ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭାରତ ଉପରେ ଘନାଉଛି ବିପଦ

0

ପାକ୍‍ ସହଯୋଗରେ ନେପାଳରେ ଲସ୍କରର ଏନଜିଓ
ଏନ୍‍ଏସଜି ସଦସ୍ୟତା ପାଇଁ ଚୀନର ଖୋଲା ସମର୍ଥନ
ନୂଆଦିଲ୍ଲୀ: ଭାରତ ଉପରେ ଉଭୟ ପାକିସ୍ତାନ ଓ ଚୀନ ଆଡୁ ବଡ଼ ବିପଦ ମାଡି ଆସୁଛି । ଗୋଟିଏ ପଟେ ପାକ୍‍ ସହଯୋଗରେ ଲସ୍କର ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ସଜବାଜ ଚଳାଇଛି । ଏଥିପାଇଁ ନେପାଳକୁ ସେମାନେ ସୁରକ୍ଷିତ ସ୍ଥାନ ବୋଲି ବାଛି ନେଇଛନ୍ତି ଓ ସେଠାରେ ଏନଜିଓ ଖୋଲିଥିବା ଭାରତ ଜାଣିପାରିଛି ।
ଗୁଇନ୍ଦା ରିପୋର୍ଟ କହୁଛି, ନେପାଳରେ ଏନ୍‍ଜିଓ ଖୋଲିବା ବାହାନାରେ ଲସ୍କର ନୂଆ କ୍ୟାଡର ସୃଷ୍ଟି କରିବ ।ସେମାନଙ୍କୁ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ପରବର୍ତୀ ସମୟରେ ନିୟୋଜିତ କରାଯିବ । କାଠମାଣ୍ଡୁସ୍ଥିତ ପାକ୍‍ ଦୂତାବାସ ଏମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି । ଭାରତ ତାର ଉଦ୍‍ବେଗ ଇତିମଧ୍ୟରେ ପାକିସ୍ତାନକୁ ଜଣାଇଛି ।
ଅନ୍ୟପଟରେ ପରମାଣୁ ଯୋଗାଣକାରୀ ରାଷ୍ଟ୍ରଗୋଷ୍ଠୀ ବା ଏନ୍‍ଏସ୍‍ଜିରେ ସାମିଲ ହେବାକୁ ପାକିସ୍ତାନ ଯେଉଁ ଆବେଦନ କରିଛି, ତାହାକୁ ଚୀନ୍‍ ସମର୍ଥନ ଦେଇଛି । ଭାରତ ଏହାକୁ ରୋକୁଥିବା ବେଳେ ଚୀନର ଖୋଲା ସମର୍ଥନ ପାକିସ୍ତାନକୁ ଉତ୍ସାହିତ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଚୀନ ଗସ୍ତ ଅବସରରେ ବେଜିଂ ଏହି ସମର୍ଥନ ଦେଇଛି । ଏହା ଭାରତକୁ ଏକ ଶକ୍ତ ଝଟ୍‍କା ବୋଲି କୁହାଯାଉଛି ।

Leave A Reply

Your email address will not be published.