ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସନ୍ଥଗୁଡାରେ ମାଡ ହେଲା ଗୁଲାବ, ବର୍ଷା ବିପଦ ଟଳିନି

0

ଭୁବନେଶ୍ବର: ପ୍ରବଳ ବର୍ଷା ଧରି ଆଗକୁ ବଢୁଥିବା ବାତ୍ୟା ଗୁଲାବ୍ ଘଣ୍ଟା ପ୍ରତି ୨୭ କିଲୋମିଟରରେ ମାଡି ଆସି ସନ୍ଧ୍ୟା ୬ଟା ବେଳେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଥିଲା। ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୨୦ କିଲୋମିଟର ଦୂର ସନ୍ଥଗୁଡା ବ୍ଲକରେ ବାତ୍ୟା ମାଡ ହୋଇଥିବା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି। ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ଏହି ତଥ୍ୟ ଦେଇଛନ୍ତି। ସ୍ଥଳଭାଗକୁ ଛୁଇଁବା ବେଳେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବହୁଥିଲା।

ଅନ୍ୟପକ୍ଷରେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାତ୍ୟା ଓଡ଼ିଶାରେ ଆଦୌ ପ୍ରଭାବ ରଖିନାହିଁ। ଗଞ୍ଜାମ, ଗଜପତି, ରାୟଗଡାରେ ପବନ ନାହିଁ କିମ୍ବା ଆଇଏମଡି କରିଥିବା ପୂର୍ବାନୁମାନ ଅନୁସାରେ ସେଭଳି ଭୀଷଣ ବର୍ଷା ବି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ହୋଇନାହିଁ। ଏସଆରସି କହିଛନ୍ତି, ବର୍ଷା ମଝିରେ ମଝିରେ ସାମାନ୍ୟରୁ ମଧ୍ୟମ ଧରଣର ହୋଇଛି।

ବାତ୍ୟା ଏବେ ସମ୍ପୂର୍ଣ୍ଣ ସ୍ଥଳଭାଗକୁ ଛୁଇଁବା ପରେ ଶ୍ରୀକାକୁଲମରୁ କୋରାପୁଟ ଆଡକୁ ଯିବା ଆରମ୍ଭ କରିଛି। ପାଣିପାଗ ବିଜ୍ଞାନୀ କହୁଛନ୍ତି, ଯେହେତୁ ବାତ୍ୟାର ଡାହାଣ ପାର୍ଶ୍ବରେ ରାୟଗଡା, ଗଜପତି ଓ କୋରାପୁଟ ଜିଲ୍ଲା ରହିଛି, ଏଣୁ ଏଠାରେ ବର୍ଷା ବଢିବ। ରାତିରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହାର ପ୍ରଭାବରେ ଆକସ୍ମିକ ବନ୍ୟା ଆସିପାରେ। ତେବେ ଓଡ଼ିଶାରେ ପଶିବା ବେଳକୁ ୫୦ରୁ ୬୦ କିଲୋମିଟର ବେଗରେ ପବନ ରହିପାରେ।

ବାତ୍ୟା ଜନିତ କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ। କିଛି ସ୍ଥାନରେ ଭୂସ୍ଖଳନ ହୋଇଥିଲା। ଆସନ୍ତାକାଲି ସକାଳୁ ପବନର ବେଗ ଆହୁରି କମିଯାଇଥିବ। ତେବେ ବାତ୍ୟାକୁ ଆଖି ଆଗରେ ରଖି ରେଡ୍ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାରୁ ୩୯ ହଜର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। ବାତ୍ୟା ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଛତିଶଗଡ ଭିତରକୁ ଚାଲିଯାଇଥିବ ବୋଲି ଆକଳନ କରାଯାଇଛି।

ତେବେ ଆନ୍ଧ୍ର ଶ୍ରୀକାକୁଲମରେ ଡଙ୍ଗା ଓଲଟି ୨ଜଣ ପ୍ରାଣ ହରାଇଥିବା କୁହାଯାଉଛି ଓ ଜଣେ ନିଖୋଜ ଅଛନ୍ତି। ଏହି ଡଙ୍ଗାରେ ୬ଜଣ ଥିଲେ।

Leave A Reply

Your email address will not be published.