ମାଲକାନଗିରି: ଛତିଶଗଡରେ ମାଓବାଦୀ ହିଂସା କମିବାର ନା ଧରୁନାହିଁ । ରବିବାର କାଙ୍କେର ଜିଲ୍ଲାରେ ମାଓବାଦୀ ପୁଣି ଏକ ହିଂସାକାଣ୍ଡ ଘଟାଇଛନ୍ତି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି ମାଓବାଦୀମାନେ ତାଙ୍କୁ ମୃତୁ୍୍ୟ ଦଣ୍ଡ ଦେଇଛନ୍ତି । ମୃତକ ଜଣକ ସିକସୋଡି ଥାନା ଅନ୍ତର୍ଗତ ଛୋଟେ ବଦଲି ଗାଁର ସରପଞ୍ଚଙ୍କ ସ୍ୱାମୀ ଲାଲ ସ୍ୱାଗା ଦୁଗା ବୋଲି ପୁଲିସ କହିଛି ।
ଶନିବାର ରାତିରେ ସେମାନେ ତାଙ୍କୁ ଘରୁ ଟେକି ନେଇଯାଇଥିଲେ । ମାରପିଟ ପରେ ହତ୍ୟା କରିଛନ୍ତି । ନିର୍ବାଚନ ପୂର୍ବରୁ ଏମିତି ଘଟଣା ଘଟାଇ ସ୍ଥାନୀୟ ଲୋକଙ୍କୁ ଡରାଇବାକୁ ଚାହୁଁଥିବା ପୁଲିସ କହିଛି । ଏହି ଘଟଣାରେ ବହୁ ସଂଖ୍ୟାରେ ସଶସ୍ତ୍ର ମାଓବାଦୀଙ୍କ ଯୋଗଦାନ ରହିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ପୁଲିସ ଜାଣିପାରିଛି ।
ପ୍ରମୁଖ ଖବର
ଆଇଏଏସ୍ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ