ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଅଲିମ୍ପିକ୍ସକୁ ବଳିଗଲା ପାରାଅଲିମ୍ପିକ୍ସ

0

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ଚଳିତ ବର୍ଷ ଦମଦାର ପ୍ରଦର୍ଶନ କରି ସାରା ବିଶ୍ୱରେ ଭାରତର ଟେକ ରଖିଥିଲେ । ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଷ୍ଟ୍ରପତି ଯାଏ ସମସ୍ତେ ପ୍ରଶଂସାରେ ଖେଳାଳିଙ୍କୁ ପୋତି ପକାଇଥିଲେ । ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ବିଜୟକୁ ନେଇ ଏବେ ବି ଚାରିଆଡେ ଚର୍ଚ୍ଚା ଲାଗିରହିଥିବା ବେଳେ ଏବେ ଖୁସିକୁ ଦ୍ୱିଗୁଣିତ କରିଦେଇଛି ପାରାଅଲିମ୍ପିକ୍ସ । ପାରାଅଲିମ୍ପିକ୍ସରେ ମଧ୍ୟ ଭାରତ ଦୁଇ ଦିନରେ ହାତେଇଛି ୭ଟି ପଦକ । ଯେଉଁଥିରେ ରହିଛି ଦୁଇଟି ସ୍ୱର୍ଣ୍ଣ ।

ସୋମବାରର ଆରମ୍ଭ ହୋଇଥିଲା ଶୁଭ ଖବରରୁ । ସକାଳୁ ସକାଳୁ ହିଁ ଭାରତୀୟ ଖେଳାଳି ଯେଭଳି ପ୍ରଦର୍ଶନ କରି ପଦକ ଆଣିଥିଲେ ଭାରତୀୟଙ୍କ ମନ କୁଣ୍ଢେମୋଟ ହୋଇଯାଇଥିଲା । ସକାଳର ଆରମ୍ଭ ସ୍ୱର୍ଣ୍ଣ ପଦକରୁ ହିଁ ହୋଇଥିଲା । ଏହା ପରେ ପଦକ ସଂଖ୍ୟା ବଢିଚାଲିଥିଲା । ଗୋଟିଏ ଦିନରେ ଭାରତ ହାତେଇଛି ୫ଟି ପଦକ । ଆଜି ପ୍ରଥମେ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଅବନି ଲେଖରା । ୧୦ ମିଟର ଏୟାର ରାଇଫଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ୧୯ ବର୍ଷୀୟା ଅବନି । ପାରାଅଲିମ୍ପିକ୍ସରେ ଭାରତକୁ ସୁଟିଂରେ ସ୍ୱର୍ଣ୍ଣ ମିଳିବା ଏହା ପ୍ରଥମ । ତେଣୁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଅବନି । ଏହା ପରେ ଭାରତକୁ ରୌପ୍ୟ ପଦକ ଦେଇଥିଲେ ଯୋଗେଶ କଥୁରିଆ । ପୁରୁଷ ଡିସକସ ଥ୍ରୋରେ ଯୋଗେଶ କଥୁରିଆ ରୌପ୍ୟ ପଦକ ଜିତିଥିଲେ ।

ସେହିପରି ଜାଭଲିନ ଥ୍ରୋରେ କମାଲ କରିଥିଲେ ଦେବେନ୍ଦ୍ର ଝାଝାରିଆ ଓ ସୁନ୍ଦର ସିଂ ଗୁର୍ଜର ।ଦେବେନ୍ଦ୍ର ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ସିଂ ବ୍ରୋଞ୍ଜ ପଦକ ଜିତିଥିଲେ । ଦେବେନ୍ଦ୍ର ଝାଝାରିଆ ୬୪.୩୫ ମିଟର ଏବଂ ସୁନ୍ଦର ସିଂ ୬୪.୦୧ ମିଟର ଥ୍ରୋ କରିଥିଲେ । ତେବେ ଦିନ ଆରମ୍ଭ ଅବନି ସ୍ୱର୍ଣ୍ଣରେ ଆରମ୍ଭ କରିଥିବା ବେଳେ ଦିନ ଶେଷ ବି ସ୍ପର୍ଣ୍ଣରେ ହୋଇଛି । ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣପଦକ ହାତେଇଛନ୍ତି । ବିଶ୍ୱ ରେକର୍ଡ ସହ ସୁମିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୬୮.୫୫ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସୁମିତ । ଖେଳାଳିଙ୍କ ଆଜିର ଦମଦାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ଗତକାଲି ମଧ୍ୟ ଭାରତକୁ ୨ଟି ପଦକ ମିଳିଥିଲା । ଟେବୁଲ ଟେନିସ ତାରକା ଭାବିନା ପଟେଲ ରୌପ୍ୟ ଆଣିଥିଲେ । ସେହିପରି ହାଇଜମ୍ପରେ ନିଷାଦ କୁମାର ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ହେଲେ ଭାରତ ପାଇଁ ଆଉ ଏକ ନିରାଶ ଜନକ ଖବର ହେଲା ଗତକାଲି ଡିସକସ ଥ୍ରୋରେ ବ୍ରୋଞ୍ଜ ପଦକ ହାତେଇଥିବା ବିନୋଦ କୁମାରଙ୍କୁ ତାଙ୍କ ପଦକ ହରାଇବାକୁ ପଡିଛି । ଦିବ୍ୟାଙ୍ଗ ବର୍ଗରେ ଅଯୋଗ୍ୟ ଘୋଷଣା ପରେ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି । ଟୋକିଓ ପାରାଅଲିମ୍ପିକ୍ସରୁ ଭାରତକୁ ଏଯାଏ ୭ଟି ପଦକ ମିଳିସାରିଛି । ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ ୭ଟି ପଦକ ଜିତିଥିଲା । ଜାଭେଲିନ ଥ୍ରୋରେ ନିରଜ କୁମାର ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ କରିଥିଲେ ।

Leave A Reply

Your email address will not be published.