ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି

0

ନ୍ୟୁଜ୍ ବ୍ୟୁରୋ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନୁରୋଧକୁ ରକ୍ଷା କରି ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ସିକ୍କା ବନ୍ଦରରେ ଇରାନୀ ତୈଳ ବୋଝାଯାଉଥିବା ୪ଟି ଟ୍ୟାଙ୍କରକୁ ଡକିଂ ପାଇଁ ସ୍ବତନ୍ତ୍ର ଅନୁମତି ଦେଇଛି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ହେବା ସତ୍ତ୍ୱେ, ୨୦୧୯ ମେ’ରୁ ଇରାନରୁ ତେଲ ଆମଦାନୀ ବନ୍ଦ ରହିଛି, ଯାହାର ପଛରେ ଯୁକ୍ତରାଷ୍ଟ୍ର ଆମେରିକାଙ୍କ ପ୍ରତିବନ୍ଧ ମୁଖ୍ୟ କାରଣ।

ବର୍ତ୍ତମାନ ବିଶ୍ୱବ୍ୟାପୀ ତୈଳ ମୂଲ୍ୟ ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ସମୁଦ୍ର ପଥରେ ଇରାନୀ ତେଲ କ୍ରୟ ଉପରେ ଅସ୍ଥାୟୀ ଶିଥିଳତା ଦେଇଛି, ଯାହାର ସମୟସୀମା ଏପ୍ରିଲ ୧୯ ପର୍ଯ୍ୟନ୍ତ ରହିଛି। ସିକ୍କା ବନ୍ଦରରେ ଡକିଂ ପାଇଁ ଅନୁମତି ପାଇଥିବା ଏହି ଟ୍ୟାଙ୍କରଗୁଡ଼ିକ ‘ସାଡୋ ଫ୍ଲିଟ’ର ଅଂଶ, ଯେଉଁମାନେ ସାଧାରଣତଃ ୨୦ ବର୍ଷରୁ ଅଧିକ ପୁରୁଣା ଓ ଅନ୍ତର୍ଜାତୀୟ ବୀମା ବିହୀନ। ଏପରି ଜାହାଜ ପାଇଁ ଭାରତୀୟ ନିୟମ ଅନୁଯାୟୀ ବିଶେଷ ସରକାରୀ ଅନୁମତି ଆବଶ୍ୟକ ଥାଏ।

ବିଶ୍ୱର ସର୍ବବୃହତ ରିଫାଇନିଂ କମ୍ପ୍ଲେକ୍ସ ପରିଚାଳନା କରୁଥିବା ରିଲାଏନ୍ସକୁ ଏକକାଳୀନ ଛାଡ଼ ଦିଆଯାଇଛି। ହର୍ମୁଜ ପ୍ରଣାଳୀରେ ସୃଷ୍ଟି ହୋଇଥିବା ଜରୁରୀ ପରିସ୍ଥିତି ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଅନୁମତି ସତ୍ତ୍ୱେ ମଧ୍ୟ ରିଲାଏନ୍ସ ଏହି ଇରାନୀ ତେଲ ପ୍ରକ୍ରିୟାକରଣ କରିବ କି ନାହିଁ ସେଥିରେ ଅନିଶ୍ଚିତତା ରହିଛି, କାରଣ ସମସ୍ତ କାରବାର ଅନ୍ତର୍ଜାତୀୟ କଟକଣା ଓ ଭାରତୀୟ ନିୟମାବଳୀ ସହ ସମ୍ପୂର୍ଣ୍ଣ ମେଳ ଖାଇବାକୁ ସେମାନେ ଚାହୁଁଛନ୍ତି।

Leave A Reply

Your email address will not be published.