ନୂଆଦିଲ୍ଲୀ, ୧/୧୦: ମାସ ଆରମ୍ଭରୁ କେନ୍ଦ୍ର ସରକାର ଖାଉଟିଙ୍କ ଉପରେ ମହଙ୍ଗା ବୋଝ ଲଦି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇବା ସହିତ ଘରୋଇ ବଜାରରେ ପ୍ରାକୃତିକ ଗ୍ୟାସ୍ ଦର ଆଜି ୬୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାକୁ ତୁରନ୍ତ ଲାଗୁ କରାଯାଇଛି। ଓଏନଜିସି ଏବଂ ଅଏଲ୍ ଇଣ୍ଡିଆ ଆଜି ଠାରୁ ବିଜୁଳି ଏବଂ ସାର ଉତ୍ପାଦନକାରୀ କମ୍ପାନିକୁ ବର୍ଦ୍ଧିତ ଦରରେ ପ୍ରାକୃତିକ ଗ୍ୟାସ ଯୋଗାଇବେ। ଫଳରେ ଆଗାମୀ ଦିନରେ ସାର ଏବଂ ବିଜୁଳି ଦର ବଢ଼ିବ ଏବଂ ଖାଉଟି ଏହାର ବୋଝକୁ ବୋହିବେ। କେବଳ ସାର କିମ୍ବା ବିଜୁଳି ନୁହେଁ, ଆଗାମୀ ଦିନରେ ସିଏନଜି ଏବଂ ରନ୍ଧନ ଗ୍ୟାସ ଦର ମଧ୍ୟ ବଢ଼ିବା ଆଶଙ୍କା ରହିଛି। ୬ ମାସର ହାରାହାରି ପ୍ରାକୃତିକ ଗ୍ୟାସ ମୂଲ୍ୟ ଆଧାରରେ ସିଏନଜି ଦର ସଂଶୋଧନ ହେଉଥିବାରୁ ତୁରନ୍ତ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବା ବଦଳରେ କିଛିଦିନ ଡେରି ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
୨୦୧୯ ଏପ୍ରିଲ ପରେ ପ୍ରଥମ ଥର ପାଇଁ ସରକାର ପ୍ରାକୃତିକ ଗ୍ୟାସ ଦରରେ ଏହି ବୃଦ୍ଧି ଘୋଷଣା କରିଛନ୍ତି। ପୂର୍ବରୁ ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ୍ (ଏମଏମବିଟିୟୁ) ପିଛା ପ୍ରାକୃତିକ ଗ୍ୟାସ ଦର ୧.୭୯ ଡଲାର ଥିବାବେଳେ ଆଜି ଏହା ୨.୯ ଡଲାରକୁ ବଢ଼ିଛି। ସରକାରଙ୍କ ଏହି ନୂଆ ବର୍ଦ୍ଧିତ ପ୍ରାକୃତିକ ଗ୍ୟାସ ଦର ୬ ମାସ ପାଇଁ ଅର୍ଥାତ୍ ୨୦୨୧ ଅକ୍ଟୋବର ପହିଲାରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଏବଂ ଗ୍ୟାସ ଦର ବଢ଼ୁଥିବାରୁ ଏହାର ପ୍ରଭାବରେ ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଦର ବଢ଼ିବା ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଏବେ ବ୍ୟାରେଲ ପିଛା ପାଖାପାଖି ୭୭ ଡଲାର ରହିଛି। ଯୋଗାଣ ସ୍ଥିର ଥିବା କାରଣରୁ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହାହେଲେ ପେଟ୍ରୋଲ ଏବଂ ଡିଜେଲ ଦର ଆହୂରି ୩ରୁ ୪ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା ରହିଛି।
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ