ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଜିନ୍ଦଲ ଫାଉଣ୍ଡେସନର ଦୁଇ ଜଣ ଉଶୁ ଚାମ୍ପିଅନମାନ ଓଡ଼ିଶା ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ

0

ଭୁବନେଶ୍ୱର: ଗତକାଲି (୨୩ ଜୁଲାଇ ୨୦୨୫) ଭୁବନେଶ୍ୱରର ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ଜିନ୍ଦଲ ଫାଉଣ୍ଡେସନ ଉଶୁ ତାଲିମ କାର୍ଯ୍ୟକ୍ରମର ଦୁଇ ଯୁବ ଖେଳାଳି – ପ୍ରେମ ମୁଣ୍ଡା ଏବଂ ରାଜକୁମାର ମୁଣ୍ଡାଙ୍କୁ ସମ୍ମାନିତ କରିଛନ୍ତି। ଏହି ଯୁବ ଖେଳାଳିମାନେ ସମ୍ପ୍ରତି ଋଷର ମସ୍କୋରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଉଶୁ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରି ପୁରୁଷ ୪୮ କିଲୋଗ୍ରାମ ଏବଂ ୫୨ କିଲୋଗ୍ରାମରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ।

ଉଭୟ ଶ୍ରୀ ରାଜକୁମାର ଏବଂ ଶ୍ରୀ ପ୍ରେମ ବଡବିଲର ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଟେଲରେ ରହୁଛନ୍ତି। ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ସେମାନଙ୍କୁ ପ୍ରତିଦିନ କ୍ରୀଡା ପ୍ରଶିକ୍ଷଣ, ଖାଦ୍ୟ, ପୋଷାକ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି – ଯାହା ଜଣେ କ୍ରୀଡାବିତଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ପ୍ରତିଯୋଗିତା ପାଇଁ ଆବଶ୍ୟକ।

ମାନ୍ୟବର ରାଜ୍ୟପାଳଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି, ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଥିଲେ, “ଏହା ଆମ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ବଡବିଲର ଏହି ଯୁବକମାନେ କେବଳ କ୍ରୀଡାରେ ଉତ୍କର୍ଷତା ପ୍ରଦର୍ଶନ କରିନାହାଁନ୍ତି ବରଂ ପ୍ରମାଣ କରିଛନ୍ତି ଯେ ସଠିକ୍ ସମର୍ଥନ ମିଳିଲେ ତୃଣମୂଳ ସ୍ତରର ପ୍ରତିଭା ମଧ୍ୟ ବିଶ୍ୱ ସ୍ତରରେ ଚମକି ଉଠିପାରିବ। ସେମାନଙ୍କର ସଫଳତା ଆମର ବିଶ୍ୱାସକୁ ପ୍ରତିଫଳିତ କରେ ଯେ ଭାରତର ଗ୍ରାମାଞ୍ଚଳରେ ଅସୀମ ସମ୍ଭାବନା ରହିଛି, ସଶକ୍ତ ହେବାକୁ ଅପେକ୍ଷା କରିଛି।”

ଏହା ସହିତ, ଜିନ୍ଦଲ ଷ୍ଟିଲର ପ୍ରେସିଡେଣ୍ଟ ତଥା ଗୃପ ହେଡ (ସିଏସଆର) ଶ୍ରୀ ପ୍ରଶାନ୍ତ ହୋତା କହିଥିଲେ ଯେ, “ଜିନ୍ଦଲ ଷ୍ଟିଲର ମାନ୍ୟବର ଅଧ୍ୟକ୍ଷ ଏବଂ ସାଂସଦ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ କାର୍ଯ୍ୟକାରୀ ହେଉଥିବା ଉଶୁ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଜୀବନକୁ ପରିବର୍ତ୍ତନ କରିବା ଏବଂ ଯୁବକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଶୃଙ୍ଖଳା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକତା ସୃଷ୍ଟି କରିବା। ମସ୍କୋରୁ ଏହି ପଦକଗୁଡ଼ିକ କେବଳ ଖେଳ ବିଜୟ ନୁହେଁ – ଏହା ଅନ୍ତର୍ଭୁକ୍ତି, ସୁଯୋଗ ଏବଂ ସଶକ୍ତିକରଣର ବିଜୟ। ଶ୍ରୀ ଜିନ୍ଦଲ ନିଜେ ଜଣେ ସଫଳ କ୍ରୀଡ଼ାବିତ୍ ଏବଂ ଆମ ଦେଶରେ ମାନବ ବିକାଶ ସୂଚକାଙ୍କରେ ଉନ୍ନତି ପାଇଁ ଆମର ପ୍ରେରଣାର ଉତ୍ସ। ଆମେ ଜିନ୍ଦଲ ଫାଉଣ୍ଡେସନରେ, ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ, ବିଭିନ୍ନ କ୍ଷେତ୍ରରେ ଆମ ଦେଶର ଲୁକ୍କାୟିତ ପ୍ରତିଭାକୁ ପୋଷଣ ଏବଂ ପ୍ରୋତ୍ସାହିତ କରିବା ପାଇଁ ଚେଷ୍ଠା କରୁଛୁ।“

ମାନ୍ୟବର ରାଜ୍ୟପାଳ ବ୍ୟକ୍ତିଗତ ଭାବରେ ଶ୍ରୀ ପ୍ରେମ ଏବଂ ଶ୍ରୀ ରାଜକୁମାରଙ୍କୁ ସେମାନଙ୍କର କଠିନ ପରିଶ୍ରମ ଏବଂ ସାମରିକ କଳା ପ୍ରତି ଆଗ୍ରହ ପାଇଁ  ଅଭିନନ୍ଦନ ଜଣାଇବା ସହିତ ନିରନ୍ତର ତାଲିମ, ପରାମର୍ଶ ଏବଂ ସହାୟତା  ମାଧ୍ୟମରେ ଯୁବ ପ୍ରତିଭାର ପ୍ରୋତ୍ସାହନକୁ ପ୍ରଶଂସା କରିଥିଲେ।

ସମନ୍ୱିତ କ୍ରୀଡା ବିକାଶ ପଦକ୍ଷେପ ମାଧ୍ୟମରେ, ଭାରତର ବିଭିନ୍ନ ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳରେ କ୍ରୀଡା ପ୍ରତିଭାକୁ ଜିନ୍ଦଲ ଫାଉଣ୍ଡେସନ ସକ୍ରିୟ ଭାବରେ ପ୍ରୋତ୍ସାହିତ କରିଆସୁଛି। ଉଷୁ ଭଳି ମାର୍ଶାଲ ଆର୍ଟ ଠାରୁ ଆରମ୍ଭ କରି ଆଥଲେଟିକ୍ସ, ଫୁଟବଲ୍, କ୍ରିକେଟ, ଭଲିବଲ ଏବଂ ତୀରନ୍ଦାଜୀ ପର୍ଯ୍ୟନ୍ତ, ଫାଉଣ୍ଡେସନ ତିରିଶ ହଜାରରୁ ଅଧିକ ଯୁବ କ୍ରୀଡାବିତଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ, ଭିତ୍ତିଭୂମି, ଏବଂ ପ୍ରତିଯୋଗିତାରେ ଭାଗନେବା ପାଇଁ ସହାୟତା ପ୍ରଦାନ କରୁଛି।

ଓଡ଼ିଶାର ବଡବିଲରେ ଆଦିବାସୀ ପିଲାମାନଙ୍କ ପାଇଁ ଏକ କ୍ରୀଡା ଛାତ୍ରାବାସ ମଧ୍ୟ ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ପରିଚାଳନା କରାଯାଉଛି। ଏହି ଛାତ୍ରାବାସରେ ସ୍ଥାନୀୟ ଅଞ୍ଚଳର ୬୦ ଜଣ ପିଲାଙ୍କୁ କ୍ରୀଡା ଏବଂ ଶିକ୍ଷାରେ ଉତ୍କର୍ଷତା ହାସଲ କରିବା ପାଇଁ ଅତ୍ୟାଧୁନିକ ଆବାସିକ, ଶିକ୍ଷା, କୋଚିଂ, ପୋଷଣ, ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି। ଏହି ଛାତ୍ରାବାସର ଖେଳାଳି ମାନେ ଏ ପର୍ଯନ୍ତ ଜାତୀୟ ସ୍ତରରେ ୬୦୦ରୁ ଅଧିକ ପଦକ ଏବଂ ଅନ୍ତର୍ଜାତୀୟ ସ୍ତରରେ ୧୦ରୁ ଅଧିକ ପଦକ ଜିତିଛନ୍ତି।

Leave A Reply

Your email address will not be published.