାଇଭାରୀ ଡକ୍ଟରେ ପଥର ସୃଷ୍ଟି ହୁଏ ବୋଲି ଡାକ୍ତର ସାହୁ କହିଛନ୍ତି।

ବେକର ବାମ ପଟର ଉପର ଭାଗ ଫୁଲି ଯାଏ। ଖାଇବା ସମୟରେ ଏହା ଫୁଲିଯାଉଥିବା ବେଳେ କିଛି ଘଣ୍ଟା ପରେ ପୁଣି କମିଯାଉଥିବାର ସମସ୍ୟା ନେଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏହି ୩୦ ବର୍ଷୀୟ ଯୁବକ ଜଣକ ଆସିଥିଲେ। ଚିକିତ୍ସା ସମୟରେ ତାଙ୍କର ସବ ମାଣ୍ଡିବୁଲାର ଡକ୍ଟ ଷ୍ଟୋନ ଚି଼ହ୍ନଟ ହୋଇଥିଲା ଏବଂ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଶରୀରରେ କୌଣସି ଦାଗ ସୃଷ୍ଟି କରାନଯାଇ ପଥର ବାହାର କରାଯାଇଛି।

ଆମେ ଯେଭଳି କିଡ଼ନୀରେ ଷ୍ଟୋନ ସୃଷ୍ଟି ହେଲେ କିଡ଼ନୀ ବାହାର କରି ନଥାଉ ସେହିଭଳି ଲାଳ ଗ୍ରନ୍ଥୀରେ ଷ୍ଟୋନ ହେଲେ ସମ୍ପୂର୍ଣ ଗ୍ରନ୍ଥୀ କୁ ବାହାର କରିବାର ଆବଶ୍ୟକତା ନାହିଁ। ସିଆଲୋଏଣ୍ଡୋସ୍କୋପିକ ପଦ୍ଧତିରେ ଖୁବ ସହଜରେ ପଥର କଢ଼ାଯାଇପାରିବ ବୋଲି ଡାକ୍ତର ସାହୁ କହିଛନ୍ତି।

Leave A Reply

Your email address will not be published.