ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ନିର୍ବାଚନ ପୂର୍ବରୁ ଡରାଇଲେ ମାଓବାଦୀ, ସରପଞ୍ଚଙ୍କ ସ୍ୱାମୀଙ୍କୁ ମୃତ୍ୟୁଦଣ୍ଡ

0

ମାଲକାନଗିରି: ଛତିଶଗଡରେ ମାଓବାଦୀ ହିଂସା କମିବାର ନା ଧରୁନାହିଁ । ରବିବାର କାଙ୍କେର ଜିଲ୍ଲାରେ ମାଓବାଦୀ ପୁଣି ଏକ ହିଂସାକାଣ୍ଡ ଘଟାଇଛନ୍ତି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି ମାଓବାଦୀମାନେ ତାଙ୍କୁ ମୃତୁ୍‍୍ୟ ଦଣ୍ଡ ଦେଇଛନ୍ତି । ମୃତକ ଜଣକ ସିକସୋଡି ଥାନା ଅନ୍ତର୍ଗତ ଛୋଟେ ବଦଲି ଗାଁର ସରପଞ୍ଚଙ୍କ ସ୍ୱାମୀ ଲାଲ ସ୍ୱାଗା ଦୁଗା ବୋଲି ପୁଲିସ କହିଛି ।
ଶନିବାର ରାତିରେ ସେମାନେ ତାଙ୍କୁ ଘରୁ ଟେକି ନେଇଯାଇଥିଲେ । ମାରପିଟ ପରେ ହତ୍ୟା କରିଛନ୍ତି । ନିର୍ବାଚନ ପୂର୍ବରୁ ଏମିତି ଘଟଣା ଘଟାଇ ସ୍ଥାନୀୟ ଲୋକଙ୍କୁ ଡରାଇବାକୁ ଚାହୁଁଥିବା ପୁଲିସ କହିଛି । ଏହି ଘଟଣାରେ ବହୁ ସଂଖ୍ୟାରେ ସଶସ୍ତ୍ର ମାଓବାଦୀଙ୍କ ଯୋଗଦାନ ରହିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ପୁଲିସ ଜାଣିପାରିଛି ।

Leave A Reply

Your email address will not be published.