ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ରେକର୍ଡ: ୧୧ ଦିନରେ ୧୦ କୋଟି ଟିକା

0

ଟିକାକରଣରେ ଚୀନ ରେକର୍ଡକୁ ବି ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ: ଭାରତର କୋଭିଡ୍ ଟିକାକରଣ କ୍ଷେତ୍ରରେ ରେକର୍ଡ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଦେଇଛି ଯେ ଇତିମଧ୍ୟରେ ୮୦ କୋଟି (୮୦ କୋଟି ୩୩ଲକ୍ଷ ୭୫ ହଜାର ୧୪୭ ଜଣ) ଲୋକ କୋଭିଡ୍ ଟିକା ନେଇସାରିଲେଣି। କେବଳ ଶନିବାର ଦିନ୭୭.୨୫ ଲକ୍ଷ ଟିକା ଦିଆଯାଇଛି। ଏଥିସହିତ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗତ ୧୦କୋଟି ଡୋଜ ମାତ୍ର ୧୧ ଦିନ ମଧ୍ୟରେ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ୮୦କୋଟି ମାଇଲଖୁଣ୍ଟ ହାସଲ ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଦେଶର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମନ୍ତ୍ରଣାଳୟର ତଥ୍ୟରେ ଦର୍ଶାଯାଇଛି ଯେ ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ୬୦କୋଟି ୩ଲକ୍ଷ ୯୪ ହଜାର ୪୫୨ ଲୋକ ପ୍ରଥମ ଏବଂ ୨୦ କୋଟି ୨୯ଲକ୍ଷ ୮୦ ହଜାର ୬୯୫ ଲୋକ ଦ୍ବିତୀୟ ଟିକା ଡୋଜ୍ ନେଇସାରିଲେଣି।

ମନ୍ତ୍ରାଳୟ କହିଛି ଯେ ଏହି ଟିକାକରଣ ଅଭ୍ୟାସକୁ ସର୍ବୋଚ୍ଚ ସ୍ତରରେ ନିୟମିତ ସମୀକ୍ଷା କରାଯାଉଛି ଓ ତଦାରଖ ବି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମବାର୍ଷିକୀ ଅବସରରେ ଭାରତ ଶୁକ୍ରବାର ଦିନ ୨.୫୦କୋଟିରୁ ଅଧିକ ଟିକା ଡୋଜ ଦିଆଯାଇଥିଲା। ଏହାକୁ କେନ୍ଦ୍ରମନ୍ତ୍ରୀ ମାନସୁଖ ମାଣ୍ଡଭିଆ ବିଶ୍ୱ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ ଭାବରେ ବର୍ଣ୍ଣନା କରିଛନ୍ତି।

ବିଭିନ୍ନ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ଗୋଟିଏ ଦିନରେ ୨.୪୭କୋଟି ଟିକା ଦେଇ ଚୀନ୍ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା।

Leave A Reply

Your email address will not be published.