ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଓଟିଟିରେ ସନି…

0

ବିଗବସ୍ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ସନ୍ନି ଲିଓନ। ଓଟିଟି ପ୍ଲାଟଫର୍ମ ଭୁଟ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ସନ୍ନି କହିଛନ୍ତି ଯେ, ସେ ବିଗବସ୍ ଓଟିଟିକୁ ଆସଛନ୍ତି, ଏବଂ ସେ ବେଶ ଖୁସି ଅଛନ୍ତି। ସେ ନିଜ ଅନ୍ଦାଜରେ ମସ୍ତି କରିବେ ବୋଲି କହିଛନ୍ତି।

ସନ୍ନି ଲିଓନ କହିଛନ୍ତି ,ଏଥର ସୋ ସମ୍ପୂର୍ଣ୍ଣ ଭିନ୍ନ ଅଛି। କେବଳ ଯୋଡିମାନଙ୍କ ଉପରେ ଏହାର ଫୋକସ ରହିଛି। ସେ ଆହୁରି କହିଛନ୍ତି ଯେ, ଯେଉଁଠି ଯୋଡିଥିବେ ସେଠାରେ ସେ ନିଶ୍ଚିତ ଥିବେ। ଏହି ସୋ’ଠାରୁ ନିଜକୁ ଅଲଗା କରିହେବନି। ସେ ନିଜ ଷ୍ଟାଇଲରେ ମସ୍ତି କରିବାକୁ ଯାଉଛନ୍ତି ସେଥିପାଇଁ ଏହି ସୋ’ ସହ ଦର୍ଶକଙ୍କୁ ଯୋଡି ହୋଇ ରହିବାକୁ କହିଛନ୍ତି । ତେବେ ସନ୍ନି ଏହି ସୋ’ରେ ପ୍ରତିଦ୍ୱନ୍ଦ୍ୱୀ ହିସାବରେ ଯୋଗଦେବେ କି ଗାଇଡ ହିସାବରେ ତାହା ସ୍ପଷ୍ଟ ହୋଇନାହିଁ।

ସନ୍ନି ନିଜର କ୍ୟୁଟ ଅନ୍ଦାଜ ଯୋଗୁଁ ଲୋକଙ୍କ ମନରେ ସବୁବେଳେ ଜାଗା ବନାଇବାରେ ସଫଳ ହୋଇପାରିଛନ୍ତି। ଏବେ ବିଗ ଓଟିଟିରେ ସନ୍ନିଙ୍କ ଏଣ୍ଟ୍ରି
ହେବାକୁ ନେଇ ଫ୍ୟାନ ମାନେ ବେଶ ଉତ୍ସାହିତ ଅଛନ୍ତି। ସନ୍ନି ଲିଓନି ଏବେ ବଲିଉଡ ଓ ଛୋଟ ପରଦାରେ ନିଜର ଦବଦବା ଜାହିର କରିବାରେ ଲାଗିଲେଣି।ଏହା ପୂର୍ବରୁ ତାଙ୍କୁ କେବଳ ଫିଲ୍ମର ଆଇଟମ ସଙ୍ଗରେ ଦେଖିବାକୁ ମିଳୁଥିଲା। ବର୍ତମାନ ସେ ସାଉଥ ଫିଲ୍ମ ଓ ବଲିଉଡ ତଥା ଛୋଟ ପରଦାରେ ମଧ୍ୟ ଦେଖିବାକୁ ମିଳିଲେଣି ।

Leave A Reply

Your email address will not be published.