ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଚୀନ୍‍ ଆକାଶରେ ଝଲସିବ କୁତ୍ରିମ ଚନ୍ଦ୍ର

0

ବେଜିଂ: ଆଶ୍ଚର୍ଯ୍ୟ ହେଉଛନ୍ତି କି । ୨୦୨୦ ସୁଦ୍ଧା ଚୀନ୍‍ ଆକାଶରେ ଝଲସିବ ଆଉ ଏକ ଚନ୍ଦ୍ର । ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଂପାନି ଏମିତି ଘୋଷଣା କରିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।
ଖବର ଅନୁସାରେ, ଚୀନର ଚେଙ୍ଗଡୁ ସହରର ଏକ ଘରୋଇ କଂପାନି ୨୦୨୦ ସୁଦ୍ଧା ଷ୍ଟ୍ରିଟ୍‍ ଲାଇଟ୍‍ ବ୍ୟବସ୍ଥାର ଉଚ୍ଛେଦ ପାଇଁ ପାଗ ଭିଡିଛନ୍ତି । ସେଥିପାଇଁ ସେ ରାଜରାସ୍ତାକୁ ଆଲୋକିତ କରିବା ଲାଗି ଏକ ଉଜ୍ଜ୍ୱଳ କୁତ୍ରିମ ଚନ୍ଦ୍ର ସାଟେଲାଇଟ୍‍ ଲଞ୍ଚ କରିବେ । ଚେଙ୍ଗଡୁ ଏରୋସ୍ପେସ୍‍ ସାଇ୍‍ନ୍‍ସ ଏଣ୍ଡ ଟେକ୍ନୋଲୋଜି ସିଷ୍ଟମ୍‍ ରିସର୍ଚ୍ଚ ପ୍ରତିଷ୍ଠାନ କଂପାନି ପକ୍ଷରୁ ଏହି ଘୋଷଣା ହୋଇଛି । ତେବେ ଏହା ପଛରେ ଚୀନ୍‍ ସରକାରଙ୍କର ହାତ ରହିଛି କି ନାହିଁ, ତାହା ଜଣାପଡିନାହିଁ ।
ସଂସ୍ଥା ଦାବି କରିଛି ଯେ ଏହି କୁତ୍ରିମ ଚନ୍ଦ୍ର ଆକାଶର ବାସ୍ତବ ଚନ୍ଦ୍ର ଠାରୁ ଆଠଗୁଣ ଆଲୋକ ପ୍ରଦାନ କରିବ । ଏହା ୩୬୦୦ ବର୍ଗ କିଲୋମିଟରରୁ ୬୪୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଆଲୋକିତ କରିବ । ୫୦ ବର୍ଗ କିଲୋମିଟର ଅଞ୍ଚଳକୁ ଯଦି ଏହି କୁତ୍ରିମ ଚନ୍ଦ୍ର ଆଲୋକ ପ୍ରଦାନ କରେ, ତେବେ ବିଦ୍ୟୁତ ଶୁଳ୍କ ଆଦି ବାବଦରେ ଭାରତୀୟ ମୁଦ୍ରାରେ ୧୨୭୧ କୋଟି ଟଙ୍କା ଖର୍ଚ୍ଚରୁ ସରକାରଙ୍କୁ ମୁକ୍ତି ମିଳିବ । ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଅଧିକ ସହଯୋଗ କରିବ ବୋଲି ମଧ୍ୟ ସଂସ୍ଥା ଦାବି କରିଛି ।

Leave A Reply

Your email address will not be published.