ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ପୁଲିସକୁ ରାତି ଅନିଦ୍ରା କରାଇଦେଲା ଅଭିଯୁକ୍ତ

0

ଭୁବନେଶ୍ବର: ଅଭିଯୁକ୍ତକୁ ଧରିବାକୁ ଆସି ହଟ୍ଟହଟ୍ଟା ହେଲା ପୁଲିସ। ଛତ୍ରପୁରକୁ ଅଭିଯୁକ୍ତକୁ ଧରିବାକୁ ଆସି ଭଦ୍ରକ ପୁଲିସକୁ ନାକେଦମ ହେବାକୁ ପଡିଛି। ପୁଲିସ ଆସିଥିବା ଜାଣି ଘରର କବାଟ ବନ୍ଦ କରିଦେଇଥିଲା ଅଭିଯୁକ୍ତ। ଶେଷରେ ସାରା ରାତି ଅଭିଯୁକ୍ତର ଘର ଆଗରେ ଅନିଦ୍ରା ହୋଇ ବସିରହିଥିଲା ପୁଲିସ। ଆଉ ସକାଳୁ ବହୁତ ବୁଝାସୁଝା କରିବା ପରେ ଅଭିଯୁକ୍ତ କବାଟ ଖୋଲିଥିଲା।

ସୂଚନା ଅନୁସାରେ , ଗଞ୍ଜାମ ଛତ୍ରପୁର ବ୍ୟାଙ୍କ କଲୋନୀରେ ରୁହନ୍ତି ପିନା ସାମଲ। ସେ ୨୦୧୫ରେ ଭଦ୍ରକର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ କାହାକୁ ନଜଣାଇ ଛତ୍ରପୁରରେ ପୁଣି ଥରେ ଦ୍ୱିତୀୟ ବିବାହ କରିଛନ୍ତି ଯୁବକ ଜଣକ। ପ୍ରଥମ ପତ୍ନୀ ଅର୍ଥାତ୍ ଭଦ୍ରକରେ ବିବାହରେ କରିଥିବା ଯୁବତୀ ଜଣକ ଏନେଇ ଜାଣିବାକୁ ପାଇବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ଭଦ୍ରକ ପୁଲିସ ଯୁବକଙ୍କୁ ଗିରଫ କରିବାକୁ ଛତ୍ରପୁରରେ ପହଞ୍ଚିଥିଲେ।

ହେଲେ ପୁଲିସ ଆସୁଥିବା ଖବର ପାଇବା ପରେ ଯୁବକ ଜଣ ଘର କବାଟ ବନ୍ଦ କରିଦେଇଥିଲେ । ରାତି ୧୨ଟାରେ ଯେତେବେଳେ ପୁଲିସ ଟିମ ପହଞ୍ଚିଥିଲା, ପିନା ସାମଲ ଆଉ କବାଟ ଖୋଲିନଥିଲେ। ଯେତେ କହିଲେ ମଧ୍ୟ କବାଟ ଖୋଲିନଥିଲେ। ରାତି ସାରା ଯୁବକ ଜଣକ ଘର ଭିତରେ ଥିବା ବେଳେ ଘର ଦୁଆର ମୁହଁରେ ପୁଲିସ ଜଗିରହିଥିଲା।

ଶେଷରେ ବହୁ ବୁଝାସୁଝା ପରେ ଯୁବକ ଜଣକ ସକାଳ ୮ଟାରେ କବାଟ ଖୋଲିଥିଲା କବାଟ ଖୋଲିବା ପରେ ପୁଲିସ ତାଙ୍କୁ କାବୁ କରିନେଇଥିଲା । ଏବେ ପିନା ସାମଲଙ୍କୁ ଛତ୍ରପୁର ଥାନାକୁ ଆଣି ଭଦ୍ରକ ପୁଲିସ ପଚରାଉଚରା କରୁଛି । ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ କିଭଳି ଦ୍ୱିତୀୟ ବିବାହ କଲେ । ଦ୍ୱିତୀୟ ବିବାହ ପଛର କାରଣ କଣ । ସେ ନେଇ ପୁଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.