ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଅଲିମ୍ପିକ୍ସକୁ ବଳିଗଲା ପାରାଅଲିମ୍ପିକ୍ସ

0

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ଚଳିତ ବର୍ଷ ଦମଦାର ପ୍ରଦର୍ଶନ କରି ସାରା ବିଶ୍ୱରେ ଭାରତର ଟେକ ରଖିଥିଲେ । ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଷ୍ଟ୍ରପତି ଯାଏ ସମସ୍ତେ ପ୍ରଶଂସାରେ ଖେଳାଳିଙ୍କୁ ପୋତି ପକାଇଥିଲେ । ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ବିଜୟକୁ ନେଇ ଏବେ ବି ଚାରିଆଡେ ଚର୍ଚ୍ଚା ଲାଗିରହିଥିବା ବେଳେ ଏବେ ଖୁସିକୁ ଦ୍ୱିଗୁଣିତ କରିଦେଇଛି ପାରାଅଲିମ୍ପିକ୍ସ । ପାରାଅଲିମ୍ପିକ୍ସରେ ମଧ୍ୟ ଭାରତ ଦୁଇ ଦିନରେ ହାତେଇଛି ୭ଟି ପଦକ । ଯେଉଁଥିରେ ରହିଛି ଦୁଇଟି ସ୍ୱର୍ଣ୍ଣ ।

ସୋମବାରର ଆରମ୍ଭ ହୋଇଥିଲା ଶୁଭ ଖବରରୁ । ସକାଳୁ ସକାଳୁ ହିଁ ଭାରତୀୟ ଖେଳାଳି ଯେଭଳି ପ୍ରଦର୍ଶନ କରି ପଦକ ଆଣିଥିଲେ ଭାରତୀୟଙ୍କ ମନ କୁଣ୍ଢେମୋଟ ହୋଇଯାଇଥିଲା । ସକାଳର ଆରମ୍ଭ ସ୍ୱର୍ଣ୍ଣ ପଦକରୁ ହିଁ ହୋଇଥିଲା । ଏହା ପରେ ପଦକ ସଂଖ୍ୟା ବଢିଚାଲିଥିଲା । ଗୋଟିଏ ଦିନରେ ଭାରତ ହାତେଇଛି ୫ଟି ପଦକ । ଆଜି ପ୍ରଥମେ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଅବନି ଲେଖରା । ୧୦ ମିଟର ଏୟାର ରାଇଫଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ୧୯ ବର୍ଷୀୟା ଅବନି । ପାରାଅଲିମ୍ପିକ୍ସରେ ଭାରତକୁ ସୁଟିଂରେ ସ୍ୱର୍ଣ୍ଣ ମିଳିବା ଏହା ପ୍ରଥମ । ତେଣୁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଅବନି । ଏହା ପରେ ଭାରତକୁ ରୌପ୍ୟ ପଦକ ଦେଇଥିଲେ ଯୋଗେଶ କଥୁରିଆ । ପୁରୁଷ ଡିସକସ ଥ୍ରୋରେ ଯୋଗେଶ କଥୁରିଆ ରୌପ୍ୟ ପଦକ ଜିତିଥିଲେ ।

ସେହିପରି ଜାଭଲିନ ଥ୍ରୋରେ କମାଲ କରିଥିଲେ ଦେବେନ୍ଦ୍ର ଝାଝାରିଆ ଓ ସୁନ୍ଦର ସିଂ ଗୁର୍ଜର ।ଦେବେନ୍ଦ୍ର ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ସିଂ ବ୍ରୋଞ୍ଜ ପଦକ ଜିତିଥିଲେ । ଦେବେନ୍ଦ୍ର ଝାଝାରିଆ ୬୪.୩୫ ମିଟର ଏବଂ ସୁନ୍ଦର ସିଂ ୬୪.୦୧ ମିଟର ଥ୍ରୋ କରିଥିଲେ । ତେବେ ଦିନ ଆରମ୍ଭ ଅବନି ସ୍ୱର୍ଣ୍ଣରେ ଆରମ୍ଭ କରିଥିବା ବେଳେ ଦିନ ଶେଷ ବି ସ୍ପର୍ଣ୍ଣରେ ହୋଇଛି । ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣପଦକ ହାତେଇଛନ୍ତି । ବିଶ୍ୱ ରେକର୍ଡ ସହ ସୁମିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୬୮.୫୫ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସୁମିତ । ଖେଳାଳିଙ୍କ ଆଜିର ଦମଦାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ଗତକାଲି ମଧ୍ୟ ଭାରତକୁ ୨ଟି ପଦକ ମିଳିଥିଲା । ଟେବୁଲ ଟେନିସ ତାରକା ଭାବିନା ପଟେଲ ରୌପ୍ୟ ଆଣିଥିଲେ । ସେହିପରି ହାଇଜମ୍ପରେ ନିଷାଦ କୁମାର ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ହେଲେ ଭାରତ ପାଇଁ ଆଉ ଏକ ନିରାଶ ଜନକ ଖବର ହେଲା ଗତକାଲି ଡିସକସ ଥ୍ରୋରେ ବ୍ରୋଞ୍ଜ ପଦକ ହାତେଇଥିବା ବିନୋଦ କୁମାରଙ୍କୁ ତାଙ୍କ ପଦକ ହରାଇବାକୁ ପଡିଛି । ଦିବ୍ୟାଙ୍ଗ ବର୍ଗରେ ଅଯୋଗ୍ୟ ଘୋଷଣା ପରେ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି । ଟୋକିଓ ପାରାଅଲିମ୍ପିକ୍ସରୁ ଭାରତକୁ ଏଯାଏ ୭ଟି ପଦକ ମିଳିସାରିଛି । ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ ୭ଟି ପଦକ ଜିତିଥିଲା । ଜାଭେଲିନ ଥ୍ରୋରେ ନିରଜ କୁମାର ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ କରିଥିଲେ ।

Leave A Reply

Your email address will not be published.