ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଭାରତ ଉପରେ ଘନାଉଛି ବିପଦ

0

ପାକ୍‍ ସହଯୋଗରେ ନେପାଳରେ ଲସ୍କରର ଏନଜିଓ
ଏନ୍‍ଏସଜି ସଦସ୍ୟତା ପାଇଁ ଚୀନର ଖୋଲା ସମର୍ଥନ
ନୂଆଦିଲ୍ଲୀ: ଭାରତ ଉପରେ ଉଭୟ ପାକିସ୍ତାନ ଓ ଚୀନ ଆଡୁ ବଡ଼ ବିପଦ ମାଡି ଆସୁଛି । ଗୋଟିଏ ପଟେ ପାକ୍‍ ସହଯୋଗରେ ଲସ୍କର ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ସଜବାଜ ଚଳାଇଛି । ଏଥିପାଇଁ ନେପାଳକୁ ସେମାନେ ସୁରକ୍ଷିତ ସ୍ଥାନ ବୋଲି ବାଛି ନେଇଛନ୍ତି ଓ ସେଠାରେ ଏନଜିଓ ଖୋଲିଥିବା ଭାରତ ଜାଣିପାରିଛି ।
ଗୁଇନ୍ଦା ରିପୋର୍ଟ କହୁଛି, ନେପାଳରେ ଏନ୍‍ଜିଓ ଖୋଲିବା ବାହାନାରେ ଲସ୍କର ନୂଆ କ୍ୟାଡର ସୃଷ୍ଟି କରିବ ।ସେମାନଙ୍କୁ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପରବର୍ତୀ ସମୟରେ ନିୟୋଜିତ କରାଯିବ । କାଠମାଣ୍ଡୁସ୍ଥିତ ପାକ୍‍ ଦୂତାବାସ ଏମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି । ଭାରତ ତାର ଉଦ୍‍ବେଗ ଇତିମଧ୍ୟରେ ପାକିସ୍ତାନକୁ ଜଣାଇଛି ।
ଅନ୍ୟପଟରେ ପରମାଣୁ ଯୋଗାଣକାରୀ ରାଷ୍ଟ୍ରଗୋଷ୍ଠୀ ବା ଏନ୍‍ଏସ୍‍ଜିରେ ସାମିଲ ହେବାକୁ ପାକିସ୍ତାନ ଯେଉଁ ଆବେଦନ କରିଛି, ତାହାକୁ ଚୀନ୍‍ ସମର୍ଥନ ଦେଇଛି । ଭାରତ ଏହାକୁ ରୋକୁଥିବା ବେଳେ ଚୀନର ଖୋଲା ସମର୍ଥନ ପାକିସ୍ତାନକୁ ଉତ୍ସାହିତ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଚୀନ ଗସ୍ତ ଅବସରରେ ବେଜିଂ ଏହି ସମର୍ଥନ ଦେଇଛି । ଏହା ଭାରତକୁ ଏକ ଶକ୍ତ ଝଟ୍‍କା ବୋଲି କୁହାଯାଉଛି ।

Leave A Reply

Your email address will not be published.