ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭାରତ ସହ କାହିଁକି ସୁସମ୍ପର୍କ ରଖିବାକୁ ଚାହୁଁଛି ତାଲିବାନ?

0

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ଭାରତ ସହ ସୁସମ୍ପର୍କ ସ୍ଥାପନ କରିବାକୁ କରିବାକୁ ଚାହୁଁଛି ତାଲିବାନ ସରକାର। ତାଲିବାନ ଭାରତକୁ ଭଲ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରି ଚିଠି ଲେଖିଛି। ବାସ୍ତବରେ ତାଲିବାନ ଏହି ଚିଠି ଲେଖି ଭାରତ ବିରୋଧରେ କୂଟନୈତିକ ଷଡଯନ୍ତ୍ର ଚଳାଇଛି। ତାଲିବାନ ଚାହୁଁଛି କି ତାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଦିଆଯାଉ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ତାଲିବାନ ଚାହୁଁଛି। ଯଦି ଭାରତ ଓ ଆଫଗାନିସ୍ତାନର ବିମାନ ସେବା ପୁଣି ଆରମ୍ଭ ହୁଏ ତେବେ ଏହାଦ୍ୱାରା ତାଲିବାନ ସରକାରକୁ ସମର୍ଥନ ମିଳିବ। ଯଦି ଭାରତ ବିମାନ ଉଡାଣ ଆରମ୍ଭ ନ କରେ ତେବେ ଏହା ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ବ୍ୟବସାୟ ଉପରେ ପ୍ରଭାବ ପକାଇବ।୨୦୧୯-୨୦ ବର୍ଷରେ ଭାରତ ,ଆଫଗାନିସ୍ତାନ ମଧ୍ୟରେ ପ୍ରାୟ ୧୧ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଆଫଗାନିସ୍ତାନରୁ ବହୁ ପରିମାଣର ଶୁଖିଲା ଫଳ ଓ ହର୍ବାଲ ଔଷଧ ଭାରତ ଆମଦାନୀ କରିଥାଏ।

ଅନ୍ୟପଟେ, ଚାହା, କଫି, ହଳଦୀ, କପା ଓ ଖେଳନା ଭାରତରୁ ଆଫଗାନିସ୍ତାନକୁ ରପ୍ତାନୀ ହେଉଛି। ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନ ଦଖଲ ପରେ ଭାରତ ଆଫଗାନିସ୍ତାନକୁ ବିମାନ ଉଡାଣ ବନ୍ଦ କରିଦେଇଛି। ମହାମାରୀ କରୋନା ପାଇଁ ଡିଜିସିଏ ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି।

ଅନ୍ୟପଟେ ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ସୈତାନ ଚେହେରା ସାମନାକୁ ଆସିବାରେ ଲାଗିଛି। କେଉଁଠି ତାଲିବାନ ଲୋକଙ୍କୁ ହତ୍ୟା କରି ଛକ ମଝିରେ ଟାଙ୍ଗି ଦେଉଛି ତ ଆଉ କେଉଁଠି ନିରିହ ଲୋକଙ୍କୁ ଅମାନବୀୟ ଭାବେ ଦଣ୍ଡ ଦେଉଛନ୍ତି।ତାଲିବାନ ନେତା ମଲ୍ଲିକ ନୁରୁଦ୍ଦିନ ତୁରାବି କହିଛନ୍ତି ଯେ, ଆଫଗାନିସ୍ତାନରେ ଯେଉଁମାନେ ଭୁଲ କରିବେ ସେମାନଙ୍କ ହାତ ଓ ଗୋଡ଼ କାଟିଦିଆଯିବ। ତୁରାବି ଏହା ବି କହିଛନ୍ତି ଯେଉଁ ପୁରୁଷ ଦାଢି କାଟିବ ତାକୁ ମାଡ଼ ମରାଯିବ।

Leave A Reply

Your email address will not be published.