ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଦିଲ୍ଲୀରେ ମାଓଦମନ ଚିନ୍ତା

0

ନୂଆଦିଲ୍ଲୀ: ଦିଲ୍ଲୀରେ ମାଓ ଦମନ ଚିନ୍ତା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ।ଦୁର୍ଗମ ଅଞ୍ଚଳର ରାସ୍ତା, ରେଳପଥ, ଟାୱାର ନିର୍ମାଣ ପ୍ରସଙ୍ଗକୁ ମୁଖ୍ୟତଃ ବୈଠକରେ ଫୋକସ କରାଯାଇଥିଲା। ମୋଟ ୧୦ଟି ମାଓ ପ୍ରଭାବିତ ରାଜ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ମାଓ ଦମନ ନେଇ ସ୍ବତନ୍ତ୍ର ରଣନୀତି ଏଠାରେ ନିର୍ଧାରଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ମାଓ ଦମନ ବୈଠକରେ ରଖିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ୩୨୬ ନମ୍ବର ଏନଏଚରେ ୪ ଲେନ ରାସ୍ତା କରିବାକୁ ପ୍ରସ୍ତାବ ରହିଥିଲା। ଜୟପୁରରୁ ମୋଟୁ ଦେଇ ମାଲକାନିଗିରି ପର୍ଯ୍ୟନ୍ତ ୪ ଲେନ ରାସ୍ତା କରିବାକୁ ପ୍ରସ୍ତାବ ରଖିଥିଲେ ନବୀନ। ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ଦ୍ବାରା ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ସମାନ୍ତରାଳ ରାସ୍ତା ନିର୍ମାଣ ହୋଇପାରିବ। ସେହିପରି ଦକ୍ଷିଣ ବେଙ୍ଗାଲୁରୁ ଓ ହାଇଦ୍ରାବାଦକୁ ସମାନ୍ତରାଳ ରାସ୍ତା ଭାବେ ଏହା କାର୍ଯ୍ୟ କରିବ। ଫଳରେ ଯାତ୍ରା ସମୟ କମ ହେବ ଏବଂ ଅଞ୍ଚଳର ଆର୍ଥିକ ବିକାଶ ରାସ୍ତା ଖୋଲିବ। ମାଲକାନଗିରିରୁ ଭଦ୍ରାଚଳମ ୧୫୩ କିଲାମିଟର ଓ ନବରଙ୍ଗପୁରରୁ ଜୁନାଗଡ ୧୧୮ କିଲୋମିଟର ରାସ୍ତାର ବିକାଶ ହେଲେ ଅଂଚଳର ଆର୍ଥିକ ବିକାଶ ହୋଇପାରିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣ ଓ ପଶ୍ଚିମ ଓଡିଶାକୁ ଅଧିକ ମୋବାଇଲ ଟାୱାର ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟର ୬ ହଜାର ୨୭୮ ଗାଁରେ
ଏବେ ମୋବାଇଲ ସୁବିଧା ଉପଲବ୍ଧ ହୋଇନାହିଁ। ୨ ହଜାରରୁ ଅଧିକ ମୋବାଇଲ ବେସ ଷ୍ଟେସନ ପ୍ରତିଷ୍ଠା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।କେନ୍ଦ୍ର
ଗୃହମନ୍ତ୍ରାଳୟ ୪୮୮ଟି ମୋବାଇଲ ଟାୱାର ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ସେହିପରି ମାଓ ଅଧ୍ୟୁଷିତ ଅଂଚଳରେ ବ୍ୟାଙ୍କ ସୁବିଧାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ବ୍ୟାଙ୍କ ସୁବିଧା ପାଇଁ ଜମି ଯୋଗାଇଦେବେ। ନିଟ, ଆଇଆଇଟି, ଜେଇଇ ପରୀକ୍ଷାରେ ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଂଚଳରେ ଛାତ୍ରଛାତ୍ରୀ ଯେପରି ସମସ୍ତ ସୁବିଧା ପାଇପାରିବେ ଓ ଅଧିକ ସଫଳ ହେବେ ସେ ନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଳୟ ଏକ ସର୍ବେକ୍ଷଣ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

Leave A Reply

Your email address will not be published.