ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ନିର୍ବାଚନ ପୂର୍ବରୁ ଡରାଇଲେ ମାଓବାଦୀ, ସରପଞ୍ଚଙ୍କ ସ୍ୱାମୀଙ୍କୁ ମୃତ୍ୟୁଦଣ୍ଡ

0

ମାଲକାନଗିରି: ଛତିଶଗଡରେ ମାଓବାଦୀ ହିଂସା କମିବାର ନା ଧରୁନାହିଁ । ରବିବାର କାଙ୍କେର ଜିଲ୍ଲାରେ ମାଓବାଦୀ ପୁଣି ଏକ ହିଂସାକାଣ୍ଡ ଘଟାଇଛନ୍ତି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି ମାଓବାଦୀମାନେ ତାଙ୍କୁ ମୃତୁ୍‍୍ୟ ଦଣ୍ଡ ଦେଇଛନ୍ତି । ମୃତକ ଜଣକ ସିକସୋଡି ଥାନା ଅନ୍ତର୍ଗତ ଛୋଟେ ବଦଲି ଗାଁର ସରପଞ୍ଚଙ୍କ ସ୍ୱାମୀ ଲାଲ ସ୍ୱାଗା ଦୁଗା ବୋଲି ପୁଲିସ କହିଛି ।
ଶନିବାର ରାତିରେ ସେମାନେ ତାଙ୍କୁ ଘରୁ ଟେକି ନେଇଯାଇଥିଲେ । ମାରପିଟ ପରେ ହତ୍ୟା କରିଛନ୍ତି । ନିର୍ବାଚନ ପୂର୍ବରୁ ଏମିତି ଘଟଣା ଘଟାଇ ସ୍ଥାନୀୟ ଲୋକଙ୍କୁ ଡରାଇବାକୁ ଚାହୁଁଥିବା ପୁଲିସ କହିଛି । ଏହି ଘଟଣାରେ ବହୁ ସଂଖ୍ୟାରେ ସଶସ୍ତ୍ର ମାଓବାଦୀଙ୍କ ଯୋଗଦାନ ରହିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ପୁଲିସ ଜାଣିପାରିଛି ।

Leave A Reply

Your email address will not be published.