ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ସାଂଘାଇ ସମ୍ମିଳନୀରେ ସାମିଲ ହେବେ ମୋଦୀ

0

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଏସସିଓ(ସାଂଘାଇ ସହଯୋଗ ସମ୍ମିଳନୀ)ରେ ସାମିଲ ହେବେ । ସାଂଘାଇର ୧୬ ତମ ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ହେବ। ଏଥର ସାଂଘାଇ ସମ୍ମିଳନୀର ନେତୃତ୍ୱ ନେବ ତାଜାକିସ୍ତାନ। ଏସସିଓ ସମ୍ମିଳନୀରେ ଆଠଟି ଦେଶ ସାମିଲ ହେବେ।ତାଜାକିସ୍ତାନ, କଜାକିସ୍ତାନ,ଭାରତ, ପାକିସ୍ତାନ, ଋଷ, ଚୀନ,କିଗ୍ରିସ୍ତାନ,ଉଜବେକିସ୍ତାନ ସାମିଲ ହେବେ। ସଂପ୍ରତି ଆଫଗାନରେ ତାଲିବାନଙ୍କ ଶାସନ ପରିପ୍ରେକ୍ଷୀରେ ଏହି ସମ୍ମିଳନୀକୁ ଅତ୍ୟନ୍ତ ଗୁରୁତ୍ବ ଦିଆଯାଉଛି।

ଯେବେଠୁ ଆଫଗାନିସ୍ତାନକୁ ତାଲିବାନ କବଜା କରିଛି ସେବେଠୁ ତାଲିବାନମାନେ ସେଠାରେ ନିଜର ଆତଙ୍କୀ ଖେଳାଇଛନ୍ତି। ଯାହାକୁ ନେଇ ପୂରା ବିଶ୍ୱ ଚିନ୍ତାରେ ରହିଛି। ତେଣୁ ଏସସିଓ ସମ୍ମିଳନୀରେ ଆଫଗାନିସ୍ତାନର ବର୍ତମାନର ସ୍ଥିତିକୁ ନେଇ ସ୍ବତନ୍ତ୍ର ଆଲୋଚନା ହୋଇପାରେ।

ସମ୍ମିଳନୀ ସେପ୍ଟେମ୍ବର ୧୬ର ୧୭ ମଧ୍ୟରେ ଅନୁଷ୍ଠିତ ହେବାର ଅଛି। ଏହା ପୂର୍ବରୁ ବ୍ରିକ୍ସ ସମ୍ମିଳନୀରେ ଆଫଗାନିସ୍ତାନର ସ୍ଥିତି ନେଇ ଆଲୋଚନା ହୋଇଥିଲା । ଆଫଗାନିସ୍ତାନରେ ଶାନ୍ତି ମାଧ୍ୟମରେ ସ୍ଥିତିର ସୁଧାର ଆସିପାରେ ବୋଲି ସବୁ ଦେଶ କହିଥିଲେ। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ, ଯଦି ଆମେରିକାର ସୈନ୍ୟ ଆଫଗାନିସ୍ତାନ ମାଟି ଜଲଦି ଛାଡିନଥାନ୍ତେ, ତେବେ ସ୍ଥିତି ନିୟନ୍ତ୍ରଣରେ ରହିଥାନ୍ତା। ପୁଟିନ ଏହା ବି କହିଥିଲେ ଯେ,ଆଫଗାନିସ୍ତାନରେ ତାଲିବାନ ଆସିବା ପରେ ପଡୋଶୀ ଦେଶ ପାଇଁ ଏହା ବିପଦ ସାଜିପାରେ। ଆତଙ୍କବାଦୀ ମାନେ ମଧ୍ୟ ଅଧିକ ସକ୍ରିୟ ହୋଇପଡିବେ।

Leave A Reply

Your email address will not be published.