ନୂଆଦିଲ୍ଲୀ, ୧/୧୦: ମାସ ଆରମ୍ଭରୁ କେନ୍ଦ୍ର ସରକାର ଖାଉଟିଙ୍କ ଉପରେ ମହଙ୍ଗା ବୋଝ ଲଦି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇବା ସହିତ ଘରୋଇ ବଜାରରେ ପ୍ରାକୃତିକ ଗ୍ୟାସ୍ ଦର ଆଜି ୬୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାକୁ ତୁରନ୍ତ ଲାଗୁ କରାଯାଇଛି। ଓଏନଜିସି ଏବଂ ଅଏଲ୍ ଇଣ୍ଡିଆ ଆଜି ଠାରୁ ବିଜୁଳି ଏବଂ ସାର ଉତ୍ପାଦନକାରୀ କମ୍ପାନିକୁ ବର୍ଦ୍ଧିତ ଦରରେ ପ୍ରାକୃତିକ ଗ୍ୟାସ ଯୋଗାଇବେ। ଫଳରେ ଆଗାମୀ ଦିନରେ ସାର ଏବଂ ବିଜୁଳି ଦର ବଢ଼ିବ ଏବଂ ଖାଉଟି ଏହାର ବୋଝକୁ ବୋହିବେ। କେବଳ ସାର କିମ୍ବା ବିଜୁଳି ନୁହେଁ, ଆଗାମୀ ଦିନରେ ସିଏନଜି ଏବଂ ରନ୍ଧନ ଗ୍ୟାସ ଦର ମଧ୍ୟ ବଢ଼ିବା ଆଶଙ୍କା ରହିଛି। ୬ ମାସର ହାରାହାରି ପ୍ରାକୃତିକ ଗ୍ୟାସ ମୂଲ୍ୟ ଆଧାରରେ ସିଏନଜି ଦର ସଂଶୋଧନ ହେଉଥିବାରୁ ତୁରନ୍ତ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବା ବଦଳରେ କିଛିଦିନ ଡେରି ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
୨୦୧୯ ଏପ୍ରିଲ ପରେ ପ୍ରଥମ ଥର ପାଇଁ ସରକାର ପ୍ରାକୃତିକ ଗ୍ୟାସ ଦରରେ ଏହି ବୃଦ୍ଧି ଘୋଷଣା କରିଛନ୍ତି। ପୂର୍ବରୁ ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ୍ (ଏମଏମବିଟିୟୁ) ପିଛା ପ୍ରାକୃତିକ ଗ୍ୟାସ ଦର ୧.୭୯ ଡଲାର ଥିବାବେଳେ ଆଜି ଏହା ୨.୯ ଡଲାରକୁ ବଢ଼ିଛି। ସରକାରଙ୍କ ଏହି ନୂଆ ବର୍ଦ୍ଧିତ ପ୍ରାକୃତିକ ଗ୍ୟାସ ଦର ୬ ମାସ ପାଇଁ ଅର୍ଥାତ୍ ୨୦୨୧ ଅକ୍ଟୋବର ପହିଲାରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଏବଂ ଗ୍ୟାସ ଦର ବଢ଼ୁଥିବାରୁ ଏହାର ପ୍ରଭାବରେ ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଦର ବଢ଼ିବା ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଏବେ ବ୍ୟାରେଲ ପିଛା ପାଖାପାଖି ୭୭ ଡଲାର ରହିଛି। ଯୋଗାଣ ସ୍ଥିର ଥିବା କାରଣରୁ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହାହେଲେ ପେଟ୍ରୋଲ ଏବଂ ଡିଜେଲ ଦର ଆହୂରି ୩ରୁ ୪ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା ରହିଛି।
ପ୍ରମୁଖ ଖବର
ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ