ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉଚ୍ଚ କ୍ଷମତା ସମ୍ପନ୍ନ ପେଟ-ସିଟି ସ୍କାନ ସେବାକୁ ଏକ ବର୍ଷ ପୂରିଲା

0

ଭୁବନେଶ୍ୱର, ଅକ୍ଟୋବର ୧ : ସମ୍ ଅଲ୍ଟିମେଟ୍ ମେଡିକେୟାରର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ଓ ଏହାର ଉଚ୍ଚ କ୍ଷମତା ସମ୍ପନ୍ନ ପେଟ୍‌-ସିଟି ସ୍କାନ୍ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଏକ ବର୍ଷ ପୂରଣ କରିଛି । ଗୋଟିଏ ବର୍ଷ ଭିତରେ ସହରରେ ସବୁଠାରୁ ଅଧିକ ସଂଖ୍ୟକ ପେଟ-ସିଟି ସ୍କାନ୍ କରି ଖ୍ୟାତି ଅର୍ଜନ କରିଛି ଏହି ବିଭାଗ ।

ଗତ ବର୍ଷ ଜୁଲାଇରେ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ସ୧ମ୍‌ରେ ପ୍ରଭାବଶାଳୀ କ୍ୟାନ୍ସର ସ୍କ୍ରିନିଂ, ପରୀକ୍ଷଣ ଏବଂ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ବାୟୋଗ୍ରାଫ୍ ହୋରାଇଜନ୍ ଅଲ୍‌ଟ୍ରା ଏଚ୍‌ଡି ପେଟ-ସିଟି ସ୍କାନ୍ ଆରମ୍ଭ କରାଯାଇଥିଲା । ଏହି ଅତ୍ୟାଧୁନିକ ପେଟ୍‌-ସିଟି ସ୍କାନ ସେବା ଆରମ୍ଭ କରାଯିବା ପରେ ଲୋକମାନଙ୍କୁ ଉଚ୍ଚ କ୍ଷମତା ସମ୍ପନ୍ନ ଯବପାତି ଦ୍ୱାରା ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ସକ୍ଷମ ହୋଇପାରିଛି ସ୧ମ୍ । ସମ୍‌ର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ହେଉଛି ଅଙ୍କୋ ସାଇନ୍‌ସେସ୍‌ର ହୋପ୍ ସ୍ପ୍ରିଙ୍ଗ୍‌ସ ବ୍ଲକ୍ ଯେଉଁଠାରେ ମେଡିକାଲ ଅଙ୍କୋଲୋଜି, ରେଡିଏସନ୍ ଅଙ୍କୋଲୋଜି, ସର୍ଜିକାଲ୍ ଅଙ୍କୋଲୋଜି ଏବଂ ନ୍ୟୁକ୍ଲିୟର୍ ମେଡିସିନ୍ ଗୋଟିଏ ଛାତ ତଳେ ଉପଲ୨ ହୋଇପାରୁଛି । ପେଟ୍‌-ସିଟି ସ୍କାନ୍‌, ଥ୍ରୀ ଟେଲ୍‌ସା ଏମ୍‌ଆର୍‌ଆଇ, ଏଚ୍‌ଡିଆର୍ ବ୍ରାକି ଥେରାପି, ଡୁଆଲ୍ ହେଡ ଗାମା କ୍ୟାମେରା ଭଳି ଅତ୍ୟାଧୁନିକ ଡାକ୍ତରୀ ସରଞ୍ଜାମ ଓ ଯବପାତି ସହିତ ଆନ୍ତର୍ଜାତୀକ ସ୍ତରର ଚିକିତ୍ସା ପଦ୍ଧତି ଦ୍ୱାରା ସ୧ମ୍‌ରେ ଉନ୍ନତମାନର କ୍ୟାନ୍ସର ରୋଗର ଚିକିତ୍ସା କରାଯାଉଛି । ହସ୍ପିଟାଲ୍‌ର ଶୁଭାରମ୍ଭ ଠାରୁ ଅଙ୍କୋସାଇନ୍‌ସେସ୍‌ର ହୋପ୍ ସ୍ପ୍ରିଙ୍ଗସ୍ ବ୍ଲକରେ ଖୁବ୍ କମ୍ ମୂଲ୍ୟର ଏବଂ ଉନ୍ନତମାନର ଚିକିତ୍ସା ଆଶା କରୁଥିବା କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ଏକ ଆଶାର କିରଣ ଭଳି ଆଣି ଦେଇଛି ।

ଏହି ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡଃ ଶ୍ୱେତପଦ୍ମା ଦାସ ଏକ ବାର୍ତା ମାଧ୍ୟମରେ ଲୋକମାନଙ୍କର ଭଲ ପାଇବା ଏବଂ ସାହାଯ୍ୟ ଓ ସହଯୋଗକୁ ଧନ୍ୟବାଦ ଜଣାଇବା ସହ ଏହାହିଁ ସେମାନଙ୍କୁ ଆଗକୁ ଯିବାରେ ପ୍ରେରଣା ଦେଉଛି ବୋଲି କହିଛନ୍ତି । କୋଭିଡ୍‌ ମହାମାରୀର ପ୍ରଥମ ଲହରୀ ଏବଂ ଦ୍ୱିତୀୟ ଲହରୀ ସମୟରେ ଲୋକମାନଙ୍କଠାରୁ ମିଳିଥିବା ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ଡଃ ଦାସ । ଯେତେବେଳେ ସାରା ସମାଜ ଆମକୁ ହୃଦୟରେ ସ୍ଥାନ ଦିଏ ଓ ବିଶ୍ୱାସ କରେ ଏହା ଖୁବ୍ ବଡ଼ କଥା । ତେବେ ଆମ ଡାକ୍ତରମାନଙ୍କର ନିରନ୍ତର ପ୍ରଚେଷ୍ଟା ନ ଥିଲେ ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି ସେ କହିଛନ୍ତି ।

ସମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ଡଃ (ବ୍ରିଗେଡିୟର୍‌) ବିରାଜ ମୋହନ ମିଶ୍ର କହିଛନ୍ତି ଯେ ଉନ୍ନତମାନର ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ର ପ୍ରତିଷ୍ଠାକୁ ଆଗକୁ ବଢ଼ାଇବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଜାରି ରହିବ । ରାଜ୍ୟରେ ନ୍ୟୁକ୍ଲିୟର୍ ମେଡିସିନ୍ ବ୍ୟବହାର କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ବେଶ ପ୍ରତିଷ୍ଠିତ ତଥା ସ୧ମ୍ ନ୍ୟୁକ୍ଲିୟର୍ ମେଡିସିନ୍‌ ବିଭାଗର କନସଲ୍‌ଟାଂଟ ଡଃ ସୁଦତା ରାୟ କହିଛନ୍ତି ଯେ ଲୋକମାନେ ସେମାନଙ୍କୁ ବିଶ୍ୱାସ କରିଥିବାରୁ ଧନ୍ୟବାଦ ଦେବା ସହ ତାଙ୍କ ଟିମ୍‌ ସଦସ୍ୟଙ୍କର ଉତ୍ସର୍ଗୀକୃତ ମନୋଭାବ, କାର୍ଯ୍ୟଧାରା ଓ ଧୈର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ ।

ହସ୍ପିଟାଲ୍‌ର ପୋଷିଟ୍ରନ୍ ଏମିସନ୍ ଟୋମୋଗ୍ରାଫି- କମ୍ପ୍ୟୁଟେଡ୍ ଟୋମୋଗ୍ରାଫି (ପେଟ୍‌-ସିଟି) ସ୍କାନ୍ ହେଉଛି ରାଜ୍ୟର ପ୍ରଥମ ଯେଉଁଥିରେ କି ପ୍ରିମିୟମ୍ ଏଲ୍‌ଏସ୍‌ଓ ଡିଟେକ୍ଟର୍ସ, ଆଡଭାନ୍ସଡ ଟାଇମ୍ -ଅଫ୍ -ଫ୍ଲାଇଟ୍ ଟେକ୍ନୋଲୋଜି, ସ୍କାନ୍ ନିମନ୍ତେ ଦ୍ରୁତଗତି ସମ୍ପନ୍ନ ଇଲେକ୍ଟ୍ରୋନିକ୍ସ ଏବଂ ଉତମମାନର ଚିତ୍ର ଉତୋଳନ କରିବା ସମ୍ଭବ ହୋଇପାରେ । ଏହି ଯବଟି ଆଗୁଆ କ୍ୟାନ୍ସରକୁ ଚିହ୍ନଟ କରିବା, ଶରୀରରେ ବ୍ୟାପିଥିବା କ୍ୟାନ୍ସର ବା ଟ୍ୟୁମରକୁ ଜାଣିପାରିବା, କ୍ୟାନ୍ସର ଚିକିତ୍ସା, ଏପିଲେପ୍ସି ଏବଂ ଅନ୍ୟାନ୍ୟ ମସ୍ତିଷ୍କ ଜନିତ ରୋଗର ଚିକିତ୍ସା କରିବାରେ ଏକ ବରଦାନ ସଦୃଶ । ହୃଦଯବରେ ରକ୍ତର ସଂଚାଳନ କମି ଗଲେ ମଧ୍ୟ ଏହି ପେଟ୍‌-ସିଟି ସ୍କାନ୍ ସେହି ସବୁ ସ୍ଥାନକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ଏବଂ ଯେଉଁ କ୍ଷେତ୍ରରେ ଆନ୍‌ଜିଓପ୍ଲାଷ୍ଟି ଅଥବା ବାଇପାସ୍ ସର୍ଜରୀ ଆବଶ୍ୟକ ସେ ନେଇ ମଧ୍ୟ କାର୍ଡିଓଥୋରାସିକ୍ ସର୍ଜନମାନଙ୍କୁ ନିଷ୍ପତି ନେବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.