ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରେକର୍ଡ: ୧୧ ଦିନରେ ୧୦ କୋଟି ଟିକା

0

ଟିକାକରଣରେ ଚୀନ ରେକର୍ଡକୁ ବି ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ: ଭାରତର କୋଭିଡ୍ ଟିକାକରଣ କ୍ଷେତ୍ରରେ ରେକର୍ଡ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଦେଇଛି ଯେ ଇତିମଧ୍ୟରେ ୮୦ କୋଟି (୮୦ କୋଟି ୩୩ଲକ୍ଷ ୭୫ ହଜାର ୧୪୭ ଜଣ) ଲୋକ କୋଭିଡ୍ ଟିକା ନେଇସାରିଲେଣି। କେବଳ ଶନିବାର ଦିନ୭୭.୨୫ ଲକ୍ଷ ଟିକା ଦିଆଯାଇଛି। ଏଥିସହିତ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗତ ୧୦କୋଟି ଡୋଜ ମାତ୍ର ୧୧ ଦିନ ମଧ୍ୟରେ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ୮୦କୋଟି ମାଇଲଖୁଣ୍ଟ ହାସଲ ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଦେଶର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମନ୍ତ୍ରଣାଳୟର ତଥ୍ୟରେ ଦର୍ଶାଯାଇଛି ଯେ ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ୬୦କୋଟି ୩ଲକ୍ଷ ୯୪ ହଜାର ୪୫୨ ଲୋକ ପ୍ରଥମ ଏବଂ ୨୦ କୋଟି ୨୯ଲକ୍ଷ ୮୦ ହଜାର ୬୯୫ ଲୋକ ଦ୍ବିତୀୟ ଟିକା ଡୋଜ୍ ନେଇସାରିଲେଣି।

ମନ୍ତ୍ରାଳୟ କହିଛି ଯେ ଏହି ଟିକାକରଣ ଅଭ୍ୟାସକୁ ସର୍ବୋଚ୍ଚ ସ୍ତରରେ ନିୟମିତ ସମୀକ୍ଷା କରାଯାଉଛି ଓ ତଦାରଖ ବି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମବାର୍ଷିକୀ ଅବସରରେ ଭାରତ ଶୁକ୍ରବାର ଦିନ ୨.୫୦କୋଟିରୁ ଅଧିକ ଟିକା ଡୋଜ ଦିଆଯାଇଥିଲା। ଏହାକୁ କେନ୍ଦ୍ରମନ୍ତ୍ରୀ ମାନସୁଖ ମାଣ୍ଡଭିଆ ବିଶ୍ୱ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ ଭାବରେ ବର୍ଣ୍ଣନା କରିଛନ୍ତି।

ବିଭିନ୍ନ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ଗୋଟିଏ ଦିନରେ ୨.୪୭କୋଟି ଟିକା ଦେଇ ଚୀନ୍ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା।

Leave A Reply

Your email address will not be published.