ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଫେଲ୍ ମାରିଥିଲେ ପ୍ରତାପ, ବିଶେଶ୍ବର ବି ବିଫଳ

0

ବିଜେପିର ଉତ୍ତର ଓଡ଼ିଶା ରାଜନୀତିକୁ ଜବରଦସ୍ତ ଝଟ୍‌କା

ପଞ୍ଚାୟତ ନିର୍ବାଚନ ଆଗରୁ ଶୁଖି ଶୁଖି ଯାଉଛି ପଦ୍ମ

ଏକାଥରକେ ୧୫ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିଦେଲେ

ଗୋଟିଏ ସମୟରେ ବିଜେପିର ଦୁର୍ଗ ଥିଲା ମୟୂରଭଂଜ ଜିଲ୍ଲା

ସାଂସଦ ବିଶେଶ୍ବରଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧାଇଥିଲେ ମୋଦୀ

ପ୍ରତାପ କେନ୍ଦ୍ର ମନ୍ତ୍ରୀ ଥାଇ ବାଲେଶ୍ବର ଆସନ ହରାଇଥିଲେ

ବିଜେଡି ଫୋକସରେ ଏବେ ମୟୂରଭଂଜ ଜିଲ୍ଲା ରାଜନୀତି

ରାଣୀ ରାଜଲକ୍ଷ୍ମୀଙ୍କ ଉପରେ ମଧ୍ୟ ଦଳର ନଜର ରହିଛି

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ରାଜ୍ୟ ବିଜେପିକୁ ବିପର୍ଯ୍ୟୟ ଘୋଟି ଆସିଲାଣି। ଭୁବନେଶ୍ବରର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବିଜେଡି ନେତାଙ୍କ ସହିତ ଆଲୋଚନା ଚର୍ଚ୍ଚା ଥମିନି, ଆଜି ବିଜେପିର ଗଡ ବୋଲି କୁହାଯାଉଥିବା ମୟୂରଭଂଜ ଜିଲ୍ଲା ରାଜନୀତି ଦୋହଲିଯାଇଛି। ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ୧୫ ଜଣ ଜିଲ୍ଲା ପରିଷଦ ସଭ୍ୟ ରାଜ୍ୟ ବିଜେପି ସଭାପତିଙ୍କୁ ନିଜର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ପତ୍ର ଧରାଇ ଦେଇଛନ୍ତି। ଏଥିସହିତ ଜିଲ୍ଲା ପରିଷଦ ସଦସ୍ୟ ପଦରୁ ମଧ୍ୟ ସେମାନେ ଇସ୍ତଫା ଦେଇଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଏହି ନେତାମାନେ ଅତ୍ୟନ୍ତ କଠୋର ପଦକ୍ଷେପ ନେଇଗଲେ। ଏହି ଘଟଣା ଆଜି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।

୨୦୧୭ ନିର୍ବାଚନରେ ବିଜେପି ଏଠାରେ ନିଜର ଶକ୍ତି ଦେଖାଇଥିଲା। ୫୬ଟି ଜିଲ୍ଲା ପରିଷଦ ଆସନ ବିଶିଷ୍ଟ ମୟୂରଭଞ୍ଜ ଜିଲ୍ଲାରେ ୪୯ଟି ପରିଷଦ ଦଖଲ କରିଥିଲା ବିଜେପି। ବିଜେଡିକୁ ଏହି ଘଟଣା ସେବେ ଭୀଷଣ ବିଚଳିତ କରିଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ହାତକୁ ୬ଟି ବିଧାନସଭା ଆସନ ଚାଲିଯାଇଥିଲା, ଯେବେ ବିଜେଡିକୁ ମାତ୍ର ୩ଟି ମିଳିଥିଲା। ହେଲେ ବିଜେପି ସଂଗଠନକୁ ଇତିମଧ୍ୟରେ ଘୁଣ ଲାଗିଯାଇଛି।

ଏମିିତି କେବେ ହେଇନଥିବ ଯେ ଇସ୍ତଫା ଦେଇଥିବା ନେତାମାନେ ଦଳର ନେତୃତ୍ବକୁ ପୂର୍ବରୁ ସେମାନଙ୍କର ଅସନ୍ତୋଷ ଜଣାଇନଥିବେ। ବରଂ ତାଙ୍କ କଥା କେହି ଶୁଣିନଥିବେ। ଆରଏନଏ ଗତ ସପ୍ତାହରେ ଲେଖିଥିଲା ଯେ ବିଜେପି ରାଜ୍ୟ ନେତୃତ୍ବ ଦଳର ନେତାଙ୍କ ଠାରୁ ଦୂରେଇ ଯାଉଛନ୍ତି। ଏହି କାରଣରୁ ଡଜନେରୁ ଅଧିକ ନେତା ବିଜେଡି ସହ ସଂପର୍କରେ ଥିବା ସେଥିରେ କୁହାଯାଇଥିଲା। ମୟୂରଭଞ୍ଜ ଘଟଣା ଆଜି ପ୍ରମାଣ କରିଦେଇଛି ଯେ ଏହି ଆକଳନ ଭୁଲନଥିଲା।

ଅତି ବିଶ୍ବସ୍ତ ସୂତ୍ରରୁ ମିଲୁଥିବା ସୂଚନା ଅନୁସାରେ, ମୟୂରଭଂଜର ଆହୁରି ବରିଷ୍ଠ ବିଜେପି ନେତାମାନେ ଏବେ ବିଜେଡି ଶରଣକୁ ଆସିବାକୁ ଚେଷ୍ଟା କରୁଛନ୍ତି। ବିଜୁ ଜନତା ଦଳ ମଧ୍ୟ ଏଠାରେ ବିଜେପିକୁ ପୂରା ମୂଳପୋଛ କରିବା ଲକ୍ଷ୍ୟରେ ଅଛି। ପୂର୍ବରୁ ବିଜେଡି ଦୁଇଟି ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଥିଲା। ଏବେ ଚର୍ଚ୍ଚା ହେଉଛି ଯେ ଦଳ ଛାଡିଥିବା ବିଜେପି ନେତା ବିଜେଡି ଆଡକୁ ଭବିଷ୍ୟତରେ ଢଳିପାରନ୍ତି। ଆହୁରି ବଡ କଥା ହେଲା ଆଗକୁ ବିଜେଡିର ଆଖି ମୟୂରଭଞ୍ଜ ରାଣୀ ରାଜଲକ୍ଷ୍ମୀ ଭଂଜଦେଓଙ୍କ ଉପରେ ରହିଛି। ପୂର୍ବରୁ ରାଜା ପ୍ରବୀଣ ଭଂଜଦେଓ ବିଜେଡିରୁ ବିଧାୟକ ହୋଇଥିଲେ, ମନ୍ତ୍ରୀ ବି। ଏବେ ସେ ବିଜେପିରେ ଅଛନ୍ତି। ଶ୍ରୀ ଭଞ୍ଜଦେଓ ଦଳ ବଦଳ କଲେ ସିନା ହେଲେ ବିଜେପି ତାଙ୍କୁ ରାଜ୍ୟସ୍ତରରେ ଯେଭଳି ଗୁରୁତ୍ବ ଦେବା କଥା ତାହା ଦେଇନାହିଁ।

ଏଠାରେ ସ୍ମରଣଯୋଗ୍ୟ, ବିଜେପି ମୟୂରଭଂଜ ଜିଲ୍ଲାକୁ ଗୋଟିଏ ସମୟରେ ସର୍ବାଧିକ ଗୁରୁତ୍ବ ଦେଇଥିଲା। ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ କରିଥିଲେ ନରେନ୍ଦ୍ର ମୋଦୀ। ନିକଟରେ ମୟୂରଭଂଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧାଇଛନ୍ତି ମୋଦୀ। ହେଲେ ପ୍ରତିବଦଳରେ-ମାସେ ଯାଇନି, ଜିଲ୍ଲା ବିଜେପି ସଂଗଠନ ଭୁଶୁଡିଗଲା, ମନ୍ତ୍ରୀ କିଛି ବି କରିପାରିଲେ ନାହିଁ। ପୂର୍ବରୁ ବାଲେଶ୍ବର କ୍ଷେତ୍ରରେ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା। ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀ ମୁକୁଟ ଦେଇଥିଲେ ମୋଦୀ। ଆଉ ବାଲେଶ୍ବର ଉପନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ହେଲା ଓ ଦଳ ଖାତାରୁ ଗୋଟିଏ ଆସନ ଚାଲିଗଲା ବିଜେଡିକୁ।

ଉଭୟ ଘଟଣା ସୂଚାଇ ଦେଉଛି ଯେ ଉତ୍ତର ଓଡ଼ିଶାରେ ବିଜେପିର ଦୁର୍ଗ ପତନ ଦ୍ରୁତ ବେଗରେ ହେଉଛି। ଯଦି ଏହି ଧାରା ଜାରି ରହେ, ତେବେ ପଞ୍ଚାୟତ ନିର୍ବାଚନରେ ବିଜେପି ଉତ୍ତର ଓଡ଼ିଶାରେ ଶୋଚନୀୟ ପ୍ରଦର୍ଶନ କରିବ।

Leave A Reply

Your email address will not be published.