ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

କେବିସି ହଟ୍‌ସିଟ୍‌ରେ ଭାରତର ସୁନା ପୁଅ…

0

ମୁମ୍ବାଇ: ସବୁଠୁ ଲୋକପ୍ରିୟ ସୋ’ ‘କୋନ ବନେଗା କରୋଡପତି’ ସିଜିନ ୧୩କୁ ଚଳିତଥର ଦର୍ଶକ ବେଶ ପସନ୍ଦ କରୁଛନ୍ତି। ସୋଟରେ ପ୍ରତି ସପ୍ତାହରେ ବଲିଉଡ ସେଲବ୍ରେଟି ହୁଅନ୍ତୁ କି ଖେଳାଳି, କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ତେବେ ଏଥର ସାନଦାର ଶୁକ୍ରବାର ଏପିସୋଡରେ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରା ଓ ପି ଶ୍ରୀଜେସଙ୍କୁ ହଟସିଟରେ ବସିଥିବାର ଦେଖିବାକୁ ମିଳିବ।

ସୋନି ଟିଭି ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୋନ ବନେଗା କରୋଡପତି ସିଜିନ ୧୩ର ଏକ ପ୍ରମୋ ଭିଡ଼ିଓ ସେୟାର କରିଛି। ଭିଡିଓରେ ଅଲିମ୍ପିକ୍ସ ବିଜେତା ତଥା ଭାରତର ସୁନା ପୁଅ ନିରଜ ଚୋପ୍ରା ଓ ହକି ଖେଳାଳି ପି ଶ୍ରୀଜେସ ନଜର ଆସିଛନ୍ତି। ପ୍ରମୋରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ସୋରେ ଏଣ୍ଟ୍ରି କରିବା ପରେ ବିଗ ବି ଅମିତାଭ ବଚ୍ଚନ ହିନ୍ଦୁସ୍ଥାନ ଜିନ୍ଦାବାଦ ଜୋରରେ କହୁଛନ୍ତି। ନୀରଜ ଚୋପ୍ରା ଓ ଶ୍ରୀଜେସ ଦୁଇ ଜଣ ସୋରେ ନିଜର ମେଡାଲ ପିନ୍ଧି ପ୍ରବେଶ କରୁଛନ୍ତି ।ତାଙ୍କର ଏଣ୍ଟ୍ରି ପରେ ସୋ’ରେ ଅଲଗା ପ୍ରକାର ମାହୋଲ ଓ ଉତ୍ସାହ ଦେଖିବାକୁ ମିଳୁଛି।

ନିରଜ ଓ ଶ୍ରୀଜେସ ଦୁଇ ଜଣ ନିଜର ଜୀବନ ସହ ଜଡ଼ିତ ଅନେକ କଥା ମଧ୍ୟ ଅମିତାଭଙ୍କ ସହ ଆଲୋଚନା କରିବେ। ସୋନି ଟିଭି ପକ୍ଷରୁ ପ୍ରୋମୋ ଭିଡିଓ ପକ୍ଷରୁ ଏକ କ୍ୟାପସନ ସହ ସେୟାର କରାଯାଇଛି। ନିକଟରେ ଟୋକିଓ ଅଲିମ୍ପିକ୍ସରେ ଭାରତର ଟେକ ରଖିଥିବା ଦୁଇ ଖେଳାଳିଙ୍କୁ ହଟ ସିଟରେ ଦେଖିବାକୁ ଫ୍ୟାନ୍ ମାନେ ବେଶ ଉତ୍ସାହିତ ଅଛନ୍ତି।

Leave A Reply

Your email address will not be published.