ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ନବାବ ମଲ୍ଲିଙ୍କ ଉପରେ ୧୦୦ କୋଟିର ମାନହାନୀ ମକଦ୍ଦମା

0

ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଜାମିନ ମିଳିବା ପରେ ଜେଲରୁ ମୁକୁଳିସାରିଛନ୍ତି । ହେଲେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକଙ୍କ ବୟାନକୁ ନେଇ ଏହି ମାମଲାକୁ ନେଇ ବିବାଦ ଥମୁନି । ଏବେ ଭାରତୀୟ ଯୁବମୋର୍ଚ୍ଚାର ପୂର୍ବ ଅଧ୍ୟକ୍ଷ ମୋହିତ କମ୍ବୋଜ ନବାବ ମଲ୍ଲିକଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିଛନ୍ତି ।

ଗତ କିଛି ଦିନ ହେବ ନବାବ ମଲ୍ଲିକ ବିଜେପି ନେତା ମୋହିତ କମ୍ବୋଜ ଓ ତାଙ୍କ ବିରୋଧରେ କ୍ରମାଗତ ଅଭିଯୋଗ ଆଣୁଥିଲେ । ମୁମ୍ବାଇ ଡ୍ରଗ୍ସ କାରବାର ମାମଲାରେ ତାଙ୍କ ପରିବାରକୁ କ୍ରମାଗତ ଯୋଡା ଯୋଉଥିଲା । ଏ ନେଇ ସେ ଅକ୍ଟୋବର ୯ରେ ମୋହିତ କମ୍ବୋଜ, ନବାବ ମଲ୍ଲିକଙ୍କୁ ଏକ ନୋଟିସ ପଠାଇଥିଲେ । ନୋଟିସରେ କୁହାଯାଇଥିଲା ଯେ, ବିନା ପ୍ରମାଣରେ ବଦନାମ କରିବା ଭୁଲ ଅଟେ । କିନ୍ତୁ ସେହି ନୋଟିସ ପରେ ମଧ୍ୟ ନବାବ ମଲ୍ଲିକ ଲଗାତର ଆକ୍ରମଣ କରୁଥିଲେ । ଏବଂ ଅକ୍ଟୋବର ୧୧ ତାରିଖରେ ତାଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରିଥିଲେ ।

ଏବେ ବିଜେପି ନେତା ମୋହିତ କମ୍ବୋଜ ମଲ୍ଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି । ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରାଯିବା ସହ ଉଚ୍ଚ ନ୍ୟାୟଳୟକୁ ଯାଇ ନବାବ ମଲ୍ଲିକଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି । ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ମୋହିତ କହିଛନ୍ତି ଯେ, ସେ ବିଜେପିର ସଦସ୍ୟ ଏବଂ ତାଙ୍କର ମଧ୍ୟ ବ୍ୟବସାୟ ଅଛି । କିନ୍ତୁ ନବାବ ମଲ୍ଲିକଙ୍କ ତାଙ୍କ ବିରୋଧରେ ଦାୟିତ୍ୱହୀନ ମନ୍ତବ୍ୟ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିଛି ।

ମୋହିତ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥାଇ ନବାବ ମଲ୍ଲିକ ଏପରି ବିବୃତ୍ତି ନଦେବାକୁ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟରେ ଆବେଦନ କରିଛନ୍ତି । ଯେଉଁ ବୟାନ ନେଇ ଆପତ୍ତି ରହିଛି ,ସେ ନେଇ ମଧ୍ୟ କୋର୍ଟରେ କହିଛନ୍ତି ମୋହିତ । ଏନସିବି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅନେକ ଜଣଙ୍କୁ ଗିରଫ କରିଥିଲେ, ସେତେବେଳେ ନବାବ କହିଥିଲେ ଯେ, ଆଠ ଜଣଙ୍କ ସ୍ଥାନରେ ୧୧ ଜଣଙ୍କୁ ଏନସିବି ହେପାଜତରେ ନେଇଥିଲା । ଆଉ ତା ପରେ ବିଜେପି ନେତାଙ୍କ ଫୋନ ଆସିବା ପରେ ୩ ଜଣଙ୍କୁ ଛଡାଯାଇଥିଲ । ନବାବ ମଲ୍ଲିକ ଏହା ବି କହିଥିଲେ ଯେ, ଛଡାଯାଇଥିବା ଲୋକଙ୍କ ମଧ୍ୟରେ ମୋହିତ କମ୍ବୋଜଙ୍କ ଶଳା ଅଛନ୍ତି ।

Leave A Reply

Your email address will not be published.