ବେଜିଂ: ଆଶ୍ଚର୍ଯ୍ୟ ହେଉଛନ୍ତି କି । ୨୦୨୦ ସୁଦ୍ଧା ଚୀନ୍ ଆକାଶରେ ଝଲସିବ ଆଉ ଏକ ଚନ୍ଦ୍ର । ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଂପାନି ଏମିତି ଘୋଷଣା କରିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।
ଖବର ଅନୁସାରେ, ଚୀନର ଚେଙ୍ଗଡୁ ସହରର ଏକ ଘରୋଇ କଂପାନି ୨୦୨୦ ସୁଦ୍ଧା ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାର ଉଚ୍ଛେଦ ପାଇଁ ପାଗ ଭିଡିଛନ୍ତି । ସେଥିପାଇଁ ସେ ରାଜରାସ୍ତାକୁ ଆଲୋକିତ କରିବା ଲାଗି ଏକ ଉଜ୍ଜ୍ୱଳ କୁତ୍ରିମ ଚନ୍ଦ୍ର ସାଟେଲାଇଟ୍ ଲଞ୍ଚ କରିବେ । ଚେଙ୍ଗଡୁ ଏରୋସ୍ପେସ୍ ସାଇ୍ନ୍ସ ଏଣ୍ଡ ଟେକ୍ନୋଲୋଜି ସିଷ୍ଟମ୍ ରିସର୍ଚ୍ଚ ପ୍ରତିଷ୍ଠାନ କଂପାନି ପକ୍ଷରୁ ଏହି ଘୋଷଣା ହୋଇଛି । ତେବେ ଏହା ପଛରେ ଚୀନ୍ ସରକାରଙ୍କର ହାତ ରହିଛି କି ନାହିଁ, ତାହା ଜଣାପଡିନାହିଁ ।
ସଂସ୍ଥା ଦାବି କରିଛି ଯେ ଏହି କୁତ୍ରିମ ଚନ୍ଦ୍ର ଆକାଶର ବାସ୍ତବ ଚନ୍ଦ୍ର ଠାରୁ ଆଠଗୁଣ ଆଲୋକ ପ୍ରଦାନ କରିବ । ଏହା ୩୬୦୦ ବର୍ଗ କିଲୋମିଟରରୁ ୬୪୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଆଲୋକିତ କରିବ । ୫୦ ବର୍ଗ କିଲୋମିଟର ଅଞ୍ଚଳକୁ ଯଦି ଏହି କୁତ୍ରିମ ଚନ୍ଦ୍ର ଆଲୋକ ପ୍ରଦାନ କରେ, ତେବେ ବିଦ୍ୟୁତ ଶୁଳ୍କ ଆଦି ବାବଦରେ ଭାରତୀୟ ମୁଦ୍ରାରେ ୧୨୭୧ କୋଟି ଟଙ୍କା ଖର୍ଚ୍ଚରୁ ସରକାରଙ୍କୁ ମୁକ୍ତି ମିଳିବ । ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଅଧିକ ସହଯୋଗ କରିବ ବୋଲି ମଧ୍ୟ ସଂସ୍ଥା ଦାବି କରିଛି ।
ପ୍ରମୁଖ ଖବର
ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ମଦ ପିଇ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ
ତେଲେଙ୍ଗାନା ହାଇକୋର୍ଟ ଆଇନଜୀବୀ ହତ୍ୟା ମାମଲାରେ କଂଗ୍ରେସ ନେତାଙ୍କ ସହ ୭ ଗିରଫ
ଆଇପିଏଲ୍ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ପୋଲିସର କଡ଼ା ନିର୍ଦ୍ଦେଶ
ସୁରଜିତ ନାଥ ମିତ୍ର ପଶ୍ଚିମବଙ୍ଗର ନୂଆ ଆଡଭୋକେଟ୍ ଜେନେରାଲ୍
‘ଅପରେସନ ସିନ୍ଦୂର’ ଉପରେ ସ୍ମାରକ ପୁସ୍ତକ ଉନ୍ମୋଚନ କଲେ ରାଜନାଥ ସିଂହ
ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା, ପବନ ସମ୍ଭାବନା